ଗଞ୍ଜାମକୁ ପୁଣି ଡରାଉଛି କରୋନା

ଛତ୍ରପୁର,୧୪।୩: ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କେତେକ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଏପଟେ ଗଞ୍ଜାମ ଜିଲାକୁ ଟ୍ରେନ୍‌ ଯୋଗେ କରୋନା ହଟସ୍ପଟ ରାଜ୍ୟରୁ ଶତାଧିକ ପ୍ରବାସୀ ଫେରୁଛନ୍ତି। ମହାରାଷ୍ଟ୍ରର ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ, ଅହମ୍ମଦାବାଦ-ପୁରୀ, ଗାନ୍ଧୀଧାମ-ପୁରୀ ଟ୍ରେନ୍‌ରେ ଦୈନିକ ଶତାଧିକ ଲୋକ ଗଞ୍ଜାମ ଆସୁଥିବାରୁ ପୁଣି ଜିଲାବାସୀଙ୍କ ଚିନ୍ତା ବଢ଼ିଲାଣି। ଗତ ୨/୩ ମାସ ହେଲା ଗଞ୍ଜାମରେ ଅଧିକାଂଶ ଦିନ କରୋନା ଆକ୍ଟିଭ୍‌ ସଂଖ୍ୟା ଶୂନ ରହି ଆସୁଥିଲା। ମାତ୍ର ଶନିବାର ଜିଲାରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଟ୍ରେନ୍‌ ଯାତାୟତରେ କଟକଣା ନ ଥିବାରୁ ଲୋକେ ହଟସ୍ପଟ ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ଛତିଶଗଡ, ମଧ୍ୟପ୍ରଦେଶ, କେରଳ ଆଦି ଅଞ୍ଚଳକୁ ଯାତାୟାତ କରୁଛନ୍ତି। ହଟସ୍ପଟ୍‌ ଅଞ୍ଚଳରୁ ଲୋକେ ଟ୍ରେନ୍‌ ଯୋଗେ ଆସି ବ୍ରହ୍ମପୁର, ଛତ୍ରପୁର, ଖଲ୍ଲିକୋଟ ଷ୍ଟେଶନରେ ଓହ୍ଲାଉଛନ୍ତି। ଏପ୍ରିଲ ପହିଲାରୁ ପୂର୍ବଭଳି ଶତପ୍ରତିଶତ ଟ୍ରେନ୍‌ ଚାଲିବ ବୋଲି ଘୋଷଣା ହୋଇଥିବାରୁ ଜନସାଧାରଣଙ୍କୁ ଆହୁରି ସତର୍କ ରହିବାକୁ ପଡିବ। ରବିବାର ବ୍ରହ୍ମପୁର ଷ୍ଟେଶନରେ ସ୍କ୍ରିନିଂ ଆରମ୍ଭ ହୋଇଥିବା ବେଳେ ଅନ୍ୟ ଷ୍ଟେଶନରେ ଏହି ବ୍ୟବସ୍ଥା ହୋଇନାହିଁ। ଅନ୍ୟପକ୍ଷରେ ଉକ୍ତ ୬ ରାଜ୍ୟକୁ ନେଇ ହାଇଆଲର୍ଟ ଜାରି ସହ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲା ପ୍ରଶାସନକୁ ନିର୍ଦ୍ଦେଶନାମା ମଧ୍ୟ ଆସିଥିବା ଜଣାପଡିଛି। କୋଭିଡ୍‌ ନିୟମ ପାଳନ ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ପରାମର୍ଶ ଦେଇଆସୁଛନ୍ତି। ଜିଲାରେ ଦଣ୍ଡଯାତ୍ରା, ମା’ ତାରାତାରିଣୀଙ୍କ ଯାତ୍ରା, ବୁଢୀ ଠାକୁରାଣୀ ଯାତ୍ରା ହେବ। ତେବେ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବାରୁ ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିଷେଧ ପାଇଁ ଜିଲାପାଳ ଏସ୍‌ଓପି ଜାରି କରିଛନ୍ତି । ଗତବର୍ଷ କରୋନା ଲାଗି ଜିଲାରେ ଦଣ୍ଡଯାତ୍ରା ଓ ତାରାତାରିଣୀଙ୍କ ଯାତ୍ରା ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା। ଚଳିତବର୍ଷ କେବଳ ମାନସିକ ପୂରଣ ପାଇଁ ଅନୁମତି ମିଳିଥିବାରୁ ବାହାର ରାଜ୍ୟରେ ଥିବା ଗଞ୍ଜାମର ଲୋକ ଫେରୁଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ମାନସିକ ପୂରଣ ଲାଗି ଜିଲାପାଳ ଅନୁମତି ଦେଇଛନ୍ତି ଏବଂ ବାହାର ଜିଲା ଓ ରାଜ୍ୟର ଲୋକଙ୍କୁ ଏଥିରେ ସାମିଲ ଉପରେ କଟକଣା ଜାରି କରାଯାଇଛି। ସୂଚନାଯୋଗ୍ୟ, ଜିଲାକୁ ଗତବର୍ଷ କରୋନା ସମୟରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହକି ଟିକେଟ ବ୍ଲାକ୍‌: ଆଉ ୪ ଗିରଫ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି। ହେଲେ ଟିକେଟ ମିଳୁ ନ ଥିବାରୁ ଅନେକ ନିରାଶ ହୋଇଛନ୍ତି।...

ମେଳା ପରେ ସ୍ବଚ୍ଛତାକୁ ଭୁଲିଗଲେ

ରାଉରକେଲା ଅଫିସ,୪।୩: ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପଡିଆରେ ଗତ ଫେବୃଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ପରିଷଦ ପକ୍ଷରୁ ରାଜସ୍ଥାନ ମେଳା ଅନୁଷ୍ଠିତ...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ,୧୭।୨(ଡି.ଏନ.ଏ.): ରେହେନଭଟା ଗ୍ରାମ ନିକଟରେ ଟିଟିଲାଗଡକୁ ଯାଉଥିବା ରାସ୍ତାକଡ଼ରେ ଶୁକ୍ରବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ସେ ହେଲେ ଟିଟିଲାଗଡ଼ ଥାନା...

ଆର୍‌ଟିଆଇ ତଥ୍ୟ ଦେଇ ନ ପାରି ଟଙ୍କା ଫେରାଇ ନେବାକୁ ନୋଟିସ

କଟକ ସଦର, ୭।୧୦(ଡି.ଏନ.ଏ.): ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ତଥ୍ୟ ପାଇବା ପାଇଁ ଜଣେ ଆବେଦନକାରୀ ୩୦୦୦ ଟଙ୍କା ଦାଖଲ କରିଥିଲେ। ହେଲେ କଟକ...

ସ୍ତ୍ରୀଙ୍କୁ ହାଣି ହତ୍ୟା, ସ୍ବାମୀ ଫେରାର

ପାରଳାଖେମୁଣ୍ଡି,୨୩ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅଧୀନ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ରବିବାର ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ...

ମୁଖ୍ୟ ଚିକିତ୍ସାଳୟରେ ସୁଧୁରୁନି ସ୍ବାସ୍ଥ୍ୟସେବା: ଫନୀ ପରଠାରୁ ଲିଫ୍ଟ ଅଚଳ, ନିୟମିତ ହେଉନି ସଫେଇ

ପୁରୀ ଅଫିସ,୧୯ା୧: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏହାର କୌଣସି ପ୍ରଭାବ...

ସହରରେ ‘ସୁଜଳ’ ଯୋଜନାର ସଫଳତା ପାଇଁ ଓ୍ବାଟକୋ ପୁରସ୍କୃତ

ପୁରୀ ଅଫିସ,୨୧।୩: ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ଓ୍ବାଟକୋକୁ ‘ଆୱାର୍ଡ ଅଫ୍‌ ଏକ୍ସେଲେନ୍ସ’ ପୁରସ୍କାର ମିଳିଛି। ଗତ ଗୁରୁବାର ଭାରତ ସରକାରଙ୍କ...

ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ଜେଲ ଯିବେ

ଭଞ୍ଜନଗର,୨୧।୮(ଡି.ଏନ.ଏ): ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଦୁର୍ଘଟଣା ହାର ବଢ଼ୁଛି। ମୋଟର ଯାନ ଆଇନ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ଲୋଡ଼ା। ସରକାର ମୋଟର...

Advertisement
Archives

Model This Week