Posted inଜାତୀୟ

କର୍ନାଟକ: କଂଗ୍ରେସକୁ ମିଳିପାରେ ଅଧିକ ଆସନ

ବେଙ୍ଗାଲୁରୁ,୧୧ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଏକ୍‌ଜିଟ୍‌ ପୋଲ୍‌ ଏଥର ମଧ୍ୟ ଝୁଲା ସ୍ଥିତିର ସଙ୍କେତ ଦେଇଛି। ରାଜ୍ୟବାସୀ ଦୀର୍ଘ ୩୮ ବର୍ଷ ମଧ୍ୟରେ କୌଣସି ଶାସକ ଦଳକୁ ଲଗାତର ଦ୍ୱିତୀୟ ଥର କ୍ଷମତାସୀନ କରାଇ ନ ଥିବାରୁ ଭାଜପା ପୁନର୍ବାର ବିଧାନସଭାକୁ ଅକ୍ତିଆର କରିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲା। ତେବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ସରକାର ବିରୋଧରେ ହାଓ୍ବା ବହୁଥିବାରୁ ତାଙ୍କ ଶାସନକୁ ନେଇ ଭୋଟର ସେତେଟା ସନ୍ତୁଷ୍ଟ ଥିବା ଭଳି ମନେ ହେଉନାହିଁ। ଅନ୍ୟପକ୍ଷେ ଭାଜପାକୁ କ୍ଷମତାଚ୍ୟୁତ କରି ସରକାର ଗଠନ ପାଇଁ କଂଗ୍ରେସ ଚଳାଇଥିବା ଉଦ୍ୟମ କେତେକାଂଶରେ ସଫଳ ହୋଇଥିବା ଜଣାପଡ଼ିଛି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୩ ହୋଇଥିବାରୁ ଏଭଳି ସ୍ଥିତିରେ ଏଚ୍‌.ଡି. ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ପୁଣି ଥରେ କିଙ୍ଗ୍‌ମେକର ଭୂମିକାରେ ଅବତୀର୍ଣ୍ଣ ହୋଇପାରେ।

ବୁଧବାର ସନ୍ଧ୍ୟା ୬ଟା ୩୦ରେ ନିର୍ବାଚନ କମିଶନ (ଇସି)ଙ୍କ କଟକଣା ଅବଧି ଶେଷ ହେବା ପରେ ଅନେକ ଜାତୀୟ ସର୍ଭେ ସଂସ୍ଥା ପକ୍ଷରୁ ବୁଥ୍‌ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ଅଧିକାଂଶ ନିର୍ବାଚନମଣ୍ଡଳୀରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଟାଇମ୍ସ ନାଓ-ଇଟିଜି ମତରେ ଭାଜପା ୮୫ ଆସନ ଦଖଲ କରି ଦ୍ୱିତୀୟ ଦଳ ଭାବେ ଉଭା ହେବ। କଂଗ୍ରେସ ୧୧୩ ଆସନରେ ସଫଳତା ହାସଲ କରି ସରକାର ଗଠନ କରିପାରେ। ଜେଡିଏସ୍‌କୁ ୨୩ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ବୋଲି ଏହି ସର୍ଭେ ସଂସ୍ଥା ଭବିଷ୍ୟବାଣୀ କରିଛି। ଏବିପି ନ୍ୟୁଜ୍‌-ସି ଭୋଟରର ଆକଳନ ହେଉଛି ଭାଜପା ୮୩-୯୫, କଂଗ୍ରେସ ୧୦୦-୧୧୨ ଏବଂ ଜେଡିଏସ୍‌ ୨୧-୨୯ ଆସନ ଦଖଲ କରିବ। ସଂଗୃହୀତ ମତାମତକୁ ନେଇ ଜି ନ୍ୟୁଜ୍‌-ମାଟ୍ରିଜ୍‌ କହିଛି, ଭାଜପା ୭୯-୯୪ରେ ସୀମିତ ରହିବ। କଂଗ୍ରେସ ୧୦୩-୧୧୮ ଆସନ ଦଖଲ କରି ସରକାର ଗଢ଼ିବ। ଜେଡିଏସ୍‌ ୨୫-୩୩ ଆସନ ଦଖଲ କରିପାରେ।

ତେଣୁ ଆବଶ୍ୟକ ସ୍ଥଳେ କଂଗ୍ରେସକୁ ଜେଡିଏସ୍‌ କିମ୍ବା ଅନ୍ୟ ୨-୫ ବିଧାୟକଙ୍କ ସମର୍ଥନ ଦରକାର ପଡ଼ିପାରେ। ରିପବ୍ଲିକ୍‌ ଟିଭି-ପି ମାର୍କ ମଧ୍ୟ ଭାଜପାକୁ ୮୫ରୁ ୧୦୦ ଆସନରେ ସୀମିତ ରଖିଛି। କିନ୍ତୁ କଂଗ୍ରେସକୁ ୯୪-୧୦୮ ଆସନ ଦେଇଛି। ଏହି ସଂସ୍ଥାର ହିସାବ ଅନୁସାରେ ଜେଡିଏସ୍‌ ୨୪-୩୨ ଏବଂ ଅନ୍ୟ ୨-୬ ଆସନ ପାଇବେ। ନ୍ୟୁଜ୍‌ ନେଶନ୍‌-ସିଜିଏସ୍‌ ଭାଜପାକୁ ସର୍ବାଧିକ ୧୧୪ ଆସନ ଦେଇଥିବାବେଳେ କଂଗ୍ରେସ ୮୬, ଜେଡିଏସ୍‌ ୨୧ ଓ ଅନ୍ୟ ୩ ଆସନ ଜିତିବା ନେଇ ଆକଳନ କରିଛି। ସେହିପରି ସୁବର୍ଣ୍ଣ ନ୍ୟୁଜ୍‌-ଜନ୍‌ କୀ ବାତ୍‌ ଭାଜପା ୯୪ରୁ ୧୧୭ ଆସନ ଦଖଲ କରିବା ଅନୁମାନ କରିଛି। କଂଗ୍ରେସ ୯୧-୧୦୬, ଜେଡିଏସ୍‌ ୧୪-୨୪ ଏବଂ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୨ ଆସନରେ ସୀମିତ ରହିବା ନେଇ ଏହି ସଂସ୍ଥା ପୂର୍ବାନୁମାନ କରିଛି।

ଟିଭି୯ ଭାରତବର୍ଷ-ପୋଲଷ୍ଟାର୍ଟର ଆକଳନ ହେଲା ଭାଜପା ୮୮-୯୮, କଂଗ୍ରେସ ୯୯-୧୦୯, ଜେଡିଏସ୍‌ ୨୧-୨୬ ଓ ଅନ୍ୟ ୦-୪ ଆସନ ପାଇପାରନ୍ତି। ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ଏକ୍‌ଜିଟ୍‌ ପୋଲ୍‌ ଅନୁସାରେ ଭାଜପା ୮୦-୯୦ରେ ସୀମିତ ରହିବ। କଂଗ୍ରେସ ୧୧୦-୧୨୦ ଆସନ ଦଖଲ କରିବ। ଜେଡିଏସ୍‌କୁ ୨୦-୨୪ ଆସନ ମିଳିପାରେ। ଇଣ୍ଡିଆ ଟୁଡେ-ଏକ୍ସିସ୍‌ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଭାଜପା ମାତ୍ର ୬୨-୮୦ରେ ସୀମିତ ରହିପାରେ। କଂଗ୍ରେସ ୧୨୨-୧୪୦ ଆସନ ଦଖଲ ସହ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବ। ଜେଡିଏସ୍‌କୁ ୨୦-୨୫ ଓ ଅନ୍ୟମାନଙ୍କୁ ୦-୩ ଆସନ ମିଳିପାରେ। ତେବେ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ସବୁବେଳେ ସମ୍ପୂର୍ଣ୍ଣ ସତ ହୋଇ ନ ଥାଏ। ତେଣୁ ଆସନ୍ତା ୧୩ ତାରିଖ (ଶନିବାର) ଭୋଟ ଗଣତି ପରେ ଫଳାଫଳକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri