୩ ଜଣଙ୍କ ଡିଏନ୍‌ଏରେ ଶିଶୁ ଜନ୍ମ

ଲଣ୍ଡନ,୧୧ା୫ : ବ୍ରିଟେନ୍‌ରେ ପ୍ରଥମ ଥର ପାଇଁ ୩ ଜଣ ବ୍ୟକ୍ତିଙ୍କ ଡିଏନ୍‌ଏକୁ ମିଶ୍ରଣ କରି ଶିଶୁ ଜନ୍ମ କରାଯାଇଛି। ପିଲାମାନଙ୍କୁ ବିରଳ ଆନୁବଂଶିକ ରୋଗରୁ ମୁକ୍ତ କରିବା ପାଇଁ ଏକ ପ୍ରୟୋଗାମତ୍କ ଉପାୟରେ ସେମାନଙ୍କୁ ଭୂମିଷ୍ଠ କରାଯାଇଥିବା ବୁଧବାର ଦେଶର ଫର୍ଟିଲିଟି ନିୟନ୍ତ୍ରକ ସ୍ପଷ୍ଟ କରିଛନ୍ତି। ବ୍ରିଟେନର ହ୍ୟୁମାନ୍‌ ଫର୍ଟିଲାଇଜେଶନ୍‌ ଆଣ୍ଡ୍‌ ଏମ୍ବ୍ରିଲୋଜି ଅଥରିଟି କହିଛନ୍ତି, ଏହି ପ୍ରଣାଳୀ ଜରିଆରେ ୫ରୁ କମ୍‌ ଶିଶୁ ଜନ୍ମ ହୋଇଛନ୍ତି। କିନ୍ତୁ ସେ ସମ୍ପୃକ୍ତ ପରିବାରଗୁଡ଼ିକର ପରିଚୟ ଗୋପନ ରଖିବାକୁ ଯାଇ ଅଧିକ ତଥ୍ୟ ଦେଇନାହାନ୍ତି। ଏହି ଖବର ପ୍ରଥମେ ଗାର୍ଡିଆନ୍‌ ଖବରକାଗଜରେ ପ୍ରକାଶ ପାଇଥିଲା। ମାଇଟୋକୋଣ୍ଡ୍ରିଆ ଦୋଷ ଥିବା ମହିଳାଙ୍କ ପ୍ରସବରେ ଅସୁବିଧା ହେଉଥିବାରୁ ସେମାନଙ୍କୁ ଏଥରୁ ନିବୃତ୍ତ କରିବା ପାଇଁ ୨୦୧୫ରେ ବ୍ରିଟେନ୍‌ ଅଭିନବ ଉପାୟରେ ପିଲା ଜନ୍ମ କରାଇବା ନେଇ ଆଇନ ଆଣିଥିଲା।

କାରଣ ଆନୁବଂଶିକ ଦୋଷ ଥିଲେ ପରବର୍ତ୍ତୀ ସମୟରେ ଶିଶୁର ମାଂସପେଶୀରେ ଦୁର୍ବଳତା, ଅପସ୍ମାର, ହୃତ୍‌ପିଣ୍ଡ ସମସ୍ୟା ଏବଂ ବୌଦ୍ଧିକ ଅକ୍ଷମତା ଦେଖିବାକୁ ମିଳିଥାଏ। ବ୍ରିଟେନ୍‌ରେ ଜନ୍ମିତ ପ୍ରତି ୨୦୦ ଶିଶୁଙ୍କ ମଧ୍ୟରୁ ଜଣେ ମାଇଟୋକୋଣ୍ଡ୍ରିଆ ଡିଜ୍‌ଅର୍ଡର ରୋଗର ଶିକାର ହୋଇଥାଆନ୍ତି। ଅଦ୍ୟାବଧି ୩୨ ରୋଗୀଙ୍କୁ ଏଭଳି ରୋଗର ଚିକିତ୍ସା ପାଇଁ ଅନୁମତି ମିଳିଛି। ବୈଜ୍ଞାନିକମାନେ ମାଇଟୋକୋଣ୍ଡ୍ରିଆ ଦୋଷଯୁକ୍ତ ମହିଳାଙ୍କ ଭ୍ରୂଣରୁ ଆନୁବଂଶିକ ଉପାଦାନ ନେଇ ଡୋନର୍‌ଙ୍କ ଶୁକ୍ରାଣୁକୁ ସ୍ଥାନାନ୍ତର କରିଥାନ୍ତି। ପରେ ସେହି ଶୁକ୍ରାଣୁକୁ ଅନ୍ୟ ଜଣେ ମହିଳାଙ୍କ ଗର୍ଭରେ ଅବସ୍ଥାପନ କରାଯାଏ। ଦାନ କରାଯାଇଥିବା ଶୁକ୍ରାଣୁରୁ ସଂଗୃହୀତ ଆନୁବଂଶିକ ଉପାଦାନ ଜରିଆରେ ୧%ରୁ କମ୍‌ ଶିଶୁ ଜନ୍ମ ହୋଇଥାଆନ୍ତି ବୋଲି ଫର୍ଟିଲିଟି ରେଗୁଲେଟର ବୁଧବାର ଏକ ବିବୃତିରେ କହିଛନ୍ତି।

ଉକ୍ତ ଚିକିତ୍ସାରେ ସାମିଲ ଥିବା ନ୍ୟୁକ୍ୟାଶେଲ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହା ଉପରେ ଖୁବ୍‌ଶୀଘ୍ର ବିସ୍ତୃତ ରିପୋର୍ଟ ପ୍ରକାଶ କରିବେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଏଭଳି ଉପାୟରେ ଜନ୍ମିତ ଶିଶୁଙ୍କ ଭବିଷ୍ୟତକୁ ନେଇ ଅନୁଧ୍ୟାନ କରିବା ଏକ ଜଟିଳ ବ୍ୟାପାର ବୋଲି ଲଣ୍ଡନସ୍ଥିତ ବାୟୋଡେିକାଲ ରିସର୍ଚ୍ଚ ସେଣ୍ଟର ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଷ୍ଟେମ୍‌ ସେଲ୍‌ ବିଶେଷଜ୍ଞ ରୋବିନ୍‌ ଲୋଭେଲ୍‌-ବେଜ୍‌ ସତର୍କ କରାଇଛନ୍ତି। ଆମେରିକୀୟ ଡାକ୍ତରମାନେ ମାଇଟୋକୋଣ୍ଡ୍ରିଆ ଡୋନେଶନ୍‌ ଟେକ୍‌ନିକ୍‌ ଜରିଆରେ ବିଶ୍ୱର ଶିଶୁ ଜନ୍ମ କରାଇଥିବା ନେଇ ୨୦୧୬ରେ ଦାବି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

ବିଶ୍ୱ ଜନଜାତି ଦିବସରେ ଗର୍ଜିଲେ ଅଧିବାସୀ, କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ବିରୋଧ

ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ…

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri