Posted inଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ: କିଙ୍ଗମେକର୍‌ ସାଜିବ କି ଜେଡିଏସ? ଏମିତି ହୋଇପାରେ ସମୀକରଣ

ବେଙ୍ଗାଲୁରୁ,୧୦।୫: କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଜାରି ରହିିଛି। ସବୁ ଦଳ ଗତ ୨ ମାସ ଧରି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ପ୍ରଚାରରେ ସବୁ ପ୍ରକାର ରଣ କୌଶଳ ଲଗାଇ ଦେଇଛନ୍ତି। ବିଭିନ୍ନ ପାର୍ଟି ନିଜ ନିଜ ଅନ୍ଦାଜରେ ଭୋଟରଙ୍କ ମନ ଜିଣିିବାକୁ ଚେଷ୍ଟା କରିଛନ୍ତି। ତେବେ ଏହି ନିର୍ବାଚନରେ ଜେଡିଏସର ଭୂମିକା ଉପରେ ସମସ୍ତଙ୍କର ନଜର ରହିଛି। କାହିଁକି ନା ଯଦି ଭାଜପା ଓ କଂଗ୍ରେସ ମ୍ୟାଜିକ୍‌ ସଂଖ୍ୟା ଛୁଇଁ ନ ପାରନ୍ତି ତେବେ ଜେଡିଏସ କିଙ୍ଗମେକର୍‌ ଭୂମିକାରେ ଆସିବ।

କର୍ନାଟକର ୨୨୪ଟି ବିଧାନସଭା ଆସନ ପାଇଁ ମୋଟ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ପ୍ରାର୍ଥୀଙ୍କ ମଧ୍ୟରେ ୨,୪୩୦ଜଣ ପୁରୁଷ ଏବଂ ୧୮୪ଜଣ ମହିଳା ଏବଂ ଜଣେ ପ୍ରାର୍ଥୀ ତୃତୀୟ ଲିଙ୍ଗର ଅଛନ୍ତି।
କର୍ନାଟକରେ ୫୮,୫୪୫ଟି ମତଦାନ କେନ୍ଦ୍ର ଅଛି। ଯେଉଁଥିରେ ସମୁଦାୟ ୫,୩୧,୩୩,୦୫୪ ଭୋଟର ମତଦାନ କରିବେ। କର୍ନାଟକରେ ଏଥର ୨,୬୭,୨୮,୦୫୩ ପୁରୁଷ ଭୋଟର, ୨,୬୪,୦୦,୦୭୪ ମହିଳା ଭୋଟର ଏବଂ ୧୧,୭୧,୫୫୮ ଜଣ ଯୁବବର୍ଗ ଭୋଟର ଥିବାବେଳେ ୫,୭୧,୨୮୧ଜଣ ଭିନ୍ନକ୍ଷମ ଏବଂ ୧୨,୧୫,୯୨୦ ଭୋଟର ୮୦ ବର୍ଷରୁ ଅଧିକ ଥିବା ଜଣାପଡିଛି।

କର୍ନାଟକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ଦଳ ମଧ୍ୟରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଏଥର ଘମାଘୋଟ ଲଢେଇ ହେବାର ଦେଖାଯାଉଛି। ଏଥି ସହିତ ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ଥିବା ଜେଡିଏସ ମଧ୍ୟ ନିର୍ବାଚନ ପ୍ରଚାରରେ ପୁରା ଦମ୍‌ ଲଗାଇ ଦେଇଛି। ଭାଜପାର ବହୁ ହେଭିଓ୍ବେଟ ନେତା କ୍ଷମତାକୁ ଫେରିବା ପାଇଁ ପ୍ରଚାରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
ଏଥି ସହିତ କଂଗ୍ରେସ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କର୍ନାଟକରେ ଧୁଆଁଧାର ପ୍ରଚାର କରିଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ କର୍ନାଟକ ନିର୍ବାଚନ ଉଭୟ ଦଳ ପାଇଁ ସେମିଫାଇନାଲ ଭାବେ ଦେଖାଯାଉଛି। ନିର୍ବାଚନରେ ଭାଜପା ଏବଂ କଂଗ୍ରେସ ମ୍ୟାଜିକ୍‌ ନମ୍ବର ନ ଛୁଇଁ ପାରିଲେ ଜେଡିଏସ୍‌କୁ କିଙ୍ଗ୍‌ମେକର୍‌ ଭାବେ ଦେଖାଯିବ।

ଜେଡିଏସ ପୁରୁଣା ମହୀଶୂରର କେତେକ ଅଞ୍ଚଳ ଏବଂ କର୍ନାଟକର ବିଭିନ୍ନ ସିଟ୍‌ରୁ ୨୦୦୮ରୁ ନିର୍ବାଚନ ଲଢୁଛି। ପୁରୁଣା ମହୀଶୂର ଅଞ୍ଚଳରେ ଭାଜପାର ସ୍ଥିତି ଦୁର୍ବଳ ରହିଛି। ଏଠାରେ କଂଗ୍ରେସ ଓ ଜେଡିଏସ୍‌ ପରସ୍ପରକୁ ଟକ୍କର ଦେବେ। ପୁରୁଣା ମହୀଶୂର ଅଞ୍ଚଳରେ ଭୋକାଲିଗା ସମ୍ପ୍ରଦାୟ ଦବ୍‌ଦବା ଅଧିକ ରହିଛି। ଏମାନଙ୍କ ଭୋଟର ସ୍ବତନ୍ତ୍ର ଭାବେ ୬୧ଟି ଆସନ ପୁରୁଣା ମହୀଶୂର ଅଞ୍ଚଳର ରହିଆସିଛି। ଭୋକାଲିଗା ସମ୍ପଦ୍ରାୟ ଜେଡିଏସ୍‌ର ପାରମ୍ପାରିକ ଭୋଟର ଭାବେ ଜଣାଶୁଣା। ତେଣୁ ଜେଡିଏସ୍‌ ଏଠାରେ ଭଲ ପ୍ରଦର୍ଶନ କରିବ।

ମୁସଲିମ୍‌ ସିଟ୍‌ରେ ଏଆଇଏମଆଇଏମ୍‌ ଏବଂ ଏସ୍‌ଡିପିଆଇ ଦଳ କର୍ନାଟକ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ସେହିପରି କେଆରପିପି ଏବଂ ଏଏପି ପାର୍ଟି ମଧ୍ୟ ନିର୍ବାଚନ ଲଢୁଛନ୍ତି। ଏହାଦ୍ୱାରା ଅତିକମ୍‌ରେ ୫୦ଟି ସିଟ୍‌ ଏହି ଦଳ ମଧ୍ୟରେ ଭାଗ ଭାଗ ହୋଇପାରେ ଯାହା ବିଶେଷ କରି କଂଗ୍ରେସ ଏବଂ ଜେଡିଏସ ପାଇଁ ବିପଦ ଆଣିପାରେ।

ଦେଶର ଦକ୍ଷିଣ ଇଲାକାରେ ନିଜର ଦୁର୍ଗ ବଞ୍ଚାଇବା ପାଇଁ ଭାଜପା ପାଇଁ ଏହି ନିର୍ବାଚନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଦକ୍ଷିଣରେ ଥିବା ୬ଟି ରାଜ୍ୟ ମଧ୍ୟରୁ ଭାଜପା ଦୂର୍ବଳ ରହିଛି। ୨୦୧୪ ପରଠାରୁ ଦେଶର ଅଧିକାଂଶ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିଛି କିମ୍ବା ମେଣ୍ଟ ସରକାର ହୋଇଛିି। କିନ୍ତୁ ଏପର୍ଯ୍ୟନ୍ତ ଦକ୍ଷିଣ ଭାରତର ଦୁର୍ଗ ଜିତିବାରେ ଭାଜପା ସଫଳତା ପାଇପାରି ନାହିଁ।

କଂଗ୍ରେସ ପାଇଁ ଦକ୍ଷିଣ ଇଲାକାରେ ସରକାର ଗଠନ କରିବା ଆହ୍ବାନ ରହିବ। ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିଲା। ଏଥିସହ ମୁସଲିମ ସଂରକ୍ଷଣ ଏବଂ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ଭଳି ଅନେକ ପ୍ରତିଶ୍ରୁତି ଦେଇ ଭାଜପାକୁ ପ୍ରତିପକ୍ଷ ଆକ୍ରମଣ କରିବାକୁ ସୁଯୋଗ ଦେଇଥିଲା।

ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘର ହେଉଛି କର୍ନାଟକ। ତେଣୁ ନିର୍ବାଚନ ପାଇଁ ଦଳକୁ ପରିଚାଳନା କରିବା ନେଇ ତାଙ୍କ ଉପରେ ଅନେକ ଚାପ ରହିଛି। ଖାର୍ଗେଙ୍କୁ ନିଜ ଗୃହରାଜ୍ୟରେ ପାର୍ଟିକୁ ଜିତାଇବା ତାଙ୍କ ସମ୍ମୁଖରେ ଆହ୍ବାନ ରହିଛି। ତାଙ୍କ ଗୃହରାଜ୍ୟରେ କଂଗ୍ରେସ ପରାଜିତ ହେଲେ, ତାଙ୍କ ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିବ।

୧୯୮୫ପରେ କୌଣସି ରାଜନୈତିକ ଦଳ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରି ନାହାନ୍ତି। ୧୯୮୫ରେ ରାମକୃଷ୍ଣ ହେଗଡେଙ୍କ ନେତୃତ୍ୱରେ ଜନତା ପାର୍ଟି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଥିଲା। ତେବେ ୩୮ବର୍ଷ ପୁରୁଣା ଇତିହାସକୁ ପୁର୍ନଜୀବିତ କରିବା ପାଇଁ ଭାଜପା ତାର ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?