ପରିବାର ସହ ଲଣ୍ଡନରେ କରୀନା, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ: ବ୍ରିଟେନରେ କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମଜା କରୁଛନ୍ତି।
ଏମାନଙ୍କ ସହ କରୀନାଙ୍କ ମାଉସୀ ରିମା ଜୈନ,  ଅରମାନ ଜୈନ, ବୋହୂ ଅନିଷା ମାଲହୋତ୍ରା ଏବଂ  ନିତାଶା ନନ୍ଦ ଅଛନ୍ତି।

ବ୍ରିଟେନରେ ଏମାନେ ସମସ୍ତେ ଏକାଠି ହୋଇ ରାତ୍ରି ଭୋଜନର ମଜା ନେଇଛନ୍ତି। ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନିଷା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ହାର୍ଟ୍‌ ଇମୋଜି ଦେବା ସହ ଇଂଲଣ୍ଡ ପତାକା ଇମୋଜି ଶେୟାର କରିଛନ୍ତି। ଫଟୋରେ କରୀନା ପୁଅ ଜେହ୍‌ଙ୍କୁ କୋଳରେ ଧରିଥିବାର ଦେଖାଯାଇଛି। ତୈମୁରଙ୍କୁ ଧରିଥିବା ରିମାଙ୍କ ପାଖରେ ସୈଫ୍‌ ଏକ କଳା ଟି-ଶର୍ଟରେ ଚେୟାରରେ ବସିଥିବାର ନଜର ଆସିଛନ୍ତି। ଅରମାନ ଏବଂ ଅନିଷା ଏକାଠି ଠିଆ ହୋଇଥିବା ଦେଖିବାକୁ ମିଳିଛି। ପୂରା ଫ୍ୟାମିଲି ଡିନର କରୁଛନ୍ତି। କରୀନା ଏକ କାଜୁଆଲ ଟି-ଶର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଛନ୍ତି। କରୀନା ଲଣ୍ଡନରେ କଫିର ମଜା ନେଉଛନ୍ତି। ଏକ ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ‘ତୁମ ପାଇଁ ଦୁଇ ବର୍ଷ ଅପେକ୍ଷା କରିଛି … ସୁନ୍ଦର .. # ସିପିଙ୍ଗ୍‌ ମାଇଁ କଫି କଫି ଲଭର୍‌।

ଏ ତ ଗଲା କରୀନାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ବୃତ୍ତିଗତ କଥା ଦେଖିବା ତେବେ କରୀନା ନିକଟରେ ଓଟିଟିରେ ଡେବ୍ୟୁ କରିଥିଲେ, ଯାହା ଏକ ହତ୍ୟା ଘଟଣା ଉପରେ ଆଧାରିତ। ଏହା କିଗୋ ହିଗାଶିନୋଙ୍କ ‘ ଦ ଡିଭୋସନ ଅଫ୍‌ ସସ୍‌ପେକ୍ଟ ଏକ୍ସ’। ଏହା ଏକାକୀ ମା’ର ଏକ କାହାଣୀ ଉପରେ ଆଧାରିତ। ଏହା ୧୧ ଅଗଷ୍ଟ ୨୦୨୨ରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ଖୁଲାସା: ମହେଶଙ୍କ ଅସଲି ନାଁ ଅସ୍‌ଲାମ

ମୁମ୍ବାଇ, ୪ା୯:ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ଟାର୍ଗେଟ...

୫୦ ବର୍ଷ ବୟସରେ ୪ର୍ଥ ଥର ପାଇଁ ବାପା ହେଲେ ପ୍ରଭୁଦେବା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କୋରିଓଗ୍ରାଫର ପ୍ରଭୁଦେବା ଚତୁର୍ଥ ଥର ପାଇଁ ବାପା...

ଝିଅକୁ ପ୍ରଥମଥର ଥର କୋଳରେ ଧରି କାନ୍ଦିଲେ ରଣବୀର

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମପରେ ପିତା ରଣବୀର କପୁର ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଆଲିଆ ଗର୍ଭବତୀ...

ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସୈଫ୍‌, କରିନା କହିଥିଲେ ଏମିତି…

ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ଏବଂ କରିନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। କରିନା ଖୁବ ଶୀଘ୍ର...

ପୁଅର ଏହି କାମରେ ବିରକ୍ତ ହେଲେ ମୀରା ରାଜପୁତ

ଶାହିଦ କୁପରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପର୍କରେ ରହିଥାନ୍ତି। ଏବେ ସେ ଏକ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି...

ଫିଲ୍ମ ଛାଡି କ୍ରିକେଟ ଖେଳିଲେ ଏହି ଅଭିନେତା

ରାଜକୁମାର ରାଓ ବଲିଉଡ୍‌ର ଏମିତି ଜଣେ ଅଭିନେତା ଯାହାଙ୍କ ନାମ ପସନ୍ଦର କଳାକାରଙ୍କ ତାଲିକାରେ ରହିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ...

ଗ୍ରାମୀ ଆଓ୍ବାର୍ଡ ଜିତିଲେ ଲେଡି ଗାଗା

ଓ୍ବାଶିଂଟନ,୨୭।୧: ଲସ ଆଞ୍ଜେଲସରେ ୬୨ତମ ଗ୍ରାମୀ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଏଲିସିୟା କିଜ ହୋଷ୍ଟ କରିଥିଲେ। ଆମେରିକାର ବାସ୍କେଟବଲ ଖେଳାଳି କୋବେ...

ସୋନମଙ୍କ ଘରୁ ଚୋରି!

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁରଙ୍କ ଘରୁ କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ଗହଣା ଓ ଟଙ୍କାର ଚୋରି ହୋଇଯାଇଥିବା ଜଣାପଡିଛି । ଅଭିନେତ୍ରୀଙ୍କ ଦିଲ୍ଲୀରେ ଥିବା...

Advertisement
Archives

Model This Week