Posted inଫୁରସତ

ପିକ୍‌ନିକ୍‌ ସ୍ପଟ୍‌: କରଞ୍ଜେଇ ପୀଠ

ଗଞ୍ଜାମ ସହରରେ ରହିଛି ବହୁ ଦୈବୀପୀଠ ଓ ପିକ୍‌ନିକ୍‌ ସ୍ପଟ୍‌, ସେଥିମଧ୍ୟରୁ ଶେରଗଡର କରଞ୍ଜେଇ ପୀଠ ଅନ୍ୟତମ। କରଞ୍ଜେଇ ଓ ପାକିଡି ପାହାଡ ମଝିରେ ରହିଛି ଏହି ମନୋରମ ସ୍ଥଳ। କିମ୍ବଦନ୍ତୀ ଅନୁଯାୟୀ ମୁନିଋଷିମାନେ ଏହି ପାହାଡରେ ତପସ୍ୟା କରି ସିଦ୍ଧିଲାଭ କରୁଥିଲେ। ମୟୂର ଓ କୃଷ୍ଣସାର ମୃଗଙ୍କ ବିହାର ସହ ଘନ ବନରାଜି ଓ ପାର୍କ ଏଠାକୁ ଆସିବାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ବର୍ଷସାରା ଏଠାକୁ ପର୍ଯ୍ୟଟକ ଆସି ପ୍ରକୃତିକୁ ମନଭରି ଉପଭୋଗ କରନ୍ତି। ପିକ୍‌ନିକ୍‌ ପାଇଁ ଏଠାରେ ସମସ୍ତ ବ୍ୟବସ୍ଥା ରହିଛି। ପୀଠଟି ଜାତୀୟ ରାଜପଥ ନଂ.୫୯ କଡରେ ଥିବାରୁ ଏଠାକୁ ଯିବାକୁ ଅସୁବିଧା ହୁଏ ନାହିଁ। ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରୁ ଫେରିବା ପାଇଁ ମଧ୍ୟ ବସ୍‌ ମିଳିବ। ଜାତୀୟ ରାଜପଥଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି ଏହି ସ୍ପଟ୍‌। କରଞ୍ଜେଇ ପାହାଡ ନାମ ଅନୁଯାୟୀ ଏହି ପୀଠର ନାମ ରଖାଯାଇଛି। ଇକୋ ଟୁରିଜମ୍‌ ସାଙ୍ଗକୁ ବନ ବିଭାଗର ନର୍ସରୀ ଓ ବିଶ୍ରାମଗୃହ ବ୍ୟବସ୍ଥା ଅଛି। ବିଶେଷ କରି ମା’ କରଞ୍ଜେଇ ଠାକୁରାଣୀ ମନ୍ଦିର ତରଫରୁ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ସୁବିଧା କରାଯାଇଛି। ଅଞ୍ଚଳର ବିଭିନ୍ନ ସରକାରୀ, ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏଠାରେ ହୁଏ। ଚାରିଆଡେ ମୟୂରଙ୍କ ବିଚରଣ ପିଲାଠାରୁ ବୟସ୍କ ସମସ୍ତଙ୍କୁ ଆକୃଷ୍ଟ କରେ। ୨ ବ୍ଲକ ପ୍ରଶାସନ ଆସିକା ଓ ଶେରଗଡର ତତ୍ତ୍ୱାବଧାନରେ ଚାଲିଛି ଏହି ପୀଠ। ବିକାଶ ଦିଗରେ ବିଗତ କିଛିଦିନ ମଧ୍ୟରେ ବହୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି କରଞ୍ଜେଇ ସମନ୍ବୟ ସମିତି ସଭାପତି ଭଜରାମ ପଲେଇ ଓ ସଭ୍ୟ ମାଧବାନନ୍ଦ ପଣ୍ଡା। ସାମାଜିକ କର୍ମୀ ବିକୁ ନାୟକ କୁହନ୍ତି, ଏହାର ବିକାଶ ସହ ପର୍ଯ୍ୟଟକ ମାନଚିତ୍ରରେ ସ୍ଥାନ ଦେବାକୁ ବହୁବାର ପ୍ରଶାସନର ବୈଠକ ବସିଛି, ହେଲେ ଫଳ ଶୂନ। ତୁରନ୍ତ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି।

କେମିତି ଯିବେ

ବ୍ରହ୍ମପୁର ରେଳଷ୍ଟେଶନରୁ କରଞ୍ଜେଇ ପୀଠର ଦୂରତା ୨୭ କି.ମି.। ବାହାରୁ ଆସୁଥିବା ପର୍ଯ୍ୟଟକ ବ୍ରହ୍ମପୁର ରେଳ ଷ୍ଟେଶନରେ ପହଞ୍ଚତ୍ବା ପରେ ଟ୍ୟାକ୍ସି ଏବଂ ବସ୍‌ ଯୋଗେ ଭାୟା ହିଞ୍ଜିଳିକାଟୁ ଦେଇ ଯାଇପାରିବେ। ଆସିକା ଯାଉଥିବା ସମସ୍ତ ବସ୍‌ କରଞ୍ଜେଇ ଛକରେ ରହିଥାଏ। ପଶ୍ଚିମ ଓଡ଼ିଶାର ଲୋକେ ଭଞ୍ଜନଗର ଦେଇ ଏହି ପୀଠକୁ ଆସିପାରିବେ। ଭଞ୍ଜନଗରରୁ ବ୍ରହ୍ମପୁର ଆସୁଥିବା ସମସ୍ତ ବସ୍‌ କରଞ୍ଜେଇ ପୀଠ ଦେଇ ଯାଇଥାଏ।

– ରିପୋର୍ଟ: ସୂର୍ଯ୍ୟନାରାୟଣ ଦାସ, ଶେରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri