ବୟସରେ ୩ ବର୍ଷ ସାନ, ପୂର୍ବରୁ ଦୁଇଟି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା କରନ୍‌ଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: ଇଚ୍ଛା ନ ଥିଲା ବିବାହ ପାଇଁ। ହେଲେ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ହାତକୁ ଦୁଇ ହାତ ହେବାକୁ ବାଧ୍ୟ ହୋଇଥିଲେ। ଏଭଳି କିଛି କାହାଣୀ ହେଉଛି ବଲିଉଡ୍‌ ବ୍ଲାକ୍‌ ବିଉଟି ବିପାସା ବାସୁଙ୍କର। ଅଭିନେତା କରନ୍‌ ସିଂ ଗ୍ରୋଭରଙ୍କ ସହ ତାଙ୍କର ବିବାହ ପଛର କାହାଣୀ ବେଶ୍‌ ରୋମାଞ୍ଚକର।

ବିପାଶାଙ୍କୁ ବିବାହ ପୂର୍ବରୁ ଦୁଇଟି ବିବାହ କରିଥିଲେ କରନ୍‌। ସେ ଦୃଷ୍ଟିରୁ ବିପାଶା ତାଙ୍କର ତୃତୀୟ ସ୍ତ୍ରୀ। ଏପରିକି ବୟସରେ କରନ୍‌ ବିପାଶାଙ୍କଠାରୁ ୩ ବର୍ଷ ସାନ। ଉଭୟ ୨୦୧୫ରେ ଫିଲ୍ମ ‘ଆଲୋନ୍‌’ରେ ଅଭିନୟ କରିଥିଲେ। ଉଭୟଙ୍କ ରୋମାନ୍ସ ସେତେବେଳେ ଚର୍ଚ୍ଚାରେ ରହିଥିଲା। ଏହି ସମୟରେ ମିଛ ମିଛ ଡେଟ୍‌ରୁ ସମ୍ପର୍କର ଗାଡ଼ି ଆଗକୁ ଯାଇଥିଲା। ଧିରେ ଧିରେ କରନ୍‌ଙ୍କୁ ବିପାଶା ବେଶ୍‌ ନିଜର ଲାଗିଥିଲେ। ହେଲେ ବିପାଶା ବିବାହ କରିବାକୁ ଚାହୁଁ ନ ଥିଲେ।

ଥାଇଲାଣ୍ଡରେ ଥିବା ସମୟରେ ବିପାଶାଙ୍କୁ ଆଙ୍ଗୁଠି ଦେଇ ପ୍ରପୋଜ୍‌ କରିଥିଲେ କରନ୍‌। ଏହାର ଜବାବରେ ତୁମେ ଏ କ’ଣ କହୁଛ ବୋଲି ପଚାରିଥିଲେ ବିପାଶା। ପରେ ବିପାଶା ହଁ କହିବା ପରେ ଉଭୟ ବିବାହ କରୁଥିବା ନେଇ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ।

ତୃତୀୟ ସ୍ତ୍ରୀ ହୋଇଥିବାରୁ ବିବାହ ଚାଲିବ ନାହିଁ ବୋଲି ଭାବୁଥିଲେ ପରିବାରଲୋକେ। ହେଲେ ବିପାଶା ସେମାନଙ୍କୁ ବୁଝାଇଥିଲେ। ନିଜର ଯାତ୍ରା ସ୍ବତନ୍ତ୍ର। କାହା ବିଷୟରେ କିଛି କହିବାକୁ ହେଲେ ନିଜକୁ ସେହି ସ୍ଥାନରେ ରଖିବାକୁ ପଡେ। କରନ୍‌ ତାଙ୍କୁ ସମସ୍ତଙ୍କଠାରୁ ଅଧିକ ଭଲପାଇବା ଏବଂ ସମ୍ମାନ ଦିଅନ୍ତି ବୋଲି ସେ କହିଥିଲେ। ଏବେ ଉଭୟ ବିବାହର ୫ ବର୍ଷ ପୂରଣ କରିସାରିଲେଣି। ଉଭୟଙ୍କ ମଧ୍ୟରେ ସମ୍ପର୍କ ପୂର୍ବଭଳି ସତେଜ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri