ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ

ମୁମ୍ବାଇ,୩ ।୧୦: ବଲିଉଡ୍‌ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି । ଦେଶ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ କରନ ଜୋହର ଏକ ବିଶେଷ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଚିଠି ମାଧ୍ୟମରେ ସେ ଏହା ମୋଦିଙ୍କୁ ଜଣାଇଥିବା ଟୁଇଟ୍ କରି ଜଣାଇଛନ୍ତି । ଟୁଇଟରରେ କରନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଜି ଜି ଆମ ପାଇଁ ଏହା ଗର୍ବର କଥା ଯେ ଆମେ ଏହି ମହାନ୍ ଦେଶର କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ । ଏହାସହ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତିକୁ ବି ମନାଇବାକୁ ଯାଉଛୁ । ଚିଠିରେ କରନ ଲେଖିଛନ୍ତି ଚେଞ୍ଜ ଉଇଦିନ କ୍ୟାମ୍ପେନ ଆଧାରରେ ଫିଲ୍ମ ଦୁନିଆ ଏଭଳି କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛି ଯେଉଁଥିରେ ଭାରତୀୟ ସଂସ୍କୃତି, ମୂଲ୍ୟ ଓ ସୌର୍ଯ୍ୟ ପ୍ରଦର୍ଶିତ ହେବ । ଦେଶର ପ୍ରତି କୋଣରେ ଏମିତି କିଛି କାହାଣୀ ଅଛି ଯାହା ଆମକୁ ପ୍ରେରଣା ଦେବ । ତେବେ ଗତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତି ଉପଲକ୍ଷେ ରାଜକୁମାର ହିରାନି ଏକ ଫିଲ୍ମ ନିର୍ମାଣ କରିଥିଲେ । ଏବେ ସାଧିନତାର ଉତ୍ସବ ପାଳନ କରିବାକୁ ଯାଇ ସେ ମଧ୍ୟ ଏଥିରେ ନିଜକୁ ସାମିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର ପ୍ରେରଣାଦାତା ଓ ମାର୍ଗଦର୍ଶିକ । ତେଣ ଫିଲ୍ମ ନିର୍ମାଣ ସମୟରେ ଆମେ ଆପଣଙ୍କୁ ମନେପକାଇଛୁ । ସୂଚନାଯୋଗ୍ୟ, ଏଥିପାଇଁ କରନ ଜୋହରଙ୍କ ସହ ରାଜକୁମାର ହିରାନି, ଏକତା କପୁର, ରୋହିତ ସେଟ୍ଟି, ସାଜିତ ନାଡିୱାଡୱାଲା, ଦିନେଶ ବିଜାନ ପ୍ରମୁଖ ଏକାଠି ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିକ୍‌ଙ୍କ ସହ କେବେବି ଗୀତ ଗାଇବାକୁ ଚାହାଁନ୍ତି ନାହିଁ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟକୁ ନେଇ ବେଶ୍‌ ଚର୍ଚ୍ଚିତ। କେବଳ ଅଭିନୟ ନୁହେଁ ସେ ଫିଲ୍ମରେ କେତୋଟି ଗୀତ ମଧ୍ୟ...

ଲାଲୁଙ୍କ ପରିବାରରେ ଜନ୍ମାଷ୍ଟମୀ ବିବାଦ, ପୋଷ୍ଟରରେ ଅଛନ୍ତି କୃଷ୍ଣ ନାହାନ୍ତି ଅର୍ଜୁନ…

ପାଟନା,୩୦।୮: ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଜନ୍ମାଷ୍ଟମୀ ବିବାଦ ଦେଖାଦେଇଛି। ଜନ୍ମାଷ୍ଟମୀ ଅବସରେ ପାଟନା ସହରରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଲାଲୁଙ୍କ ସହିତ ରାବ୍ରି...

ତିନି ତଲାକ୍‌ ନେଇ ଏନ୍‌ଡିଏ ମେଣ୍ଟରେ ଫାଟ: ଜେଡିୟୁ କରିବ ବିରୋଧ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଲୋକ ସଭାରେ ଗୁରୁବାର ତିନି ତଲାକ୍‌ ବିଲ୍‌ ପୁଣି ଥରେ ଆଗତ କରାଯିବାର ଯୋଜନା କରାଯାଇଛି। ତେବେ...

ମୋଦିଙ୍କୁ ଚିଠି ଲେଖିଲେ ଅମରିନ୍ଦର: କୃଷକ ଆନ୍ଦୋଳନର ସମାଧାନ ବାହାର କରନ୍ତୁ

ଚଣ୍ଡିଗଡ,୨୦।୨: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ୍‌ ଅମରିନ୍ଦର ସିଂ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। କୃଷକ ଆନ୍ଦୋଳନର ସମାଧାନର ବାଟ ବାହାର କରିବାକୁ ସେ...

ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଯୋଗୁ କାୟା ମେଲାଉଛି କରୋନା

କୋଲକାତା,୨୧।୩ : ଦେଶରେ କୋଭିଡ୍‌-୧୯ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ...

ସ୍ପଷ୍ଟଦିବାଲୋକରେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁଳି କରି ହତ୍ୟା: ୧୦ ଗୁଳି ମାଡ଼

ଚଣ୍ଡିଗଡ଼,୨୭।୬: ହରିୟାଣାରେ ଜଣେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଫରଦାବାଦ୍‌ର ସେକ୍ଟର-୯ଠାରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀ...

ଶବାଗାରରେ ମହିଳାଙ୍କ ମୃତଦେହ ମୂଷା ଖାଇଗଲେ

ଆଜମଗଡ଼, ୬।୫: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାର ଏକ ହସ୍ପିଟାଲ ଶବାଗାରରେ ଜଣେ ମହିଳାଙ୍କ ମୃତଦେହ ୪ ଦିନ ପଡ଼ିରହିବା ଫଳରେ ଏହାକୁ ମୂଷା ଓ ପିମ୍ପୁଡ଼ି...

କୃଷକ ଆନ୍ଦୋଳନ: ଆଲୋଚନା ନିଷ୍ଫଳ, ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ,୪ା୧୨:୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକର ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ...

Advertisement
Archives

Model This Week