କରମଣ୍ଡଳ ଟ୍ରେନ ଦୁର୍ଘଟଣା: ଲୁହରେ ଭିଜୁଛି ପୁଟୁକିଶୋଳ ଗ୍ରାମ, ୪ଟି ପରିବାରରେ ଚାଲିଛି ଦଶାହ କ୍ରିୟା

ମୋରଡ଼ା,୧୧।୬(ଡି.ଏନ.ଏ): ଲୁହରେ ଭିଜୁଛି ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଗଡିଆ ପଞ୍ଚାୟତର ପୁଟୁକିଶୋଳ ଗ୍ରାମ । ସାରା ଗାଁରେ ଶୋକାକୁଳ ହୋଇଯାଇଛି। ବାଲେଶ୍ୱର ଜିଲା ବାହନଗା ଷ୍ଟେସନରୁ ମାତ୍ର ଅଳ୍ପ କିଛି ଦୂରରେ ଘଟିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୋରଡା ବ୍ଲକର ଚାରିଜଣ ଯୁବକ କୀର୍ତନ ସି, ଭରତ ଦାସ, ବ୍ରହ୍ମାକାନ୍ତ ଦାସ ଓ ସତ୍ୟନାଥ ପାଟବନ୍ଧା ଉକ୍ତ ଟ୍ରେନରେ ଥିଲେ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ଗ୍ରାମରେ ପହଞ୍ଚିଥିବାବେଳେ ବ୍ରହ୍ମାକାନ୍ତଙ୍କ ମୃତଦେହ ଚି଼ହ୍ନଟରେ ବିଳମ୍ବ ହୋଇଛି। ତାଙ୍କ ମୃତଦେହ ଚିହ୍ନଟ ପାଇଁଁ ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିବାକୁ ପଡିଛି। ଫଳରେ ମୃତଦେହ ଘରକୁ ଆସିପାରିନାହିଁ ।
ତେବେ ଆଜି ଘଟଣା ଘଟିବାର ଦଶ ଦିନ ହୋଇଥିବାରୁ ଶୋକାକୁଳ ପରିବେଶରେ ପୁଟୁକିଶୋଳ ଗ୍ରାମରେ ଚାଲିଛି ଦଶାହ କ୍ରିୟାକର୍ମ । କୀର୍ତନ ସି ଏବଂ ସତ୍ୟନାଥ ପାଟବନ୍ଧାଙ୍କ ଦଶାହ କ୍ରିୟା ଆଜି ଚାଲିଥିବାବେଳେ ଭରତ ଦାସ ଏବଂ ବ୍ରହ୍ମାକାନ୍ତ ଦାସଙ୍କ ଦଶାହ କ୍ରିୟା ହୋଇପାରିନାହିଁ। ବ୍ରହ୍ମାକାନ୍ତଙ୍କ ମରଶରୀର ଘରେ ପହଞ୍ଚି ନ ଥିବାରୁ ତାଙ୍କ ଦାଦା ପୁଅ ସାନଭାଇ ଭରତ ଦାସଙ୍କର ମଧ୍ୟ କ୍ରିୟାକର୍ମ ହୋଇ ପାରିନାହିଁ।

ଏଠାରେ କହି ରଖୁଛୁ, କୀର୍ତନଙ୍କର ଗୋଟିଏ ନଅ ବର୍ଷର ଝିଅ ଏବଂ ଦେଢ଼ ବର୍ଷର ପୁଅ ଥିବା ବେଳେ ପାଠପଢା ସହାୟତା ପାଇଁ ସରକାରଙ୍କୁ ଗୁହାରୀ କରିଛନ୍ତି ବାପା ଅକ୍ଷୟ ।
ସେହିପରି ଭରତ ଦାସ ସ୍ବର୍ଗତ ଭାଗୀରଥି ଦାସଙ୍କ ଏକମାତ୍ର ରୋଜଗାରିଆ ପୁଅ ଥିବାବେଳେ ଏବେ କେମିତି ତାଙ୍କର ୫ବର୍ଷର ଝିଅ ଏବଂ ୯ମାସର ପୁଅକୁ ଲାଳନପାଳନ କରି ବଡ଼ କରିବେ କହିଛନ୍ତି ସ୍ତ୍ରୀ ସଙ୍ଗୀତା ଦାସ । ତେଣୁ ସେ ମଧ୍ୟ ପିଲାଙ୍କ ପାଠପଢା ସହାୟତା ପାଇଁ ସରକାରଙ୍କୁ ଗୁହାରୀ କରିଛନ୍ତି।
ବ୍ରହ୍ମାକାନ୍ତ ଦାସଙ୍କ ମୃତଦେହ ଚି଼ହ୍ନଟ ପାଇଁ ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଥିବାରୁ ଏଯାଏଁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିପାରିନାହିଁ ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ ମିନା ଦାସ । ଜଣଙ୍କ ରୋଜଗାରରେ ଘର ସମ୍ପୂର୍ଣ ରୂପେ ଚଳୁଥିବା ବେଳେ ବ୍ରହ୍ମାକାନ୍ତଙ୍କ ଯିବା ପରେ ସ୍ତ୍ରୀ, ୨ପୁଅ ଏବେ ଅସହାୟ ପାଲଟିଯାଇଛନ୍ତି ।

ତେବେ କୀର୍ତନ ସିଙ୍କ ପରିବାରକୁ ଛାଡି ଦେଲେ ଅନ୍ୟ ୩ଜଣଙ୍କ ପରିବାର ଲୋକେ ଭଙ୍ଗା କୁଡ଼ିଆ ଛପର ଘରେ ରହୁଛନ୍ତି। ତେଣୁ ଏମାନଙ୍କୁ ଯଥାଶୀଘ୍ର ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସରକାରୀ ଯୋଜନାରେ ପକ୍କାଘର ମିଳୁବୋଲି ଗ୍ରାମବାସୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri