ଧସିଲା କରଡ଼ା ଘାଟି, ଅଟକି ରହିଛି ଶହଶହ ଗାଡ଼ିମୋଟର

ରାଇକିଆ,୧୭ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର କରଡ଼ା ଘାଟି ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଘାଟିର ତିନୋଟି ସ୍ଥାନରେ ଓ୍ବାଲ ଧସି ଯିବାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ୧୩ ଓ ୧୪ ତାରିଖ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଘାଟିର ବିଭିନ୍ନ ସ୍ଥାନ ଧୋଇ ହୋଇଯାଇଛି। ୪ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ମରାମତି କାର୍ଯ୍ୟ ହୋଇପାରିନାହିଁ। ବ୍ଲକର ୪ଟି ପଞ୍ଚାୟତ କରାଡ଼ା, ଇନ୍ଦ୍ରଗଡ଼, ରଣବା, ବଡ଼ବରବା ପଞ୍ଚାୟତର ୧୦ ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଗଞ୍ଜାମ ଜିଲାର ସୋରଡ଼ା ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଘାଟି ମରାମତି କରିବାକୁ କାରଦା ସରପଞ୍ଚ ସାନୁଜ ପ୍ରଧାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାଇକିଆଠାରୁ କରଡ଼ା ପର୍ଯ୍ୟନ୍ତ ୨୦ କିମି ରାସ୍ତା ଉନ୍ନତିକରଣ ପାଇଁ ୨୦୧୯ରୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ରାସ୍ତା ଓ ଘାଟି କାମ ହୋଇ ପାରି ନ ଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟ୍‌ ଅପେକ୍ଷାରେ ୬ କଳାପଥର ଖାଦାନ

ଯାଜପୁର ଅଫିସ,୩।୯: ଲଘୁ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ୫ ହେକ୍ଟରରୁ ଊର୍ଦ୍ଧ୍ୱ ୬ କଳାପଥର ଖାଦାନ ଓ ଗୋଟିଏ...

ରେଲୱେ ଓଭରବ୍ରିଜ ଦାବି ତେଜିଲା

ଯାଜପୁର ରୋଡ,୫ା୯(ଡି.ଏନ.ଏ.):ବ୍ୟାସନଗର ମିଳିତ ମଞ୍ଚର ଲିଖିତ ଦାବି ଅନୁଯାୟୀ ମିଳିଥିବା ପ୍ରତିଶ୍ରୁତି ଅନୁସାରେ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା, ରେଲବାଇ ଓଭର ବ୍ରିଜ ଓ...

ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଉଠିଛି ଟଙ୍କା

କେନ୍ଦୁଝର, ୨୩।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅର୍ଥ ହେର୍‌ଫେର କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାମରେ ଆସୁଥିବା...

କୁଇଣ୍ଟାଲ ପ୍ରତି ୬୦ଟଙ୍କା କ୍ଷତି ସହୁଛି ଚାଷୀ

ଭବାନୀପାଟଣା,୭।୧(ସ୍ବ.ପ୍ର.): ବର୍ତ୍ତମାନ ଚାଷୀଙ୍କୁ ଘାରିଛି ମଣ୍ଡି ସମସ୍ୟା। କେତେବେଳେ କଟନି ଛଟନି ତ କେତେବେଳେ ଟୋକନ ସମସ୍ୟା। ମଣ୍ଡିରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ପ୍ରଶାସନ...

ଚୋରି ଅଭିଯୋଗରେ ଜଣେ ଗିରଫ

ମୋରଡ଼ା,୪ା୧୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ସରକାରୀ ଗୃହରୁ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ହଳଦୀପାଳର ଟିକ ମହାନ୍ତ।...

ରତ୍ନସିଂହାସନରୁ ପଥର ଉଭାନ

ପୁରୀ ଅଫିସ,୮ା୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ଖଣ୍ଡିଏ ପଥର ଗାଏବ କରିଦିଆଯାଇଛି। ଏନେଇ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସେବାୟତ ଈପ୍‌ସିତ ପ୍ରତିହାରୀ। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା...

ଛାତ୍ରାବାସରେ ମସାଜ୍‌ର ମଜା ନେଉଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ବାରିପଦା ଅଫିସ,୨୩।୧- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଖେରଣା ସ୍ଥିତ ଈଶ୍ୱରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମସାଜ କରୁଥିବାର ଏକ ଭିଡିଓ...

ରାସ୍ତା ପାଇଁ ହୀନସ୍ତା ମଙ୍ଗଳପୁର ଗ୍ରାମବାସୀ

କୋକସରା, ୧୮।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ପଞ୍ଚାୟତର ଅଧିକାଂଶ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ମଙ୍ଗଳପୁର ଏକ ରାଜସ୍ବ ଗ୍ରାମ ହୋଇଥିବା...

Advertisement
Archives

Model This Week