ନୂଆଦିଲ୍ଲୀ,୧୫।୩: କଂଗ୍ରେସ ଓ୍ବାର୍କିଂ କମିଟି (ସିଡ୍ଲ୍ୟୁସି)ବୈଠକ ପରେ ପୁଣି ଥରେ କଂଗ୍ରେସରେ ଆନ୍ତଃ କନ୍ଦଳ ଦେଖାଦେଇଛି। ଦଳର ବରିଷ୍ଠ ନେତା କପିଲ ସିବଲ ଭାଜପା ଏବଂ ଆର୍ଏସ୍ଏସ୍ ଭାଷାରେ କଥା ହେଉଥିବା କହିଛନ୍ତି ଲୋକସଭା ନେତା ମାନିକାମ ଟାଗୋର।
“ଭାଜପା ଏବଂ ଆର୍ଏସ୍ଏସ୍ କାହିଁକି ନେହରୁ-ଗାନ୍ଧୀ ପରିବାରଙ୍କୁ ନେତୃତ୍ୱଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି? କାରଣ ଗାନ୍ଧୀ ପରିବାରର ନେତୃତ୍ୱ ବିନା କଂଗ୍ରେସ, ଜନତା ପାର୍ଟି ହୋଇଯିବ। କଂଗ୍ରେସକୁ ହତ୍ୟା କରିବା ସହଜ। କିନ୍ତୁ ଭାରତୀୟ ଧାରଣକୁ ଧ୍ୱଂସ କରିବା ସହଜ ନୁହେଁ। କପିଲ ସିବଲ ସବୁ ଜାଣିଛନ୍ତି ହେଲେ ସେ ଆର୍ଏସ୍ଏସ୍, ଭାଜାପା ଭାଷାରେ କଥା ହେଉଛନ୍ତି ” ବୋଲି ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ଭାବେ ଜଣାଶୁଣା ଟାଗୋର ଟୁଇଟ୍ କରିଛନ୍ତି।
ନିକଟରେ ଏକ ସାକ୍ଷାତ୍କାରରେ ଭେଟେରାନ କଂଗ୍ରେସ କପିଲ ସିବଲ କହିଥିଲେ, ମୁଁ ଚାହେଁ ସମସ୍ତଙ୍କ କଂଗ୍ରେସ। କିନ୍ତୁ କିଛି ଘରର କଂଗ୍ରେସ ଚାହୁଁଛନ୍ତି। ସେ ଏଭଳି କହି ଗାନ୍ଧୀ ପରିବାରକୁ ପଦ ଛାଡ଼ିବା ସହ ଅନ୍ୟ ନେତାଙ୍କୁ କଂଗ୍ରେସର ଦାୟିତ୍ୱ ହସ୍ତାନ୍ତରକୁ ସମର୍ଥନ କରିଥିଲେ।