Posted inଜାତୀୟ

ଚିନ୍ତାରେ କପିଲ

ନୂଆଦିଲ୍ଲୀ,୩୦।୮: କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଯେଉଁ ଚିଠି ଲେଖାଯାଇଥିଲା ଏବେ ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରୁନାହିଁ। ଚିଠି ଲେଖି ଥିବା କଂଗ୍ରେସ ନେତାଙ୍କ ମଧ୍ୟରେ ଜଣେ ଥିଲେ ବରିଷ୍ଠ ନେତା କପିଲ ଶିବଲ। ଏବେ ସେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ ଦ୍ୱାରା ଉଠାଯାଇଥିବା କଥାର ନା କିଛି ସମାଧାନ ହେଲା ନା ଏହାକୁ ବିଚାରକୁ ନିଆଗଲା। ଏମିତିକି ଚିଠି ଲେଖା ପ୍ରସଙ୍ଗକୁ ନେଇ କେହି ନେତା ବି ମୁହଁ ନ ଖୋଲିବା ଆଉ ଏକ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ସେ କହିଛନ୍ତି ଏହି ସମୟରେ ଦଳକୁ ଜଣେ ପୂର୍ବତନ ଅଧ୍ୟକ୍ଷ ଆବଶ୍ୟକ। ଏହାସହ ଚିଠିରେ ଲେଖାଯାଇଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ ହେବା ଦରକାର। ସେ କହିଛନ୍ତି କଂଗ୍ରେସ ସବୁବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ସମ୍ବିଧାନ ପାଳନ କରୁ ନ ଥିବା ଓ ଲୋକତନ୍ତ୍ରକୁ ନଷ୍ଟ କରୁଥିବା ଅଭିଯୋଗ ଆଣୁଛି। ହେଲେ ଆମେ କ’ଣ କରୁଛୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆମକୁ ବି ସମ୍ବାଧାନର ପାଳନ କରିବା ଆବଶ୍ୟକ। ତେବେ ବୈଠକରେ କାହିଁକି ଚିଠିରେ ଲେଖାଯାଇଥିବା କଥା ଆଲୋଚନା ନ ହେଲା ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି। ଆଉ ଯଦି ସେଥିରେ କିଛି ଭୁଲ୍‌ ଥିଲା ତାକୁ ନେଇ ପ୍ରଶ୍ନ କରାଯାଉନି କାହିଁକି। କିନ୍ତୁ ଆମକୁ ଅସନ୍ତୁଷ୍ଟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନର ଗୋଟିଏ ଦିନ ପରେ ଭାଜପା ପ୍ରାର୍ଥୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପରେ ମୃତ୍ୟୁ ବରଣ କରିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ପ୍ରାର୍ଥୀ। ଉତ୍ତରପ୍ରଦେଶ ମୋରାବାଦର ପ୍ରାର୍ଥୀ...

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri