ଫାଦର୍ସ ଡେ’ରେ ପିତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିଥିଲେ କପିଲ ଶର୍ମା, କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଆଜିକାଲି ତାଙ୍କ ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ ପାଇଁ ଚର୍ଚ୍ଚାରେ ଅଛନ୍ତି। କପିଲଙ୍କ ସହ ଜଡ଼ିତ ଏକ ଏମିତି କାହାଣୀ ରହିଛି ଯାହାକୁ ଶୁଣିଲେ ଭାବପ୍ରବଣ ହୋଇଯିବେ।

କପିଲ ଶର୍ମା ଆଜି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ। କିନ୍ତୁ ଏହି ସଫଳତା ପାଇଁ ସେ ବହୁତ ସଂଘର୍ଷ କରିଛନ୍ତି। ସେ ତାଙ୍କ ସାକ୍ଷାତକାରରେ ଏହା ଅନେକ ଥର ଉଲ୍ଲେଖ କରିଛନ୍ତି। ଏକ ସାକ୍ଷାତକାରରେ କପିଲ ତାଙ୍କ ପିତାଙ୍କୁ ମନେ ପକାଇଥିଲେ। ଏହି ସମୟରେ କପିଲ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ତାଙ୍କ ପିତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିଲେ।

କପିଲ କହିଥିଲେ, ମୁଁ ମୋ ବାପାଙ୍କ ସହିତ ବହୁତ କମ୍‌ ସମୟ ବିତାଇଛି, କିନ୍ତୁ ଶେଷ ଦିନରେ ମୁଁ ତାଙ୍କ ସହିତ ଥିଲି। ତାଙ୍କର ଏମସରେ କ୍ୟାନସର ରୋଗର ଚିକିତ୍ସା ହୋଇଥିଲା। ତା’ପରେ ବାପା ଯନ୍ତ୍ରଣାରେ କାନ୍ଦୁଥିଲେ। ଏହା ଦେଖି ମୁଁ ଡରିଯାଉଥିଲି। ଏପରି ପରିସ୍ଥିତିରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ଯେ, ତାଙ୍କୁ ତାଙ୍କ ପାଖକୁ ଡାକି ନିଅନ୍ତୁ। କିନ୍ତୁ ସେତେବେଳେ ମୁଁ ଜାଣି ନଥିଲି ଯେ, ବାପା ବିନା ଜୀବନ କେତେ କଷ୍ଟକର।

କହି ରଖୁଛୁ, ଦାରିଦ୍ର୍ୟରେ ପିଲାଦିନ ବିତାଇଥିବା କପିଲ ଶର୍ମା ଆଜି କୋଟି କୋଟି ଟଙ୍କାର ମାଲିକ। ରିପୋର୍ଟ ଅନୁସାରେ, ତାଙ୍କର ସମ୍ପତ୍ତି ପ୍ରାୟ ୩୦୦ କୋଟି ଟଙ୍କା। ତାଙ୍କର ମୁମ୍ବାଇ ଏବଂ ପଞ୍ଜାବୀରେ ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ଅଛି। କପିଲ ଖୁବ୍‌ଶୀଘ୍ର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଏହା ସହିତ ତାଙ୍କର ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ ମଧ୍ୟ ଖୁବ୍‌ ଶୀଘ୍ର ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫ କୋଟି ନା ୪୧ କୋଟି… ପୱନ କଲ୍ୟାଣଙ୍କ ପତ୍ନୀ ଆନ୍ନା କେତେ ପାଇବେ ଭରଣପୋଷଣ ରାଶି? ଜାଣନ୍ତୁ…

ଅମରାବତି,୧୦।୧୧: ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କ ତୃତୀୟ ବିବାହର ଅନ୍ତ ଘଟିଛି। ବିବାହର ୧୩ ବର୍ଷ ପରେ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ…

ଏହି ଗୀତ ଶୁଣି କାନ୍ଦି ପକାଇଲେ ସଲମାନ: ବାପାଙ୍କୁ ମାଗିଲେ କ୍ଷମା

ମୁମ୍ବାଇ: ‘ବିଗ ବସ ୨୦’ର ‘ୱିକେଣ୍ଡ କା ୱାର୍‌’ ଏପିସୋଡ ଏଥର ଖୁବ ରୋଚକ ହୋଇଥିଲା। ଏହି ବିଶେଷ ଅବସରରେ ଅନେକ ଗାୟକ ନିଜ ସୁମଧୁର ସ୍ବରରେ…

ବକ୍ସ ଅଫିସ୍‌ରେ ‘ରାମାୟଣ’ ଧମାକା: ‘ଧୁରନ୍ଧର ୨’କୁ ପକାଇଲା ପଛରେ

ମୁମ୍ବାଇ:ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ: ପାର୍ଟ ୧’ ବକ୍ସ ଅଫିସ୍‌ରେ ଆଉ ଏକ ବଡ଼ ରେକର୍ଡ କରିଛି। ରିଲିଜ୍‌ର ମାତ୍ର ୫ ଦିନ ମଧ୍ୟରେ ଫିଲ୍ମର…

ବାଣରୁ ଅଭିନେତାଙ୍କ ଘରେ ଲାଗିଗଲା ନିଆଁ, ଜଳି ପାଉଁଶ ହେଲା….

ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍‌ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍‌ ୩’ରେ ଅଭିନୟ କରି…

ଅମିତାଭଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏହି ଦିନରୁ ଆରମ୍ଭ ହେବ KBC ଶୁଟିଂ

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ବଡ଼ ଖବର। ଗତ ୨ରୁ ୩ ଦିନ ଧରି ଗଣମାଧ୍ୟମ ଓ ସୋସିଆଲ…

ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଷ୍ଟାର ଯୋଡି, ସାମିଲ୍ ହେବେ ରଜନୀକାନ୍ତ

ଚେନ୍ନାଇ,୯।୧୧: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସନ୍‌ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ସହ ତାଙ୍କ…

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

‘ଏହି ଜୀବନରେ ଆମକୁ କେହି ଅଲଗା କରିପାରିବେ ନାହିଁ’, ଏମିତି କହି ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଲେ ସୁନିତା

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନ ସମ୍ପ୍ରତି ଆଲୋଚନାର ଏକ ମୁଖ୍ୟ ବିଷୟ ପାଲଟିଛି। କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?