Posted inଖେଳ

ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା କପିଲ-କୋହଲୀ-ତେନ୍ଦୁଲକରଙ୍କ ବଙ୍ଗଳା

ନୂଆଦିଲ୍ଲୀ,୭।୭: ଦୀର୍ଘ ଏକ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଉଛନ୍ତି। ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇପିଏଲ୍‌ର ୧୩ତମ ସଂସ୍କରଣରେ ସେ ଖେଳିବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ କରୋନା ଯୋଗୁ ମ୍ୟାଚ୍‌କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି।

ରାଞ୍ଚିରେ ଏବେ ପରିବାର ସହ ରହୁଛନ୍ତି ଧୋନୀ। ତେବେ ସେଠାରେ ଥିବା ତାଙ୍କ ଫାର୍ମହାଉସ୍‌ ବିଷୟରେ କ’ଣ ଆପଣ ଜାଣନ୍ତି। ହୁଏତ ନା। ଜାଣିରଖନ୍ତୁ ଧୋନୀଙ୍କ ଏହି ଘର ଆଗରେ କପିଲ ଦେବ, ବିରାଟ କୋହଲୀ ଏବଂ ସଚିନ ତେନ୍ଦୁଲକରଙ୍କ ବଙ୍ଗଳା ଫିକା ପଡ଼ିଯିବ।

ଧୋନୀ ଫାର୍ମହାଉସ୍‌ର ନାମ ରଖିଛନ୍ତି ‘କୈଳାସପତି’। ଏହା ୭ ଏକର ପରିବ୍ୟାପ୍ତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଫାର୍ମହାଉସ୍‌କୁ ଦେଖି ଯେ କେହି ପ୍ରେମରେ ପଡ଼ିଯିବ। ଧୋନୀଙ୍କ ପୁରୁଣା ଘରୁ ଏଠାକୁ ମାତ୍ର ୨୦ ମିନିଟ ସମୟ ଲାଗେ। ଖାଲି ସମୟ ଧୋନୀ ଏଠାରେ ବିତାଇବାକୁ ଭଲପାନ୍ତି।

ଫାର୍ମହାଉସ୍‌ରେ ଏକ ଇନ୍‌ଡୋର୍‌ ଷ୍ଟାଡିୟମ ଏବଂ ସୁନ୍ଦର ସୁଇମିଂ ପୁଲ ରହିଛି। ଏଠାରେ ମାହି କ୍ରିକେଟ ଅଭ୍ୟାସ କରିବା ଲାଗି ଏକ ନେଟ୍‌ ପ୍ରାକ୍ଟିସିଂ ପଡ଼ିଆ ରଖିଛନ୍ତି। ଏହାଛଡ଼ା ଅଲ୍‌ଟ୍ରା ମଡନ୍‌ ଜିମ୍‌ ମଧ୍ୟ ରହିଛି। ବାଇକ୍‌ର ସଉକ ରଖିଥିବା ଧୋନୀଙ୍କ ପାଖରେ ୧୦୦ରୁ ଅଧିକ ଗାଡ଼ି ରହିଛି। ସେସବୁକୁ ରଖିବା ଲାଗି ଏକ ଗ୍ୟାରେଜ୍‌ ରହିଛି। ଫାର୍ମହାଉସ୍‌ରେ ପଞ୍ଚତାରକା ହୋଟେଲ୍‌ ପରି ସୁବିଧା ରହିଛି। ଧୋନୀ ସେଠାରେ ଚାଷ କରିବା ମଧ୍ୟ ଆରମ୍ଭ କରିଛନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ପତ୍ନୀ ସାକ୍ଷୀ ଶେୟାର କରିଥାନ୍ତି। ଯାହାକି ଖୁବ୍‌ ଭାଇରାଲ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri