କାଞ୍ଜିଆହୁଦା ପରିକଳ୍ପନା ଯୋଜନା ଦିଗହରା

ପଟ୍ଟାମୁଣ୍ଡାଇ,୧୭ା୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଗଳିକନ୍ଦିରୁ ମୁଖ୍ୟ ରାସ୍ତା ଉପରେ ମାଳମାଳ ବୁଲା ଗୋରୁ ବୁଲୁଛନ୍ତି। ସହରର ମୁଖ୍ୟ ରାସ୍ତା ଅବରୋଧ ଯୋଗୁ ଯାଆଆସ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପକ୍ଷେ ଷଣ୍ଢ ଲଢ଼େଇ ଚିନ୍ତାର ବିଷୟ ପାଲଟିଛି। ପ୍ରତି ରାତିରେ ଗୋରୁଙ୍କ ପାଇଁ କେଉଁଠି ନା କେଉଁଠି ପଥଚାରୀମାନେ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ବାଟ ବଦଳାଇ ଗଳିକନ୍ଦିରେ ଗଲେ ବୁଲା କୁକୁରଙ୍କ ଭୟ ମଧ୍ୟ ରହୁଛି। ଏହା ସହରବାସୀ ଓ ପଥଚାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଷଣ୍ଢ, ଗାଈ, ଛେଳି, ମେଣ୍ଢା,ମାଙ୍କଡ଼ ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନି ହେଉଥିବା ବେଳେ କାଞ୍ଜିଆହୁଦାର ପରିକଳ୍ପନା ଦିଗହରା ହୋଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରବୀର ନାୟକ, ପି.ଏନ୍‌. ଗୌରାଙ୍ଗ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବହୁଦିନରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ଛେଳି, ମେଣ୍ଢା ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନିକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ ଥିବା ବେଳେ ବାସ୍ତବ କ୍ଷେତ୍ରରେ ଅନେକ ଉପକାର ହେଉଥିଲା। ଏଥିସହ ଏହି ପ୍ରାଣୀଙ୍କ ଯୋଗୁ କ୍ଷୟକ୍ଷତି ଯେପରି ନ ହେବ ସେନେଇ ପଦକ୍ଷେପ ନିଆଯାଉଥିଲା। ଏଥିଯୋଗୁ କୌଣସି ବ୍ୟକ୍ତି ପାଳିଥିବା ଗୋରୁଙ୍କୁ ଖୋଲାରେ ଛାଡ଼ିବାକୁ ଡରୁଥିଲେ। କାରଣ ଫସଲ ଖାଉଥିବା ବା ନଷ୍ଟ ହେଉଥିବା ଅଭିଯୋଗ ଉପରେ କାଞ୍ଜିଆହୁଦାରେ ନିୟୋଜିତ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ନେଉଥିଲେ। ଏଥିରେ ନିଯୁକ୍ତ କର୍ମଚାରୀ ଗୋମଇଁଷି ଆଦିଙ୍କୁ ଧରି ନେଇ କାଞ୍ଜିଆହୁଦାରେ ଭର୍ତ୍ତିକରି ଦେଉଥିଲେ। ତା’ପରେ ଗାଈ, ମଇଁଷି ମାଲିକ ଜରିମାନା ଦେଇ ମୁକୁଳାଉଥିଲେ। ଏହାଦ୍ୱାରା ଲୋକେ ସତର୍କ ହେବା ସହ ପୁଣି ଭୁଲ୍‌ କରିବାକୁ ଡରୁଥିଲେ। ଯଦି କୌଣସି ବ୍ୟକ୍ତି ଗୋରୁଙ୍କୁ ଚରାଇବାକୁ ନେଉଥିଲେ ତେବେ ନିଜେ କିମ୍ବା କାହା ମାଧ୍ୟମରେ ଜଗୁଥିଲେ। ଅନ୍ୟପକ୍ଷରେ ସରକାର ସେମାନଙ୍କ ରହିବା, ଖାଇବା, ପିଇବା ପାଇଁ ବନ୍ଦୋବସ୍ତ କରୁଥିଲେ। କିନ୍ତୁ ଏବେ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି। ସେହିପରି ସାମାଜିକ କର୍ମୀ ଅଶୋକ ଲେଙ୍କା, ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାସ୍ତି ଭିତରେ ଏକ କାଞ୍ଜିଆହୁଦା ବହୁଦିନ ହେବ ରକ୍ଷଣାବେକ୍ଷଣ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଭଗ୍ନ ଅବସ୍ଥାରେ ପଡ଼ି ରହିଛି। ନା ସେଠାରେ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ନା ଗୋରୁଙ୍କ ପାଇଁ ଖାଦ୍ୟ, ପାଣି ବ୍ୟବସ୍ଥା ଅଛି। କେତେବେଳେ କେମିତି ପୌର କର୍ତ୍ତୃପକ୍ଷ ବୁଲା ଗୋରୁଙ୍କୁ ଧରି ରଖିଲେ ସେମାନେ ସେହିଭଳି ଠିଆଠିଆ ରୁହନ୍ତି। ପରେ ଛାଡି ଦିଆଯାଏ। ଏବେ ପଟ୍ଟାମୁଣ୍ଡାଇ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଗାଈଙ୍କ ଚାହିଦା ବଢ଼ିଥିବାରୁ ଲୋକେ ଏ ପ୍ରକାର ଗାଈ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଗାଈ ଜନ୍ମଦେଲା ପରେ ମାଈ ଛୁଆ ହେଲେ ଗୁହାଳରେ ରଖନ୍ତି, ଅଣ୍ଡିରା ହେଲେ ବାହାରେ ଛାଡି ଦେଉଛନ୍ତି। କାରଣ ଆଗ ପରି ଆଉ ବିଲରେ ବଳଦ ଆବଶ୍ୟକତା ପଡୁନାହିଁ। ଟ୍ରାକ୍ଟର ସମେତ ଉନ୍ନତ କୃଷି ଯନ୍ତ୍ରପାତି ଚାରିଆଡ଼େ ବହୁଳ ବ୍ୟବହାର ହେଉଛି। ଅପରପକ୍ଷେ ଅଣ୍ଡିରା ବାଛୁରି ବଡ଼ ହୋଇ ଷଣ୍ଢ ହେଉଛନ୍ତି। ତା’ପରେ ସେମାନେ ଚାରିଆଡ଼େ ବୁଲି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଆଗେ କମ୍‌ ସଂଖ୍ୟକ ଷଣ୍ଢ ଥିବାବେଳେ ଏବେ ଏହି ସଂଖ୍ୟା ଆଶାତୀତ ଭାବେ ବଢ଼ି ପାଖଆଖ ଜମିର ଫସଲହାନି କରୁଛନ୍ତି। ସହରର ରାସ୍ତାଘାଟରେ ବୁଲାବୁଲି କରିବା ଯୋଗୁ ସାଧାରଣ ଜୀବନଯାତ୍ରାରେ ବାଧାହେବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଲୋକେ ନିରାପଦରେ ଯାତାୟାତ କରିପାରୁନାହାନ୍ତି। ଏପରି କି ସହରରେ କାଞ୍ଜିଆହୁଦାର ଆବଶ୍ୟକତା ଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ କରାଯାଉନାହିଁ। ସହରାଞ୍ଚଳରେ ଗୋ-ମଇଁଷାଦି ପ୍ରାଣୀଙ୍କ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ ସୁଦ୍ଧା କୋର୍ଟଙ୍କ ଏହି ନିର୍ଦ୍ଦେଶ ଫାଇଲ ଭିତରେ ଲୁଚି ରହିଛି। ଗୋ ଚାଲାଣକାରୀମାନେ ଏହାର ଭରପୂର ଫାଇଦା ଉଠାଇ ଚାଲିଛନ୍ତି। ସେମାନେ ରାତିରେ ରାସ୍ତା ଉପରୁ ଏହି ପ୍ରାଣୀମାନଙ୍କୁ ଟ୍ରକ୍‌ରେ ଉଠାଇ ବାହାରକୁ ଚାଲାଣକରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର କାଞ୍ଜିଆହୁଦାର ମରାମତି କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?