କ୍ରିକେଟର୍‌ମାନେ କେଉଁ କୁଳର ନୁହନ୍ତି, କାହିଁକି ଏମିତି କହିଲେ କଙ୍ଗନା

ଆମେରିକୀୟ ପପ ତାରକା ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ବିଶ୍ୱସ୍ତରୀୟ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଭାରତ ସରକାରଙ୍କ ପକ୍ଷରୁ ଦୃଢ ପ୍ରତିକ୍ରିୟା ଆସିଥିଲା। ସରକାରଙ୍କ ଏହି ପ୍ରତିକ୍ରିୟାକୁ ବଲିଉଡ କଳାକାର ଏବଂ କ୍ରିକେଟରଙ୍କ ଦ୍ୱାରା ବିପୁଳ ସମର୍ଥନ ମିଳିଛି। କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିରାଟ କୋହଲିଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ କ୍ରିକେଟର ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା। ରୋହିତଙ୍କ ଟୁଇଟ୍‌ ଦେଖି ରାଗିଯାଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ରୋହିତ ଶର୍ମା ଟୁଇଟ୍‌ କରି ଲେଖିଛନ୍ତି ଯେ ଯେତେବେଳେ ଆମେ ସମସ୍ତେ ଏକଜୁଟ ହୋଇଥାଉ ସେତେବେଳେ ଭାରତ ସବୁବେଳେ ଶକ୍ତିଶାଳୀ ହୋଇ ରହିଥାଏ ଏବଂ ଏହାର ସମାଧାନ ଖୋଜି ବାହାର କରିବା ସମୟର ଆବଶ୍ୟକତା ରହିଛି। ଆମ ଦେଶର କଲ୍ୟାଣରେ କୃଷକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଏବଂ ମୁଁ ନିଶ୍ଚିତ ଯେ ସମାଧାନ ଖୋଜିବାରେ ସମସ୍ତେ ସେମାନଙ୍କର ଭୂମିକା ଗ୍ରହଣ କରିବେ। ରୋହିତ ଶର୍ମାଙ୍କ ଏହି ଟୁଇଟରେ କଙ୍ଗନା ରାଣାୱତ ବହୁତ ରାଗିଛନ୍ତି। ରୋହିତଙ୍କ ଟୁଇଟର ଜବାବ ଦେଇ କଙ୍ଗନା ସମସ୍ତ କ୍ରିକେଟରଙ୍କୁ କୁକୁର ସହିତ ତୁଳନା କରିଛନ୍ତି। ତେବେ କଙ୍ଗନାଙ୍କ ଏହି ଟୁଇଟକୁ ଟୁଇଟର ଦ୍ୱାରା ଡିଲିଟ କରାଯାଇଛି। କଙ୍ଗନା ଟୁଇଟ୍‌ କରି ଲେଖିଛନ୍ତି, କ୍ରିକେଟରମାନେ କୋଉ କୁଳର ନୁହେଁ। କୃଷକମାନେ ଏପରି ନିୟମ ବିରୁଦ୍ଧରେ କାହିଁକି ରହିବେ ଯାହା ସେମାନଙ୍କ ହିତ ପାଇଁ। ଏମାନେ ଆତଙ୍କବାଦୀ ଯିଏ ଏକ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପପ ଗାୟକ ରିହାନା ଏବଂ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପରି ବିଶ୍ୱସ୍ତରୀୟ ସେଲିବ୍ରିଟିଙ୍କ ଉପରେ ଭାରତ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛି। ବହୁ ବଲିଉଡ ଅଭିନେତା, କ୍ରିକେଟର ଏବଂ କେନ୍ଦ୍ର ମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଯାଇ ପ୍ରଶଂସକଙ୍କ ହାତରୁ ଫୋନ୍‌ ଛଡ଼ାଇନେଲେ ସଲମାନ, ଭିଡିଓ ଭାଇରାଲ

ବମ୍ବେ: ରାଗିଗଲେ ଦବଙ୍ଗ ଖାଁ। ରାଗ ପୁଣି ଏପରି ଯେ, ପ୍ରଶଂସକଙ୍କ ହାତରୁ ଫୋନକୁ ଛଡ଼ାଇନେଲେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋଆ ବିମାନବନ୍ଦର...

ସରୋଗେସୀରେ ଛୁଆର ହୋଇଥିଲା ମୃତ୍ୟୁ, ୪ ବର୍ଷର ସଂଘର୍ଷ ପରେ…

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଏବଂ ତାଙ୍କ ସ୍ବାମୀ ଆର୍‌ଜେ ଅନ୍‌ମୋଲ। ଦୁଇ ବର୍ଷ ପୂର୍ବେ...

ୟାମିଙ୍କ ଅବସ୍ଥା ଦେଖି ପ୍ରଶଂସକ ଚକିତ

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଲୁଚିଛପି ବିବାହ ଏବଂ ଏବଂ ନିଜ ଫିଲ୍ମ ‘ଭୂତ ପୋଲିସ’କୁ ୟାମି...

୩୬୯ କାରର ମାଲିକ ହେଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ମାଲୟାଲମ୍‌ ଅଭିନେତା ହେଉଛନ୍ତି ମାମୋତିି। ତାଙ୍କର ପୁରା ନାମ ମହମ୍ମଦ କୁଟି ଇସ୍‌ମାଇଲ ପାନିପରମ୍ବିଲ। ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ...

ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ...

ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିସାରିଛି ଏହିସବୁ ପୁରସ୍କାର

ହିନ୍ଦୀ ସିନେମା ଜଗତର ବିଗ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ। ଜୀବନବ୍ୟାପୀ ସାଧନା ପାଇଁ...

ବଲିଉଡ୍‌ର ଦାମୀ ହିରୋ

ମୁମ୍ବାଇ: ସଲ୍‌ମାନ ଖାନ୍‌ ହୁଅନ୍ତୁ ବା ଶାହରୁଖ୍‌ ଖାନ୍‌, ଆମୀର ଖାନ୍‌ ହୁଅନ୍ତୁ ବା ହ୍ରିତିକ୍‌ ରୋଶନ, ଏହି ହିରୋମାନେ ଦଶନ୍ଧି ଧରି ବଲିଉଡ୍‌ରେ ନିଜର...

ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରି ରଖଛନ୍ତି ଅମିତାଭ ବଚ୍ଚନ

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...

Advertisement
Archives

Model This Week