ବଡ଼ପୁଟରେ କଙ୍ଗାରୁ କୋର୍ଟ

ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲା ଶରଣକୂଳ ଥାନା ବଡ଼ପୁଟ ଗାଁରେ ବ୍ୟକ୍ତିଗତ ଜମିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ଏକ ପରିବାରକୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି । କଙ୍ଗାରୁ କୋର୍ଟର ଦଣ୍ଡିତ ଅର୍ଥ ୫ ଲକ୍ଷ ୬ ଟଙ୍କା ନ ଦେବାରୁ ବଡ଼ପୁଟର ରାଜୀବ କୁମାର ସାହୁଙ୍କୁ ବାସନ୍ଦ କରାଯାଇଛି। ଗୁରୁବାର ଭୋର ସମୟରେ ତାଙ୍କ ଘର ସମ୍ମୁଖରେ କଣ୍ଟାଗଛ ପକାଇ ଅବରୋଧ କରାଯାଇଛି। ଏପରି କି ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି। ଏନେଇ ରାଜୀବ ଶରଣକୂଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏହି ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ତାଙ୍କ ଘର ସମ୍ମୁଖରୁ କଣ୍ଟାଗଛ ହଟାଯାଇ ନାହିଁ। ଏପରି ନିର୍ଯାତନା ଯୋଗୁ ରାଜୀବଙ୍କ ପରିବାର ଲୋକେ ଭୟରେ ଘରୁ ବାହାରି ପାରୁନାହାନ୍ତି ।
ଏନେଇ ରାଜୀବ କହିଛନ୍ତି, ମୋର ବ୍ୟକ୍ତିଗତ ୩ ଡେସିମିଲ ଜମିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାସ୍ତା ତିଆରି କରିବାକୁ କେତେଜଣ ବ୍ୟକ୍ତି ଜିଦ୍‌ କରିଥିଲେ। ହେଲେ ସେହି ଜମିରେ ଚାଷ କରି ମୁଁ ପରିବାର ପ୍ରତିପୋଷଣ କରୁଛି। ସେଠାରେ ରାସ୍ତା ନିର୍ମାଣ ନ କରିବାକୁ ଅନୁରୋଧ କରିଥିଲି । ହେଲେ ମୋ କଥା କେହି ଶୁଣିଲେ ନାହିଁ କି କ୍ଷତିପୂରଣ ଦେଲେନି। ଶେଷରେ ମୋ ବ୍ୟକ୍ତିଗତ ଜମିରେ ମାଟି ପକାଇ ପ୍ରାୟ ୧ବର୍ଷ ତଳେ ରାସ୍ତା ନିର୍ମାଣ କରାଯାଇଥିଲା। ଏହାର ପ୍ରତିବାଦ କରିବାରୁ ମୋ ବିରୋଧରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ମୋତେ ୫ ଲକ୍ଷ ୬ ଟଙ୍କା ଜରିମାନା କରାଗଲା। ଜରିମାନା ଅଥର୍ର୍ ତୁରନ୍ତ ନ ଦେଲେ କିଛି ଠିକ୍‌ ହେବ ନାହିଁ ବୋଲି ଧମକ ମିଳିଥିଲା । ପରେ ପରିବାର ଲୋକଙ୍କୁ ହତ୍ୟା ଧମକ ମିଳିଛି । ଶେଷରେ ମୋ ଘର ସମ୍ମୁଖରେ କଣ୍ଟାଗଛ ପକାଇ ସେମାନେ ଅବରୋଧ କରିଛନ୍ତି। ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ମୋତେ ନ୍ୟାୟ ମିଳୁ ନାହିଁ ବୋଲି ରାଜୀବ ଦୁଃଖର ସହ କହିଛନ୍ତି ।
ଏନେଇ ଶରଣକୂଳ ଥାନା ଆଇଆଇସି ଜୟଦୀପ ମହାନ୍ତି କୁହନ୍ତି, ବଡ଼ପୁଟରେ ଘର ସମ୍ମୁଖରେ କଣ୍ଟାଗଛ ପକାଯିବା ଘଟଣାରେ ଗ୍ରାମବାସୀ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରାଯିବାକୁ ଚେଷ୍ଟା ହୋଇଥିଲା । ହେଲେ ଅଭିଯୋଗକାରୀ ସମାଧାନ କରିବାକୁ ମନା କରିବା ପରେ ଏକ ମାମଲା(ନଂ.୬୮/୨୨) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗକାରୀଙ୍କ ଘର ସମ୍ମୁଖରେ ପଡିଥିବା କଣ୍ଟାଗଛ ହଟା ଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ କାମରେ ଅନିୟମିତତା

ହାଟଡିହୀ,୮।୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ...

୧୫ ନମ୍ବର ଜୋନରେ ବିଧାୟକଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହୋରାଙ୍କ ପାଇଁ ସ୍ଥାନୀୟ ବିଧାୟକ ମାରାଥନ ନିର୍ବାଚନ ପ୍ରଚାର କରୁଛନ୍ତି ।...

କୋଇଲା ଉଦ୍ୟୋଗରୁ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବି ପ୍ରସଙ୍ଗ: ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ

ତାଳଚେର,୨୫।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ୩ ଦିନ...

କ୍ୱାରାଣ୍ଟାଇନରେ ୮୮

ଭଦ୍ରକ ଅଫିସ,୨୩।୩-ଅନ୍ୟ ରାଜ୍ୟ ଓ ଦେଶରୁ ୧୧୧ଜଣ ଭଦ୍ରକ ଜିଲାକୁ ଆସିଥିବାବେଳେ ରାଜ୍ୟ ସରକାରଙ୍କ ଟୋଲଫ୍ରି ନମ୍ବର ମାଧ୍ୟମରେ ସେମାନେ ପଞ୍ଜୀକୃତ ହୋଇଥିବା ଜିଲା ପ୍ରଶାସନ...

ମାଓବାଦୀ ପୋଷ୍ଟରରେ ରାସ୍ତା ନିର୍ମାଣ ଦୁର୍ନୀତିକୁ ବିରୋଧ

ଅମ୍ବାଭୋନା,୧୭।୪(ଡି.ଏନ.ଏ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକରେ ମାଓବାଦୀମାନେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି। ଦୀର୍ଘଦିନର ନିରବତା ପରେ ରବିବାର ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ନିକଟସ୍ଥ...

ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ

ଚମ୍ପୁଆ, ୨୫।୨(ଡି.ଏନ.ଏ.)-ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମଣ୍ଡି ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବାପରେ ଚାଷୀମାନେ ବୁଧବାର ରାଜରାସ୍ତାରେ...

ଜିଲାପାଳଙ୍କୁ ଗୁହାରି: ଅନୁକମ୍ପା ଭିତ୍ତିରେ ନିଯୁକ୍ତି ଦିଅ

ଯୋଡ଼ା, ୨୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବଡବିଲ ପୌରପାଳିକାର ୨ନଂ ଓ୍ବାର୍ଡ ବେଲକୁଣ୍ଡି ଠାରେ ଥିବା ଅଙ୍ଗନଓାଡି କର୍ମୀ ପଦବୀରେ ସ୍ଥାନୀୟ ମହିଳାଙ୍କୁ ଆଗ୍ରାଧିକାର...

ଟ୍ରାକ୍ଟର ଚକା ଫାଟି ଦୁର୍ଘଟଣା: ମାଉସୀ ମୃତ, ପୁତୁରା ଗୁରୁତର

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିପଗହଣ୍ଡି-ଆସିକା ରାସ୍ତାର କବିରାଜ ବନ୍ଧ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ...

Advertisement
Archives

Model This Week