ବଡ଼ପୁଟରେ କଙ୍ଗାରୁ କୋର୍ଟ

ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲା ଶରଣକୂଳ ଥାନା ବଡ଼ପୁଟ ଗାଁରେ ବ୍ୟକ୍ତିଗତ ଜମିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ଏକ ପରିବାରକୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି । କଙ୍ଗାରୁ କୋର୍ଟର ଦଣ୍ଡିତ ଅର୍ଥ ୫ ଲକ୍ଷ ୬ ଟଙ୍କା ନ ଦେବାରୁ ବଡ଼ପୁଟର ରାଜୀବ କୁମାର ସାହୁଙ୍କୁ ବାସନ୍ଦ କରାଯାଇଛି। ଗୁରୁବାର ଭୋର ସମୟରେ ତାଙ୍କ ଘର ସମ୍ମୁଖରେ କଣ୍ଟାଗଛ ପକାଇ ଅବରୋଧ କରାଯାଇଛି। ଏପରି କି ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି। ଏନେଇ ରାଜୀବ ଶରଣକୂଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏହି ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ତାଙ୍କ ଘର ସମ୍ମୁଖରୁ କଣ୍ଟାଗଛ ହଟାଯାଇ ନାହିଁ। ଏପରି ନିର୍ଯାତନା ଯୋଗୁ ରାଜୀବଙ୍କ ପରିବାର ଲୋକେ ଭୟରେ ଘରୁ ବାହାରି ପାରୁନାହାନ୍ତି ।
ଏନେଇ ରାଜୀବ କହିଛନ୍ତି, ମୋର ବ୍ୟକ୍ତିଗତ ୩ ଡେସିମିଲ ଜମିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାସ୍ତା ତିଆରି କରିବାକୁ କେତେଜଣ ବ୍ୟକ୍ତି ଜିଦ୍‌ କରିଥିଲେ। ହେଲେ ସେହି ଜମିରେ ଚାଷ କରି ମୁଁ ପରିବାର ପ୍ରତିପୋଷଣ କରୁଛି। ସେଠାରେ ରାସ୍ତା ନିର୍ମାଣ ନ କରିବାକୁ ଅନୁରୋଧ କରିଥିଲି । ହେଲେ ମୋ କଥା କେହି ଶୁଣିଲେ ନାହିଁ କି କ୍ଷତିପୂରଣ ଦେଲେନି। ଶେଷରେ ମୋ ବ୍ୟକ୍ତିଗତ ଜମିରେ ମାଟି ପକାଇ ପ୍ରାୟ ୧ବର୍ଷ ତଳେ ରାସ୍ତା ନିର୍ମାଣ କରାଯାଇଥିଲା। ଏହାର ପ୍ରତିବାଦ କରିବାରୁ ମୋ ବିରୋଧରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ମୋତେ ୫ ଲକ୍ଷ ୬ ଟଙ୍କା ଜରିମାନା କରାଗଲା। ଜରିମାନା ଅଥର୍ର୍ ତୁରନ୍ତ ନ ଦେଲେ କିଛି ଠିକ୍‌ ହେବ ନାହିଁ ବୋଲି ଧମକ ମିଳିଥିଲା । ପରେ ପରିବାର ଲୋକଙ୍କୁ ହତ୍ୟା ଧମକ ମିଳିଛି । ଶେଷରେ ମୋ ଘର ସମ୍ମୁଖରେ କଣ୍ଟାଗଛ ପକାଇ ସେମାନେ ଅବରୋଧ କରିଛନ୍ତି। ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ମୋତେ ନ୍ୟାୟ ମିଳୁ ନାହିଁ ବୋଲି ରାଜୀବ ଦୁଃଖର ସହ କହିଛନ୍ତି ।
ଏନେଇ ଶରଣକୂଳ ଥାନା ଆଇଆଇସି ଜୟଦୀପ ମହାନ୍ତି କୁହନ୍ତି, ବଡ଼ପୁଟରେ ଘର ସମ୍ମୁଖରେ କଣ୍ଟାଗଛ ପକାଯିବା ଘଟଣାରେ ଗ୍ରାମବାସୀ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରାଯିବାକୁ ଚେଷ୍ଟା ହୋଇଥିଲା । ହେଲେ ଅଭିଯୋଗକାରୀ ସମାଧାନ କରିବାକୁ ମନା କରିବା ପରେ ଏକ ମାମଲା(ନଂ.୬୮/୨୨) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗକାରୀଙ୍କ ଘର ସମ୍ମୁଖରେ ପଡିଥିବା କଣ୍ଟାଗଛ ହଟା ଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri