ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଇନ୍‌ଷ୍ଟାଗ୍ରାମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବ୍ରିଟେନର ରାଣୀ ଏଲିଜାବେଥ୍‌ଙ୍କ କଳାଧଳା ଫଟୋ ପୋଷ୍ଟ କରିଛନ୍ତି। ଉଭୟ କିମ୍ବଦନ୍ତୀ ମହିଳା କେବଳ ନିଜ ଦେଶରେ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଯେହେତୁ କଙ୍ଗନା ଫିଲ୍ମ ‘ଏମରଜେନ୍ସି’ ରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ତେଣୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି। ସମ୍ପ୍ରତି ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ହୋଇଛି, ଏହି ଦୁଇ ଶକ୍ତିଶାଳୀ ମହିଳାଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖି କଙ୍ଗନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଇନ୍ଦିରା ଗାନ୍ଧୀ ଏବଂ ରାଣୀ ଏଲିଜାବେଥ୍‌ଙ୍କ ଥ୍ରୋବ୍ୟାକ୍‌ ଫଟୋକୁ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଛନ୍ତି। ଫଟୋରେ ଇନ୍ଦିରା ଗାନ୍ଧୀ ଏକ ଶାଢ଼ି ପିନ୍ଧିଥିବାବେଳେ ରାଣୀ ପୂର୍ବପରି ମୋତି ଏବଂ ପୋଷାକରେ ନଜର ଆସିଛନ୍ତି।

ଇନ୍ଦିରା ଗାନ୍ଧୀ ଏବଂ ରାଣୀ ଏଲିଜାବେଥଙ୍କ ଏହି କଳାଧଳା ଫଟୋ ନଭେମ୍ବର ୧୯୮୩ରେ ନିଆଯାଇଥିଲା। ରାଣୀ ସେତେବେଳେ ଭାରତ ଆସିଥିଲେ। ଏହି ଫଟୋ ଶେୟାର କରି ଲିଜି ଲେଖିଛନ୍ତି, ‘ଉଭୟ ମହାନ ମହିଳାଙ୍କୁ ମନେ ପକାଉଛନ୍ତି। ଶକ୍ତି, ସାହସ ଏବଂ ବିଶ୍ୱସ୍ତତା # କୁଇନ୍ସ। ଏହି ଫଟୋ ଶେୟାର କରି କଙ୍ଗନାଙ୍କୁ ଟ୍ୟାଗ କରାଯାଇଛି। ଏହାକୁ କଙ୍ଗନା ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଶେୟାର କରିଛନ୍ତି।

ଇନ୍ଦିରା ଗାନ୍ଧୀ ଦେଶର ଏକମାତ୍ର ମହିଳା, ଯିଏ କି ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଅଦମ୍ୟ ସାହସ ପାଇଁ ଏବେବି ସ୍ମରଣୀୟ। ସେ ଦୁଇଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଅକ୍ଟୋବର ୧୯୮୪ରେ ଇନ୍ଦିରାଙ୍କୁ ହତ୍ୟା କରାଯାଇଥିଲା। ରାଣୀ ଏଲିଜାବେଥ୍‌ ମଧ୍ୟ ୭୦ ବର୍ଷ ଧରି ଶାସନ ଗାଦିରେ ବସିଥିଲେ।

କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ସହିତ ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି ଏବଂ ଫିଲ୍ମଟି ନିଜେ ଲେଖିଛନ୍ତି। ଫିଲ୍ମର ସ୍କ୍ରିନ, ସ୍କ୍ରିପ ଏବଂ ସଂଳାପକୁ ରିତେଶ ଶାହା ଲେଖିଛନ୍ତି। ଏହି ଫିଲ୍ମ କଙ୍ଗନା ଇନ୍ଦିରା ଗାନ୍ଧୀ, ଅନୁପମ ଖେର ଜେ.ପି ନାରାୟଣ, ମହିମା ଚୌଧୁରୀ ପୁପୁଲ ଜେକର, ଶ୍ରେୟାସ ତାଲପଡେ ଅଟଳ ବିହାରୀ ବାଜପେୟୀ, ମିଲିନ୍ଦ ସୋମନ, ସାମ୍‌ ମାନେକଶା ଏବଂ ବିଶାକ ସଞ୍ଜୟ ଗାନ୍ଧୀ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri