ଫିଲ୍ମ ‘ଏମରଜେନ୍ସି’ରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସହ ନିଜକୁ ଯୋଡିବାକୁ ଚାହୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ସ୍ୱତନ୍ତ୍ର ଶୈଳିର ଅଭିନୟକୁ ନେଇ ଦର୍ଶକଙ୍କ ନିକଟରେ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ନିଜ ଅଭିନୟରେ ଲୌହ ମାନବୀ ବୋଲି ଧରି ନେଇଥିବା କଙ୍ଗନା ଏବେ ରାଜନୀତିର ଏକ ବହୁତ ବଡ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ବି ସେ ଏମିତି ଚରିତ୍ରରେ ଅଭିନୟ କରିଛନ୍ତି ହେଲେ ଏହା ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ବୋଲି କୁହାଯାଏ । କଥା ହେଲା କଙ୍ଗନା ଏବେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ‘ଇନ୍ଦିରା ଗାନ୍ଧୀ’ଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ ତାଙ୍କୁ ଇନ୍ଦିରା ଭୂମକାରେ ବଡ ପରଦାରେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ସର୍ବଦା ସେ ତାଙ୍କ ଚରିତ୍ରକୁ ଏକ ଭିନ୍ନ ରୂପ ଦେଇଥାଆନ୍ତି । ଏବେ ତାଙ୍କ ଅଭିନୀତ ଫିଲ୍ମ ‘ଏମରଜେନ୍ସି’ ପରଦାରେ କେତେ ସକ୍‌ସେସ ହେବ ତାହା କେବଳ ସମୟ କହିବ ।
ସୂଚନାଯୋଗ୍ୟ, କଙ୍ଗନା ରାନାୱତ ତାଙ୍କ ଅଗାମୀ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଏବେ ଅଛନ୍ତି ଚର୍ଚ୍ଚାରେ । ଯେଉଁଥିରେ ସେ ଇନ୍ଧିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏମରଜେନ୍ସିକୁ ୪୭ ବର୍ଷ ପୂରଣ ହେବା ଅବସରରେ ୧୯୭୫ରେ ହୋଇଥିବା ଏମରଜେନ୍ସି ଦିନର ଏକ ସମାଚାର କ୍ଲିପିଙ୍ଗ କଙ୍ଗନା ଶେୟାର କରିଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମର ଏକ ଛୋଟିଆ ଅଂଶ ଶେୟାର କରିଛନ୍ତି, ଯାହା ୨୫ ଜୁନ ୧୯୭୫ର ଯେତେବେଳେ ଦେଶରେ ଏମରଜେନ୍ସି ଘୋଷଣା କରାଯାଇଥିଲା ।
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ଏହା ବିଶ୍ୱ ଇତିହାସରେ ସବୁଠାରୁ ନାଟକୀୟ ଘଟଣା ଥିଲା । ଏହି ଏମରଜେନ୍ସି କାହିଁକି ଘୋଷଣା କରାଯାଇଥିଲା ଓ ଏହାର ପରିଣାମ କ’ଣ ହୋଇଥିଲା । ଏହାର କେନ୍ଦ୍ରରେ ଥିଲେ ବିଶ୍ୱର ଜଣେ ସବୁଠାରୁ ଶକ୍ତିଶାଳୀ ମହିଳା । ଏସବୁ ଜାଣିବା ପାଇଁ ଆସନ୍ତା ବର୍ଷ ଏମରଜେନ୍ସି ସହ ଦେଖାହେବ ସିନେମା ହଲରେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?