କଙ୍ଗନାଙ୍କ ପରି ଝିଅ ଚାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ । ନିକଟରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ । ଆଉ କହିଥିଲେ ପାପ ବଢିଲେ ସର୍ବନାଶ ହୁଏ । ଏହା ଏବେ ଆଲୋଚନାର ପରିସରକୁ ଚାଲି ଆସିଛି । କେବଳ ସେତିକି ନୁହେଁ ଏବେ କିଛିବର୍ଷ ତଳର ଭିଓିଡକୁ ନେଇ ବି ଚର୍ଚ୍ଚାକୁ ଆସିଛନ୍ତି ପଙ୍ଗା ଗର୍ଲ କଙ୍ଗନା ରାନାୱତ ।
୨୦୧୯ରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଙ୍ଗନାଙ୍କୁ ନେଇ ବଲିଉଡ ନାୟିକା ରେଖା ଯେଉଁ ବୟାନ ଦେଇଥିଲେ ତାହା ଏବେ ପୁଣି ଥରେ ତାଜା ହୋଇ ଉଠିଛି । ଉକ୍ତ କାର୍ଯ୍ୟକ୍ରମରେ ରେଖା କହିଥିଲେ, ମୋର ଯଦି ଝିଅ ଥାଆନ୍ତା ତେବେ ସେ ନିଶ୍ଚିତ ଭାବେ କଙ୍ଗନାଙ୍କ ପରି ହୋଇଥାଆନ୍ତା ।
ସୂଚନାଯୋଗ୍ୟ, ୨୦୧୯ରେ ମୁମ୍ବାଇରେ ମରାଠି ଗୌରବ ଇଭେଣ୍ଟରେ ରେଖାଙ୍କୁୁ ଏକ ସ୍ପେଶାଲ ଆୱାର୍ଡ ଦିଆଯାଇଥିଲା ଆଉ ସେହି କାର୍ଯ୍ୟକ୍ରମରେ କଙ୍ଗନାଙ୍କ ଶାଢି ପିନ୍ଧା ଲୁକ ଜବରଦସ୍ତ ଥିଲା । ରେଖା ଦେଇଥିବା ଗିପ୍ଟ ଶାଢି ପିନ୍ଧି କଙ୍ଗନା ଉକ୍ତ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ରେଖା କଙ୍ଗନାଙ୍କର ଖୁବ୍ ତାରିଫ କରିଥିଲେ । ଏମିତିକି ତାଙ୍କର ଝିଅ ଥିଲେ କଙ୍ଗନାଙ୍କ ପରି ହୋଇଥାଆନ୍ତା ବୋଲି ସେ କହିଥିଲେ । ଏବେ ରେଖାଙ୍କର ଜଣେ ପ୍ରଶଂସକ ଏହି ପୁରୁଣା ଭିଡିଓକୁ ଶେୟାର କରିବା ପରେ କଙ୍ଗନା ଏହା ଉପରେ କମେଣ୍ଟ କରିଛନ୍ତି । କଙ୍ଗନା କହିଛନ୍ତି ଏବେ ପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ବଡ ପ୍ରଶଂସ ।
ସୂଚନାଯୋଗ୍ୟ, କଙ୍ଗନା ୨୦୦୬ ରେ ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରି ବହୁତ ଶୀଘ୍ର ଦର୍ଶକଙ୍କ ନିକଟରେ ପହଞ୍ଚି ଯାଇଥିଲେ । ଏବେ ଅପକମିଙ୍ଗ ଫିଲ୍ମ ‘ତେଜସ’ରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ । ଏହାପରେ ତାଙ୍କ ହାତରେ ରହିଛି ‘ଏମରଜେନ୍ସି’ । ଏଥିରେ ସେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରର ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri