‘ମୁଁ ବକ୍ସ ଅଫିସ୍‌ କୁଇନ୍‌’

ନିକଟରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ଫ୍ଲପ୍‌ ହେବା ପରେ କଙ୍ଗନା ମୁହଁ ଖୋଲିଛନ୍ତି। ଇନ୍‌ଷ୍ଟା ଷ୍ଟାଟସ୍‌ରେ ସେ ଫିଲ୍ମ ‘ଧାକଡ’କୁ ସିଧାସଳଖ ଫ୍ଲପ୍‌ ବୋଲି କହି ନାହାନ୍ତି, ବରଂ ନିଜକୁ ଭାରତର ବକ୍ସ ଅଫିସର କୁଇନ୍‌ ବୋଲି କହିଛନ୍ତି। ସେ ତାଙ୍କ ଇନ୍‌ଷ୍ଟା ଷ୍ଟାଟସ୍‌ରେ ପୂର୍ବ ଫିଲ୍ମର ହିଟ୍‌ ଫିଗରଗୁଡ଼ିକୁ ଦେଇ ଏ ବର୍ଷ ଆଉ ବାକି ଅଛି ବୋଲି କହିଛନ୍ତି।
କଙ୍ଗନା ଲେଖିଛନ୍ତି, ୨୦୧୯ରେ ମୁଁ ସୁପରହିଟ ଫିଲ୍ମ ମଣିକର୍ଣ୍ଣିକା ଦେଇଥିଲି, ଯାହା ୧୬୦ କୋଟି ଟଙ୍କା ରୋଜଗାର କରିଥିଲା। ୨୦୨୦ରେ କୋଭିଡ୍‌ ଥିଲା। ୨୦୨୧ରେ ମୁଁ ମୋ କ୍ୟାରିୟରର ସବୁଠାରୁ ବଡ଼ ହିଟ୍‌ ଫିଲ୍ମ ଥଲାଇଭି ଦେଇଥିଲି, ଯାହା ଓଟିଟିରେ ରିଲିଜ୍‌ ହୋଇଥିଲା। ୨୦୨୨ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ମୋର ଏହା ଉପରେ ବହୁତ ଆଶା ଅଛି। ସୁପରଷ୍ଟାର କଙ୍ଗନା ହେଉଛନ୍ତି ଭାରତର ବକ୍ସ ଅଫିସ କୁଇନ୍‌।
ଉଭୟ କଙ୍ଗନାଙ୍କ ‘ଧାକଡ’ ଏବଂ କାର୍ତ୍ତିକ ଆର୍ଯ୍ୟାନଙ୍କ ‘ଭୁଲ୍‌ ଭୁଲେୟା-୨’ ମେ ୨୦ରେ ମୁକ୍ତିଲାଭ କରିଥିଲା। ‘ଭୁଲ୍‌ ଭୁଲେୟା-୨’ ଏ ପର୍ଯ୍ୟନ୍ତ ପ୍ରାୟ ୧୫୦ କୋଟି ଟଙ୍କା ଆୟ କରିଥିବାବେଳେ କଙ୍ଗନାଙ୍କ ଫିଲ୍ମ ଏକ କୋଟିରେ ମଧ୍ୟ ପହଞ୍ଚିବାରେ ବିଫଳ ହୋଇଥିଲା। କଙ୍ଗନାଙ୍କୁ ଖୁବ୍‌ଶୀଘ୍ର ଫିଲ୍ମ ‘ତେଜସ’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ କଙ୍ଗନା ଭାରତୀୟ ବାୟୁସେନାର ଯୁଦ୍ଧବିମାନ ପାଇଲଟ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?