ଦାଉଦଙ୍କ ଘର ଭଙ୍ଗା ଯାଇ ପାରୁ ନ ଥିବା ବେଳେ କାହିଁକି ଭଙ୍ଗାଗଲା କଙ୍ଗନାଙ୍କ ଘର: ଫଡନବିଶ

ମୁମ୍ବାଇ,୧୧ ।୯: ମହାରାଷ୍ଟ୍ର ସରକାର ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରି ସାରିଲାଣି । ଏଥିପାଇଁ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସକୁ ପତ୍ର ଲେଖିଥିବା ସୂଚନା ରହିଛି । ଏବେ ଏହି ମାମଲାକୁ ନେଇ ରାଜନୀତି ହେଲାଣି ସରଗରମ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏବେ ପ୍ରଶ୍ନ କରିଛନ୍ତି ମହାରାଷ୍ଟ୍ର ସରକାର ଅଣ୍ଡର ୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଘର ଭାଙ୍ଗି ପାରିଲେ ନାହିଁ ଅଥଚ କଙ୍ଗନାଙ୍କ ଘର ଭାଙ୍ଗିଦେଲେ । ଅନ୍ୟପଟେ ଏକ ପ୍ରକାର ମହାରାଷ୍ଟ୍ର ସରକାରଙ୍କ ପକ୍ଷ ନେଇ ବରିଷ୍ଠ ଏନ୍‌ସିପି ନେତା ଶରଦ ପାୱାର କହିଛନ୍ତି କଙ୍ଗନାଙ୍କ ଘର ମହାରାଷ୍ଟ୍ର ସରକାର ନୁହେଁ ବରଂ ବିଏସ୍‌ସି ଦ୍ୱାରା ଭଙ୍ଗା ଯାଇଛି । ଏଥିରେ ସରକାରଙ୍କର କୌଣସି ଭୂମିକା ନାହିଁ । ଫଡନବିଶ ଆହୁରି ମଧ୍ୟ କହିଛନ୍ତି କଙ୍ଗନା କୌଣସି ରାଜନେତା ନୁହେଁ । ଶିବସେନା ବିନା କାରଣରେ ଏହାକୁ ବଢାଇ ଚାଲିଛି । ପୂର୍ବରୁ ଫଡନବିଶ ଟୁଇଟ୍ କରି କହିଥିଲେ, କଙ୍ଗନା ରାନାୱତଙ୍କ ମାମଲା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଆତଙ୍କ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଶୁକ୍ରବାର ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି କଙ୍ଗନାଙ୍କୁ କ୍ଷତିପୂରଣ ଦେବାକୁ କହିଛନ୍ତି । ଯେମିତି ଭାବେ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି ତାହା ଆଦୌ ଠିକ୍ ନୁହେଁ ବୋଲି ଅଠାୱଲେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆପକୁ ଲାଗିଲା ଜବରଦସ୍ତ ଝଟକା, ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ନେତା କହିଲେ…

ଚଣ୍ଡିଗଡ଼,୧୯।୭: ପଞ୍ଜାବ ଖରାର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅନମୋଲ ଗଗନ ମାନ, ଯାହାଙ୍କୁ ପୂର୍ବରୁ ମନ୍ତ୍ରୀ ପଦରୁ ହଟାଯାଇଥିଲା, ସେ ଏବେ ତାଙ୍କ ବିଧାୟକ ପଦରୁ...

ମା’ କାଳୀଙ୍କ ନାଁ ନେବାରୁ ମୋଦିଙ୍କ ଉପରେ ବର୍ଷିଲେ ମହୁଆ

ନୂଆଦିଲ୍ଲୀ,୧୯।୭: ପଶ୍ଚିମବଙ୍ଗର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୀ କାଳୀଙ୍କ ନାମ ନେବାରୁ ତ୍ରୁଣଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଏହାକୁ କଟାକ୍ଷ...

ପ୍ରେମ ଘଟଣାରୁ ଭଉଣୀ ସହ ଆସିଥିବା ଭାଇଙ୍କୁ ଡାକିନେଇ ଛୁରାମାଡ

ଖଲ୍ଲିକୋଟ,୧୯।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କହ୍ନେଇପୁର ରାହାଣଦେବୀ ଛକରେ ଦୁଇ ଯୁବକଙ୍କ ମଧ୍ୟରେ ଛୁରାମାଡ଼ ହୋଇଛି । ସୂଚନା ଅନୁଯାୟୀ, କହ୍ନେଇପୁର...

ଦାଦା-ପୁତୁରାଙ୍କ ହେବ ମିଳନ! ମହାରାଷ୍ଟ୍ର ରାଜନୀତି ପୁଣି ହଲଚଲ

ମୁମ୍ବାଇ,୧୯।୭: ପ୍ରାୟ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ଭାଇମାନଙ୍କୁ ଏକାଠି ହେଉଥିବାର ଦେଖାଯାଉଛି। କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଦାଦା-ପୁତୁରା ଅର୍ଥାତ୍‌ ଶରଦ ପାୱାର...

ଏସିଆ କପ ୨୦୨୫ ବୟକଟ କରିବ BCCI! ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ,୧୯।୭:ଏସିଆ କପ ୨୦୨୫ ଆୟୋଜନକୁ ନେଇ ସମସ୍ୟା ଦେଖାଦେଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏସୀୟ କ୍ରିକେଟ ପରିଷଦ (ACC)ର ବାର୍ଷିକ ବୈଠକ ସମ୍ପର୍କରେ...

ତିରୁପତି ମନ୍ଦିରରୁ ହଟିଲେ ୪ ଅଣହିନ୍ଦୁ କର୍ମଚାରୀ, ପଛରେ ରହିଛି ଏହି କାରଣ…

ଅମରାବତୀ,୧୯ା୭: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ (TTD) ମନ୍ଦିର ଅନ୍ୟ ଧର୍ମ ପାଳନ କରୁଥିବା ଅଭିଯୋଗରେ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏହି କର୍ମଚାରୀମାନଙ୍କ...

ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇବା ଘଟଣା: ପହଞ୍ଚିଲେ ପୁରୀ ଏସ୍‌ପି, କହିଲେ ସ୍ପେଶାଲ ଟିମ୍‌ ଗଠନ କରାଯାଇ…

ପିପିଲି,୧୯ା୭: ପୁରୀ ଜିଲା ପିପିଲି ବଳଙ୍ଗାରେ ଜଣେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା...

ଟିକା ନେଇ ୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ଆସିଲା ତଦନ୍ତ ରିପୋର୍ଟ, ଟିକାକରଣ ନୁହେଁ, ଏହି କାରଣରୁ…

ଦାରିଙ୍ଗବାଡ଼ି,୧୯ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri