Posted inଫୁରସତ

କଣ୍ଢେଇ ଦରବାର

ଦକ୍ଷିଣ ଭାରତୀୟ ପରମ୍ପରାରେ ବୋମ୍ମାଲା କୋଲୁୱୁ ବା ଗୋଲୁ ଏକ ସୁନ୍ଦର ପର୍ବ। ପବିତ୍ର ନବରାତ୍ରି ଉତ୍ସବ ପାଳନ ସମୟରେ ତାମିଲନାଡୁ, ତେଲେଙ୍ଗାନା, କର୍ନାଟକ, ଆନ୍ଧ୍ର ପ୍ରଦେଶ ତଥା ଓଡ଼ିଶାର ବ୍ରହ୍ମପୁର, ଜୟପୁର, ରାୟଗଡ଼ା ଇତ୍ୟାଦି ଅଞ୍ଚଳର ତେଲୁଗୁ ଭାଷୀ ପରିବାରର ଘରେ ଘରେ ରଙ୍ଗବେରଙ୍ଗ ପସରା ମେଲାଇ ଆୟୋଜିତ ହୁଏ କଣ୍ଢେଇ ଓ ମୂର୍ତ୍ତି ସବୁର ରମଣୀୟ ଦରବାର।

ଥାକ ଥାକ ହୋଇ ସୁନ୍ଦର ଭାବରେ ସଜ୍ଜିତ ‘ପଟ୍ଟାଡା ବୋମେ୍‌ୱ’ ନାମରେ ପରିଚିତ ଏହି କଣ୍ଢେଇଗୁଡ଼ିକ ବେଶ୍‌ ରାଜକୀୟ। ରାଜା-ରାଣୀ କିମ୍ବା ରାଜପୁତ୍ର-ଯୁବରାଣୀ ଅଥବା ଦେବ-ଦେବୀ, ମାନବ-ମାନବୀ ଯୋଡ଼ିଙ୍କୁ ନେଇ ଏହାର ପରିକଳ୍ପନା କରାଯାଇଥାଏ। ରାମାୟଣ, ମହାଭାରତ ତଥା ବିଭିନ୍ନ ପୌରାଣିକ କାହାଣୀର ବିଷୟ ବସ୍ତୁକୁ ନେଇ ଚିତ୍ରାୟିତ ହୋଇଥାଏ ଏହି ପାରମ୍ପରିକ କଣ୍ଢେଇ ଦରବାର। ଜନଜୀବନର ବିବିଧ ରୂପ ଓ ସାମାଜିକ ଚାଲିଚଳଣିକୁ ନେଇ ଏହାର ବିଷୟବସ୍ତୁ ଚୟନ କରାଯିବା ସହ ସେହି ଅନୁସାରେ ହୋଇଥାଏ ଏହାର ସାଜସଜ୍ଜା। ଏଥିପାଇଁ ବର୍ଷ ଆରମ୍ଭରୁ ବିଭିନ୍ନ ସ୍ଥାନରୁ ମୂର୍ତ୍ତି ବା କଣ୍ଢେଇ ସଂଗ୍ରହ କରାଯାଇ ସାଇତି ରଖାଯାଇଥାଏ। ବର୍ଷ ବର୍ଷ ଧରି ପରିବାରର ମହିଳାମାନେ ଏସବୁ କରିଥାନ୍ତି। ଏହି ସୁନ୍ଦର ପରମ୍ପରାକୁ ବଜାୟ ରଖିବାର ଉଦ୍ଦେଶ୍ୟ ନେଇ ବିବାହ ସମୟରେ କନ୍ୟାକୁ କଣ୍ଢେଇ ପସରା ଉପହାର ଦିଆଯାଇଥାଏ।
ବେଳେ ମହିଷାସୁର ସହିତ ନବ ରୂପଧାରିଣୀ ଦୈବୀଶକ୍ତିଙ୍କର ନବ ଦିବସର ଯୁଦ୍ଧ ଏବଂ ବିଜୟା ଦଶମୀ ତିଥିରେ ଆସୁରିକ ଶକ୍ତି ଉପରେ ଦିବ୍ୟ ନାରୀଶକ୍ତିର ବିଜୟ ଉତ୍ସବ ପାଳନ କରାଯାଏ। ଏହି ସମୟ ପୂର୍ବରୁ ମହାଳୟା ପକ୍ଷ ବେଳେ ଯମରାଜାଙ୍କ ପ୍ରଭାବ ବା ଉର୍ଜ୍ଜା ଅଧିକ ଥିବାରୁ ଆପଦବିପଦ, ଦୁର୍ଘଟଣା, ଅକାଳ ମୃତ୍ୟୁର ଆଶଙ୍କା ରହିଥାଏ, ତେଣୁ ଏହି ସମୟରେ କଣ୍ଢେଇ ଦରବାରର ଆୟୋଜନ କରାଯାଇ ସକାରାତ୍ମକ ଶକ୍ତି ଏବଂ ତଜ୍ଜନିତ ସୁଖ, ସମୃଦ୍ଧିର ଆବାହନ କରାଯାଏ।

ସାଜସଜ୍ଜାର ଏକ ବିଶେଷ ପ୍ରଣାଳୀ ଥାଏ। ସେଗୁଡିକ ତିନି, ପାଞ୍ଚ, ସାତ ବା ନଅ ପରି ଅଯୁଗ୍ମ ସଂଖ୍ୟାର ସୋପାନ ବା ପାହାଚରେ ସଜେଇ ରଖା ହୁଅନ୍ତି। ସତ୍ତ୍ୱ, ରଜ, ତମ ତିନି ଗୁଣର ପରିକଳ୍ପନା ହେଉ ଅଥବା ଅଗ୍ନି, ବାୟୁ, ଜଳ, ଆକାଶ, ଭୂମି ରୂପୀ ପଞ୍ଚ ମହାଭୂତ ହେଉ ଅବା ସପ୍ତମାତୃକା ଶକ୍ତିମୟୀ ରୂପିଣୀ ହୁଅନ୍ତୁ, ଏହିପରି ଅଯୁଗ୍ମ ସଂଖ୍ୟାର ଥାକରେ ମୂର୍ତ୍ତି ସବୁ ସଜାହୋଇ ରଖାଯାଇଥାଏ।

ସ୍ଥାନରେ ଆମ୍ବ ଡାଳ, ପଇଡ଼ ସହ ଜଳପୂର୍ଣ୍ଣ କଳସ ରଖାଯାଇଥାଏ। ବିଶ୍ୱାସ କରାଯାଏ ଯେ, କଳସ ମଧ୍ୟରେ ଦୁର୍ଗାମାତା ଅବସ୍ଥାନ କରନ୍ତି। ମହାଲକ୍ଷ୍ମୀ, ମହା ସରସ୍ବତୀ ଏବଂ ମହା ଗୌରୀ, ଶ୍ରୀମତ୍‌ ନାରାୟଣ ଏବଂ ମହାଦେବ ଶଙ୍କର, ଶ୍ରୀବିଷ୍ଣୁଙ୍କର ଦଶ ଅବତାରଙ୍କ କ୍ଷୁଦ୍ର ବିଗ୍ରହ ଆଦିଙ୍କୁ ସବୁଠାରୁ ଉପର ସୋପାନରେ ରଖାଯାଏ। ସାଧୁସନ୍ଥ, ମହାପୁରୁଷ, ସିଦ୍ଧ ଯୋଗୀଙ୍କ ମୂର୍ତ୍ତି ତଳକୁ ରାଷ୍ଟ୍ରନେତା, ଧର୍ମଗୁରୁ ଏବଂ ତାହାର ତଳ ସୋପାନରେ ସାଧାରଣ ମାନବ ମୂର୍ତ୍ତି ରଖାଯାଇଥାଏ।

ତା’ ତଳକୁ ଶର୍କରା ଓ ଶସ୍ୟାଦି ପଣ୍ୟଦ୍ରବ୍ୟର ବ୍ୟବସାୟ କରୁଥିବା କଣ୍ଢେଇ, ବିବାହ ଉତ୍ସବରେ ଭାଗ ନେଉଥିବା ପୁରୁଷ ଓ ମହିଳା କଣ୍ଢେଇ ରଖାଯାଇଥାଏ। ସବା ତଳ ଥାକରେ ଗୃହପାଳିତ ପଶୁ, ପକ୍ଷୀଙ୍କ ମୂର୍ତ୍ତି ସଜା ଯାଇଥାଏ। ସାମାଜିକ ଚଳଣି ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ୱ ଦେଇଥାଏ ଏହି କଣ୍ଢେଇ। ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଥିବା ଏହି ପରମ୍ପରା ଆଧୁନିକ ରୀତିନୀତି ଚାଲିଚଳଣି ଭିତରେ ଧୀରେ ଧୀରେ ନିଜର ଗୁରୁତ୍ୱ ହରାଉଛି ସତ, କିନ୍ତୁ ଏହି ରମଣୀୟ କଣ୍ଢେଇ ଦରବାର ଉତ୍ସବ ଅଦ୍ୟାବଧି ପାରିବାରିକ ଡୋରକୁ ସଶକ୍ତ କରିରଖିଛି।
-ସୁଜାତା ମିଶ୍ର
କସ୍ମୋପଲିସ , ଭୁବନେଶ୍ୱର
ମୋ: ୯୪୩୭୧୧୭୦୮୪


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri