ଦାରିଙ୍ଗବାଡ଼ି ଗସ୍ତରେ କନ୍ଧମାଳ ଏମ୍‌ପି, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରି କହିଲେ ଚାଷୀଙ୍କ ଉନ୍ନତି…

ଦାରିଙ୍ଗବାଡ଼ି,୨୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ବୁଧବାର ଗସ୍ତ କରିଛନ୍ତି। ସେ ଏହି ଗସ୍ତ ସମୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। କୃଷିର ଉନ୍ନତି ପାଇଁ କୃଷି ପ୍ରାଙ୍ଗଣର ଉଦ୍‌ଘାଟନ ସମେତ ଆଦିବାସୀ ସାଂସ୍କୃତିକ ଭବନର ଉଦ୍‌ଘାଟନ କରିଥିଲେ। ସେହିପରି ଖେଳ ମହୋତ୍ସବର ମଧ୍ୟ ଉଦଘାଟନ କରିଥିଲେ ଏମ୍‌ପି। ଦନେକବାଡି ପଞ୍ଚାୟତର ଦୁର୍ଗମ ଗ୍ରାମ ପାଜିଡ଼ଙ୍ଗା ଗ୍ରାମରେ ‘ଓଡ଼ିଶା ଗରିବ ମସଲା ଚାଷୀଙ୍କ ଉନ୍ନତି’ ପାଇଁ କୃଷକ ତାଲିମ ଶିବିରରେ ଏମପି ପ୍ରାଣିଗ୍ରାହୀ ଯୋଗଦେଇ ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆମ କନ୍ଧମାଳର ପରିଶ୍ରମୀ ମସଲା ଚାଷୀଙ୍କ ସହ ସିଧାସଳଖ ସଂଯୋଗ ସ୍ଥାପନ କରି ସେମାନଙ୍କର ସମସ୍ୟା, ଆବଶ୍ୟକତା ଏବଂ ଆକାଂକ୍ଷା ବିଷୟରେ ଜାଣିବାର ସୁଯୋଗ ମିଳିଲା ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଉକ୍ତ ଅଞ୍ଚଳର ମସଲା ଚାଷର ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେ ଆୟୋଜକଙ୍କ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ।

କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ରହିଥିବା ମସଲା ଚାଷୀମାନେ ଆମର ଗର୍ବ ଏବଂ ସେମାନଙ୍କର ଉତ୍ପାଦିତ ଗୁଣବତ୍ତାପୂର୍ଣ୍ଣ ମସଲା ଓଡ଼ିଶାର ନାମ ଉଜ୍ଜ୍ୱଳ କରୁଛି ବୋଲି ଏମ୍‌ପି ନିଜ ବକ୍ତବ୍ୟରେ କହିଥିଲେ। କୃଷକଙ୍କୁ ଉନ୍ନତ କୃଷି ପ୍ରଯୁକ୍ତି, ଯଥାଯଥ ବଜାର ସଂଯୋଗ ଏବଂ ଉଚିତ ମୂଲ୍ୟ ପ୍ରଦାନ କରିବା ଦିଗରେ ମୁଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିବି ବୋଲି ଉପସ୍ଥିତ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କୃଷକଙ୍କ ଉକ୍ତ କାର୍ଯ୍ୟକ୍ରମ ଚାଷୀମାନଙ୍କ ଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆଣିବ ଏବଂ ଆମ କନ୍ଧମାଳ ଅଞ୍ଚଳର ସାମଗ୍ରିକ ବିକାଶରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଁ ଦୃଢ଼ ବିଶ୍ୱାସ କରୁଛି ବୋଲି କହିଥିଲେ। ପରେ ସେଠାରୁ ବ୍ରାହ୍ମଣୀଗାଁ ଗସ୍ତ କରିଥିଲେ। ଏମ୍‌ପିଙ୍କ ଗସ୍ତଙ୍କୁ ନେଇ ବ୍ରାହ୍ମଣୀଗାଁ ଉତ୍ସବ ମୁଖର ହୋଇଥିଲା। ସେଠାରେ ଆତ୍ମନିର୍ଭର ଭାରତ, ବନ୍ଦେ ମାତରମ ୧୫୦ ତମ ବର୍ଷ ଉତ୍ସବ ପାଳନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ’ଆଦି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଗସ୍ତ ସମୟରେ ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଭାଜପା ଜିଲା ସଭାପତି ପଣ୍ଡିତ ବିଶିମାଝୀ, ଜିଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଜିଲା ଆତ୍ମନିର୍ଭର ଭାରତର ସହ ପରିଚାଳକ ଚାଳକ ପରେଶ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?