ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କନ୍ଧମାଳ ଲିଙ୍କ୍‌

ଫୁଲବାଣୀ ଅଫିସ,୩୧।୧୨: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗଉଛି ଘଟଣାର ରହସ୍ୟ ସେତେ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣାର ଲିଙ୍କ କନ୍ଧମାଳରେ ମଧ୍ୟ ରହିଥିବା ଜଣାପଡ଼ିଛି। ରୁଷୀୟ ପର୍ଯ୍ୟଟକ ଆଣ୍ଟେଭ ପାଭେଲ ଓ ଭ୍ଲାଡିମିର ବିଦାନୋଭ କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ରିସର୍ଟରେ ରହିଥିଲେ ବୋଲି ସୂଚନା ମିଳିଛି। ହେଲେ ସେମାନେ ଜିଲାର କୌଣସି ପର୍ଯ୍ୟଟନ ସ୍ଥଳୀ ନ ବୁଲି ରାୟଗଡ଼ା ଚାଲି ଯାଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ଭ୍ଲାଡିମିର ବିଦାନୋଭ ରିସର୍ଟରେ ମଦ୍ୟପାନ କରିଥିବା ଫଟୋ ଭାଇରାଲ ହେଉଛି। ରିସର୍ଟରେ କ’ଣ ହୋଇଥିଲା, ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ରିସର୍ଟ ମାଲିକ ଏ ସମ୍ପର୍କରେ କୌଣସି ତଥ୍ୟ ଦେଉନାହାନ୍ତି। ରିସର୍ଟକୁ ତାଲା ପକାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ୨୦ ତାରିଖ ସନ୍ଧ୍ୟା ୭ଟାରେ ପାଭେଲ, ବିଦାନୋଭ ଓ ସେମାନଙ୍କ ସହ ଆସିଥିବା ଦମ୍ପତି ଏବଂ ଜଣେ ଟୁରିଷ୍ଟ ଗାଇଡ୍‌ ଦାରିଙ୍ଗବାଡି ଥାନା କିରିକୁଟିରେ ଥିବା ପାନାସିଆ ଇକୋ ରିସର୍ଟରେ ରାତ୍ରିଯାପନ କରି ରାୟଗଡା ଚାଲିଯିବା ଘଟଣା ଦ୍ୱନ୍ଦ୍ୱ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଜି ମାରିଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ଅବନ୍ତୀ ଦାସଙ୍କୁ ୯,୮୦୨ଖଣ୍ଡ...

ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂଦେଓଙ୍କୁ ବିରୋଧ

ବଲାଙ୍ଗୀର ଅଫିସ, ୧୭।୮: ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବଲାଙ୍ଗୀରରେ ସମାଜକର୍ମୀ ଲଳିତ କୁମାର ନାୟକ ଓ ତାଙ୍କ ସମର୍ଥକମାନେ ଶନିବାର ବିରୋଧ କରିଛନ୍ତି।...

ସଜେଇ ହେଉଛି ତାଳବଣିଆ ପଡ଼ିଆ

ପୁରୀ ଅଫିସ,୨୩ା୧୨: ଚଳିତ ମାସ ୨୬ ତାରିଖରେ ବିଜୁ ଜନତା ଦଳ (ବିଜେଡି) ୨୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ...

ହୋମ୍‌ କ୍ୱାରାଣ୍ଟାଇନରେ ୩୨୨

ପାଟଣା,୨୭ା୩(ସ୍ବ.ପ୍ର.): ବାଙ୍ଗାଲୋର ଓ ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୋଟ ୩୨୨ ଜଣ ଗୁରୁବାର ସନ୍ଧ୍ୟା ସୁଦ୍ଧା କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରି...

ସହରରେ ବଢୁଛି ଚୋରି

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝର ସହରରେ କିଛି ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବୃଦ୍ଧିି ପାଇବାରେ ଲାଗିଥିବାରୁ ସହରବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। କେତେକ ବ୍ୟବସାୟୀ ସିିସିଟିଭି କ୍ୟାମେରାରେ କଏଦ...

ମଦମୁକ୍ତ ଅଞ୍ଚଳ ଦାବିରେ ମହିଳାଙ୍କ ପଦଯାତ୍ରା

ରେମୁଣା, ୩୦।୧୦(ଡି.ଏନ.ଏ.)-ରେମୁଣା ଥାନା ଅଧୀନ କଲ୍ୟାଣପୁର ପଞ୍ଚାୟତରେ ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଘରର ପୁରୁଷମାନେ ମଦ୍ୟପାନ କରି ନାନା ବିଶୃଙ୍ଖଳା ଘଟାଉଥିବାରୁ...

ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି ‘ଟ୍ରାନ୍ସମେଲ’

ପୁରୀ ଅଫିସ,୨୮।୮: ଦେଶରେ ସମସ୍ତ ନାଗରିକଙ୍କୁ ନିଜସ୍ବ ହିସାବରେ ବଞ୍ଚତ୍ବାର ଅଧିକାର ଦିଆଯାଇଛି। ଜଣେ ସାଧାରଣ ନାଗରିକ ସମାଜରେ ଯେମିତି ସମ୍ମାନର ସହିତ ବଞ୍ଚୁଛି, ଠିକ୍‌...

ତାରାତାରିଣୀ ପୀଠରେ ଭୋକିଲା ମାଙ୍କଡ଼ଙ୍କୁ ଖାଇବାକୁ ଦେଲେ ବିଡିଓ

ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍‌.ଏ.) : ମାରାତ୍ମକ କରୋନାକୁ ନେଇ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗଞ୍ଜାମ ଜିଲା ପ୍ରସିଦ୍ଧ ତାରା ତାରିଣୀଙ୍କ ପୀଠକୁ କେହି ଭକ୍ତ ଆସୁ ନାହାନ୍ତିି କିମ୍ବା...

Advertisement
Archives

Model This Week