ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନରେ ପୁରା ପରିବାର ହୋଇଯାଇଥିଲା ଛାରଖାର

ବଲିଉଡ୍‌ ଅଭିନେତ୍ରୀ କାଜଲ ଏବଂ ଅଭିନେତା କମଲ ସଦାନା ୧୯୯୨ ମସିହାରେ ଫିଲ୍ମ ‘ବେଖୁଦି’ରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ୨୧ ଅକ୍ଟୋବର , ୧୯୭୦ରେ ଜନ୍ମଗ୍ରହଣ କରିଥିବା କମଲଙ୍କର ଆଜି ହେଉଛନ୍ତି ୫୦ତମ ଜନ୍ମଦିନ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜନ୍ମଦିନ ଖୁସି ନେଇ ଆସିଥାଏ । ହେଲେ କମଲଙ୍କ ପାଇଁ ତାଙ୍କ ଜନ୍ମଦିନ ଦୁଃଖ ନେଇ ଆସିଥିଲା।
୨୧ ଅକ୍ଟୋବର ୧୯୯୦ରେ କମଲ ଜନ୍ମଦିନରେ ତାଙ୍କର ପୂରା ପରିବାର ଛାରଖାର ହୋଇଯାଇଥିଲା। କମଲ ନିଜର ଜନ୍ମଦିନ ଘରେ ଥିବା ବେଳେ ହଠାତ୍‌ ଗୁଳିର ଶବ୍ଦ ଶୁଣିବାକୁ ପାଇଥିଲେ। ଘରୁ ବାହାରି ଦେଖିଲେ ଯେ, ବାପା ବ୍ରିଜ୍‌ ସଦାନା ବ୍ୟସ୍ତ ହୋଇ ମା’ ଏବଂ ଭଉଣୀଙ୍କୁ ଗୁଳି ମାରିଥିଲେ। ଏହା ପରେ ସେ କମଲଙ୍କୁ ମଧ୍ୟ ଗୁଳି ମାରିଥିଲେ। ମାତ୍ର ଗୁଳି କମଲଙ୍କ ଦେହରେ ନ ବାଜି ମୁଣ୍ଡ ପାଖ ଦେଇ ଚାଲିଯାଇଥିଲା। ଶେଷରେ ବାପା ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଏକ ସାକ୍ଷାତକାରରେ କମଲ ନିଜେ ଏହି କଥା କହିଥିଲେ। ତେବେ ଘରେ କୌଣସି ଅସୁବିଧା ନ ଥିବା ବେଳେ ବାପା ଏପରି କାହିଁକି କଲେ ତାହା ସେ ଆଜି ପର୍ଯ୍ୟନ୍ତ ଜାଣିପାରି ନ ଥିବା ମଧ୍ୟ କହିଥିଲେ।
ବ୍ରିଜ୍‌ ହେଉଛନ୍ତି ବଲିଉଡ୍‌ର ଅତି ପରିଚିତ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ। ସେ ‘ଦୋ ଭାଇ’, ‘ୟେ ରାତ୍‌ ଫିର୍‌ ନା ଆଏଗୀ, ଓସ୍ତାଦୋ କେ ଓସ୍ତାଦୋ ପାଇଁ ବେଶ୍‌ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri