Posted inଜାତୀୟ

କମଲ ହାସନଙ୍କ ଏମ୍‌ଏନ୍‌ଏମ୍‌ ଫେରି ପାଇଲା ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ

ଚେନ୍ନାଇ,୧୫।୧: ବିଶିଷ୍ଟ ସାଉଥ ଅଭିନେତା କମଲ ହାସନଙ୍କ ରାଜନୈତିକ ପାର୍ଟି ମକ୍କଲ ନିଧି ମାଇମ (ଏମ୍‌ଏନ୍‌ଏମ୍‌) ଫେରି ପାଇଛି ତାର ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ। ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁ ନିର୍ବାଚନ ଲାଗି ବ୍ୟାଟେରି ଟର୍ଚ୍ଚ ଚିହ୍ନ ମିଳିଥିବା ପାର୍ଟି ପକ୍ଷରୁ ଶୁକ୍ରବାର ଶେୟାର କରାଯାଇଥିବା ଭିଡିଓରେ ହାସନ କହିଛନ୍ତି।

ଦଳୀୟ ଚିହ୍ନ ଫେରିପାଇଥିବାରୁ ନିର୍ବାଚନ ଆୟୋଗ ଓ ପାର୍ଟି ସମର୍ଥକଙ୍କୁ ଧନ୍ୟବାଦ ଦେଇ ହାସନ କହିଛନ୍ତି, ଦଳିତଙ୍କ ଉନ୍ନତି ପାଇଁ ସାରା ଜୀବନ କାର୍ଯ୍ୟ କରିଥିବା ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ଜନ୍ମଦିନରେ ଆମେ ଦଳୀୟ ଚିହ୍ନ ଫେରିପାଇଛୁ। ଏବେ ଆଲୋକକୁ ବ୍ୟାପିବାକୁ ଦିଅ। ଦଳର ଉପ ସଭାପତି ଆର. ମହେନ୍ଦ୍ରନ ଓ ସାଧାରଣ ସମ୍ପାଦକ ତଥା ଆଇଏଏସ୍‌ ଅଫିସର ସନ୍ତୋଷ ବାବୁଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ କମଲ ଏହି ଘୋଷଣା କରିଛନ୍ତି।

ଉଲ୍ଲେଖଥାଉକି, ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ହାସନଙ୍କ ପାର୍ଟି ଏମ୍‌ଏନ୍‌ଏମ୍‌ର ଦଳୀୟ ଚିହ୍ନ(ବ୍ୟାଟେରି ଟର୍ଚ୍ଚ)କୁ ବିବାଦରେ ଘେରି ହୋଇଥିଲା। ଏହି ଚିହ୍ନକୁ ନିର୍ବାଚନ ଆୟୋଗ (ଇସି) ନିକଟରେ ତାମିଲନାଡୁର ଆଉ ଏକ ପାର୍ଟି ଏମ୍‌ଜିଆର ମକ୍କଲ କାତ୍‌ଚିକୁ ଦେଇଥିଲେ। ଏହାକୁ ବିରୋଧ କରି ଏମ୍‌ଏନ୍‌ଏମ୍‌ ଇସି ଓ ମାଦ୍ରାସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆୟକର ବିଭାଗର ମାରାଥନ ରେଡ: ୧୫ ଘଣ୍ଟାରେ ମିଳିଲା ୧୭ ହଜାର ଟଙ୍କା

ଲକ୍ଷ୍ନୌ,୧୯ ।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶନିବାର ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟତମ...

ଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ଭୋ ଭୋ କାନ୍ଦିଲେ ସମାଜବାଦୀ ପାର୍ଟି ନେତା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୩।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ ଭୋ ଭୋ ହୋଇ କାନ୍ଦିଛନ୍ତି। ଭାଜପା ଦେଶରେ ନାଟକ କରୁଛି ବୋଲି...

ଗୋରଖପୁରରୁ ଲଢ଼ିବେ ଯୋଗୀ

ନୂଆଦିଲ୍ଲୀ,୧୫।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ...

‘ଯଦି ମୁଁ ଦାୟୀ ତେବେ ମୋତେ ଫାସୀ ଦିଆଯାଉ’

ଶ୍ରୀନଗର,୨୨।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି। ଫିଲ୍ମଟି ରିଲିଜ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ...

ହିଜାବକୁ ଅନୁମତି ଦିଆ ନ ଯିବାରୁ ପରୀକ୍ଷା ଦେଲେନି ଛାତ୍ରୀ

ଶିବମୋଗା ,୧୬ା୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ବାରଣକୁ ନେଇ ବିବାଦ ଲାଗି ରହିଥିବାବେଳେ ମଙ୍ଗଳବାର ଉଡୁପି ଏବଂ ଶିବମୋଗା ଜିଲାରେ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ ସ୍କୁଲ୍‌ରେ...

ଚାଇନା-ପାକିସ୍ତାନର ଗୁପ୍ତଚର ହେଉଛି ଗୁପକାର ସଙ୍ଗଠନ: ଶିବରାଜ

ଭୋପାଳ,୨୦ ।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର କହିଛନ୍ତି ଜମ୍ମୁ-କଶ୍ମୀରରେ ଗଠନ ହୋଇଥିବା ‘ଗୁପକାର ସଙ୍ଗଠନ’ ଅସଲରେ ହେଉଛି ଏକ ଗୁପ୍ତଚର ସଙ୍ଗଠନ...

କଟକଣା ହେଲା କୋହଳ କିନ୍ତୁ କମୁନି ସଂକ୍ରମଣ: ୩ ଦିନରେ ୭ହଜାରରୁ ଊର୍ଦ୍ଧ୍ୱ ପଜିଟିଭ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣକୁ ନେଇ ୪୦ ଦିନିଆ ଲକ୍‌ଡାଉନ ଅବଧି ପୂରଣ ହେବା ପରେ ଏବେ ଆରମ୍ଭ ହୋଇଛି ଲକ୍‌ଡାଉନ ୩.୦। ଏହା ମେ’...

୩ଟି ସ୍ତମ୍ଭ ଉପରେ ରହିଛି ଏକବିଂଶ ଶତାବ୍ଦୀର ମୂଳଦୁଆ: ପ୍ରଧାନମନ୍ତ୍ରୀ

ଚେନ୍ନାଇ,୩୦।୯: ଏକବିଂଶ ଶତାବ୍ଦୀର ମୂଳଦୁଆ ୩ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ରହିଛି। ସେଗୁଡ଼ିକ ହେଉଛି ନବୀକରଣ, ଦଳଗତକାର୍ଯ୍ୟ ଏବଂ ଜ୍ଞାନକୌଶଳ। ଏସବୁର ବିକାଶରେ ଶତାବ୍ଦୀର ଧାର୍ଯ୍ୟ...

Advertisement
Archives

Model This Week