ନୂଆ ଜୀବନ ପାଇଲେ କମଳ

ବଲାଙ୍ଗୀର ଅଫିସ,୨୫।୯:  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଘୁନସର ପଞ୍ଚାୟତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ ଯୁବକ କମଳ ବରିହା (୩୦)ଙ୍କ ସଫଳ ଅସ୍ତ୍ରୋପଚାର ପରେ ଘରକୁ ଫେରିଛନ୍ତି। ଏହା ପରେ ଏହି ଗରିବ ଆଦିବାସୀ ପରିବାର ଓ ଗଁାରେ ଖୁସିର ଲହରି ଖେଳିଯାଇଛି।
୨୦୨୧ ଅକ୍ଟୋବରରେ କମଳ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜ୍ୱର ହେବା ସହ ପେଟ ଫୁଲି ଯାଇଥିଲା। ତାଙ୍କ ମଳଦ୍ୱାର ହଠାତ୍‌ ବନ୍ଦ ହୋଇଯିବାରୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ବୁର୍ଲା ଭିମସାର ନିଆଯାଇଥିଲା। ସେଠାରେ ତିନିଥର ଅସ୍ତ୍ରୋପଚାର କରାଯାଇ ପେଟରେ ବିକଳ୍ପ ପାଇପ ଲଗାଯାଇଥିଲା। ଏହାସତ୍ତ୍ୱେ କମଳ ସୁସ୍ଥ ହୋଇ ନ ଥିଲେ। ତାଙ୍କ ଶରୀର କ୍ଷୀଣ ହୋଇଯାଇଥିଲା। ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। କମଳଙ୍କ ଅବସ୍ଥା ଦେଖି ନିହାତି ଗରିବ ତାଙ୍କ ମାତାପିତା ଭାଙ୍ଗି ପଡିଥିଲେ। ଧାର ଉଧାର କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଥିଲେ। ବଡ ହସ୍ପିଟାଲରେ ଚତୁର୍ଥ ଥର ଅସ୍ତ୍ରୋପଚାର ନକଲେ କମଳଙ୍କ ଅବସ୍ଥା ସାଂଘାତିକ ହେବା ଭୟ ଥିଲେ ମଧ୍ୟ ଟଙ୍କା ଅଭାବରୁ କିଛି ବି କରିପାରୁ ନ ଥିଲେ। ଏନେଇ ଧରିତ୍ରୀରେ ଗତ ଏପ୍ରିଲ ୨୦ ତାରିଖରେ ତିନିଥର ଅସ୍ତ୍ରୋପଚାର ପରେ ବି କମଳ ଅସୁସ୍ଥ ଶୀର୍ଷକ ଖବର ପରିବେଷଣ ପରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ଏଥିରେ ହସ୍ତକ୍ଷେପ କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କମଳଙ୍କ ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜିଲା ସଂଯୋଜକ ସୁବ୍ରତ କୁମାର ସାହୁ ଗୁରୁତର ଅସୁସ୍ଥ କମଳଙ୍କୁ ବିଶାଖାପାଟଣାଠାରେ ଥିବା ମେଡିକଭର ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରିଥିଲେ। ସେଠାରେ ଏକ ବିଶେଷଜ୍ଞ ଡାକ୍ତର ଦଳ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମଳଦ୍ୱାର ଅସ୍ତ୍ରୋପଚାର କରିଥିଲେ। ପ୍ରାୟ ୨୦ ଦିନର ଚିକିତ୍ସା ପରେ କମଳ ସୁସ୍ଥ ହୋଇ ଏବେ ଘରକୁ ଫେରିଛନ୍ତି। ତାଙ୍କ ପେଟରୁ ପାଇପ ହଟାଯାଇଛି ଓ ପୂର୍ବପରି ତାଙ୍କ ମଳଦ୍ୱାର କାର୍ଯ୍ୟ କରୁଛି। ସୁସ୍ଥ ହୋଇ ଘରକୁ ଫେରିବା ପରେ କମଳଙ୍କ ପରିବାର ସହ ଗଁା ଲୋକେ ଭାବାବେଗରେ ଅଧୀର ହୋଇପଡିଥିଲେ। ସମସ୍ତଙ୍କ ସହଯୋଗରେ କମଳ ନୂଆ ଜୀବନ ପାଇଲେ ବୋଲି କହିଛନ୍ତି। ଏଥିସକାଶେ ବରିହା ପରିବାର ଜିଲାପାଳ ରାଣା, ମେଡିକଭର ହସ୍ପିଟାଲର ଡାକ୍ତରୀ ଦଳ ଏବଂ ଧରିତ୍ରୀକୁ ଗଭୀର କୃତଜ୍ଞତା ଜଣାଇଛନ୍ତି। କମଳଙ୍କ ଚିକିତ୍ସା ପାଇଁ ଆନୁସଙ୍ଗିକ ସହାୟତା କରିଥିବା ଖପ୍ରାଖୋଲର ସ୍ବେଚ୍ଛାସେବୀ ବିଜୟ ମଲ୍ଲିକ, ରାଜେଶ ଝାଙ୍କର ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜିଲା ସଂଯୋଜକ ସୁବ୍ରତ ସାହୁଙ୍କୁ ମଧ୍ୟ ବରିହା ପରିବାର ଧନ୍ୟବାଦ ଜଣାଇଛନ୍ତି। ସୁସ୍ଥ ହେଲା ପରେ ଚାକିରି କରି ନିଜ ବୃଦ୍ଧ ମାତାପିତା, ଭିନ୍ନକ୍ଷମ ଭାଇ ଓ ଭଉଣୀଙ୍କ ଦୁଃଖ ଲାଘବ କରିବେ ବୋଲି କମଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri