ନୂଆ ଜୀବନ ପାଇଲେ କମଳ

ବଲାଙ୍ଗୀର ଅଫିସ,୨୫।୯:  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଘୁନସର ପଞ୍ଚାୟତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ ଯୁବକ କମଳ ବରିହା (୩୦)ଙ୍କ ସଫଳ ଅସ୍ତ୍ରୋପଚାର ପରେ ଘରକୁ ଫେରିଛନ୍ତି। ଏହା ପରେ ଏହି ଗରିବ ଆଦିବାସୀ ପରିବାର ଓ ଗଁାରେ ଖୁସିର ଲହରି ଖେଳିଯାଇଛି।
୨୦୨୧ ଅକ୍ଟୋବରରେ କମଳ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜ୍ୱର ହେବା ସହ ପେଟ ଫୁଲି ଯାଇଥିଲା। ତାଙ୍କ ମଳଦ୍ୱାର ହଠାତ୍‌ ବନ୍ଦ ହୋଇଯିବାରୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ବୁର୍ଲା ଭିମସାର ନିଆଯାଇଥିଲା। ସେଠାରେ ତିନିଥର ଅସ୍ତ୍ରୋପଚାର କରାଯାଇ ପେଟରେ ବିକଳ୍ପ ପାଇପ ଲଗାଯାଇଥିଲା। ଏହାସତ୍ତ୍ୱେ କମଳ ସୁସ୍ଥ ହୋଇ ନ ଥିଲେ। ତାଙ୍କ ଶରୀର କ୍ଷୀଣ ହୋଇଯାଇଥିଲା। ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। କମଳଙ୍କ ଅବସ୍ଥା ଦେଖି ନିହାତି ଗରିବ ତାଙ୍କ ମାତାପିତା ଭାଙ୍ଗି ପଡିଥିଲେ। ଧାର ଉଧାର କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଥିଲେ। ବଡ ହସ୍ପିଟାଲରେ ଚତୁର୍ଥ ଥର ଅସ୍ତ୍ରୋପଚାର ନକଲେ କମଳଙ୍କ ଅବସ୍ଥା ସାଂଘାତିକ ହେବା ଭୟ ଥିଲେ ମଧ୍ୟ ଟଙ୍କା ଅଭାବରୁ କିଛି ବି କରିପାରୁ ନ ଥିଲେ। ଏନେଇ ଧରିତ୍ରୀରେ ଗତ ଏପ୍ରିଲ ୨୦ ତାରିଖରେ ତିନିଥର ଅସ୍ତ୍ରୋପଚାର ପରେ ବି କମଳ ଅସୁସ୍ଥ ଶୀର୍ଷକ ଖବର ପରିବେଷଣ ପରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ଏଥିରେ ହସ୍ତକ୍ଷେପ କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କମଳଙ୍କ ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜିଲା ସଂଯୋଜକ ସୁବ୍ରତ କୁମାର ସାହୁ ଗୁରୁତର ଅସୁସ୍ଥ କମଳଙ୍କୁ ବିଶାଖାପାଟଣାଠାରେ ଥିବା ମେଡିକଭର ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରିଥିଲେ। ସେଠାରେ ଏକ ବିଶେଷଜ୍ଞ ଡାକ୍ତର ଦଳ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମଳଦ୍ୱାର ଅସ୍ତ୍ରୋପଚାର କରିଥିଲେ। ପ୍ରାୟ ୨୦ ଦିନର ଚିକିତ୍ସା ପରେ କମଳ ସୁସ୍ଥ ହୋଇ ଏବେ ଘରକୁ ଫେରିଛନ୍ତି। ତାଙ୍କ ପେଟରୁ ପାଇପ ହଟାଯାଇଛି ଓ ପୂର୍ବପରି ତାଙ୍କ ମଳଦ୍ୱାର କାର୍ଯ୍ୟ କରୁଛି। ସୁସ୍ଥ ହୋଇ ଘରକୁ ଫେରିବା ପରେ କମଳଙ୍କ ପରିବାର ସହ ଗଁା ଲୋକେ ଭାବାବେଗରେ ଅଧୀର ହୋଇପଡିଥିଲେ। ସମସ୍ତଙ୍କ ସହଯୋଗରେ କମଳ ନୂଆ ଜୀବନ ପାଇଲେ ବୋଲି କହିଛନ୍ତି। ଏଥିସକାଶେ ବରିହା ପରିବାର ଜିଲାପାଳ ରାଣା, ମେଡିକଭର ହସ୍ପିଟାଲର ଡାକ୍ତରୀ ଦଳ ଏବଂ ଧରିତ୍ରୀକୁ ଗଭୀର କୃତଜ୍ଞତା ଜଣାଇଛନ୍ତି। କମଳଙ୍କ ଚିକିତ୍ସା ପାଇଁ ଆନୁସଙ୍ଗିକ ସହାୟତା କରିଥିବା ଖପ୍ରାଖୋଲର ସ୍ବେଚ୍ଛାସେବୀ ବିଜୟ ମଲ୍ଲିକ, ରାଜେଶ ଝାଙ୍କର ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜିଲା ସଂଯୋଜକ ସୁବ୍ରତ ସାହୁଙ୍କୁ ମଧ୍ୟ ବରିହା ପରିବାର ଧନ୍ୟବାଦ ଜଣାଇଛନ୍ତି। ସୁସ୍ଥ ହେଲା ପରେ ଚାକିରି କରି ନିଜ ବୃଦ୍ଧ ମାତାପିତା, ଭିନ୍ନକ୍ଷମ ଭାଇ ଓ ଭଉଣୀଙ୍କ ଦୁଃଖ ଲାଘବ କରିବେ ବୋଲି କମଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳିଦେବାକୁ ଉଦ୍ୟମ

  ଭଞ୍ଜନଗର,୨୫।୧(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ବେଲଗୁଣ୍ଠା ଫାଣ୍ଡି ଧୁମୁଛାଇ ଛକରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ଜଣେ ଯୁବକଙ୍କୁ ୨ଜଣ ପେଟ୍ରୋଲ ପକାଇ ନିଅଁା ଲଗାଇ...

ଜବରଦଖଲ ଉଚ୍ଛେଦକୁ ନେଇ ରାଜନୀତି ସରଗରମ

ଗଞ୍ଜାମ,୨।୭(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସିଥିବା ପୂଜକ କନ୍ଧ ଶତପଥୀଙ୍କ ବାରିପଟ ଘର ସରକାରୀ ଜାଗାରେ ଥିବା ଦର୍ଶାଇ...

ଜାଗା ମିଶନ ବଢ଼ାଉଛି ଜବରଦଖଲ

ନୟାଗଡ଼ ଅଫିସ,୧୮।୪: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରୁଛି। ଏହି ଯୋଜନାରେ ୮୦୨ରୁ ୪୯୬ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର (ପଟ୍ଟା) ମିଳିବା ପରେ...

ତୁଟିଲା ସରକାରୀ ବସ୍‌ଷ୍ଟାଣ୍ଡ ଅଡ଼ୁଆ

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳରେ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ସରକାରୀ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଥିବା କେତୋଟି ଦୋକାନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ...

ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ପାଟପୁର,୩୦ା୩- ଲକ୍‌ଡାଉନ ପରେ ବହୁ ଗରିବ ନିଃସହାୟ ଦୁଇଓଳି ଦୁଇମୁଠା ଖାଇବାକୁ ପାଉ ନାହାନ୍ତି। ଏପରିସ୍ଥଳେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ଲୋକ ଭୋକ...

ସଡ଼କ ଅପେକ୍ଷାରେ ସାତ ଦଶନ୍ଧି

ଢେଙ୍କାନାଳ ଅଫିସ, ୧୩।୭ ବିକାଶ ଦେଖୁଛି ଗାଁ। ବଦଳୁଛି ଗ୍ରାମାଞ୍ଚଳର ଚିତ୍ର। ପକ୍କା ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ବିଦ୍ୟୁତ୍‌ ଭିତ୍ତିଭୂମିଠାରୁ ଆରମ୍ଭ କରି ଆନୁଷଙ୍ଗିକ...

ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କୁ ଜରିମାନା କଲେ ବିଡିଓ: ଧରାପଡ଼ିଲେ ଖବରଦାତା, ପୋଲିସ, ସରକାରୀ କର୍ମଚାରୀ

ଛତ୍ରପୁର, ୭ା୪(ଡି.ଏନ୍‌.ଏ.)- ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ ମଙ୍ଗଳବାର ଲାଠି ଧରି ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ଓ ବାଇକ ଚାଳକଙ୍କ ଠାରୁ...

ଅଟା ଗୋଦାମରେ ନିଆଁ ଲାଗିଲା

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ଗ୍ରାମର ଶଙ୍କର ପଣ୍ଡାଙ୍କ ଅଟା ଗୋଦାମରେ ଶୁକ୍ରବାର ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି।...

Advertisement
Archives

Model This Week