ପାଳରେ ଜୀବନ ଆଙ୍କୁଥିବା ମଣିଷ

ଲୋଇସିଂହା,୨୫।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଡେଲିମାର୍କେଟର ଅବସରପ୍ରାପ୍ତ ଶିକ୍ଷକ ଗୌରୀଶଙ୍କର ବେଜ(୬୫)। ସୁବର୍ଣ୍ଣପୁର ଜିଲା ନାରାୟଣପୁରର ମୂଳ ବାସିନ୍ଦା ଗୌରୀଶଙ୍କର ୨୦୧୪ମସିହାରେ ଅବସର ଗ୍ରହଣ ପରେ ମଧ୍ୟ ସେ ଚଳଚଞ୍ଚଳ ରହିଛନ୍ତି। ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ପ୍ରଶାଂସା ସାଉଁଟୁଛନ୍ତି। ଦେବାଦେବୀ, ପଶୁପକ୍ଷୀ ଓ ଆଦିବାସୀଙ୍କ ଚିତ୍ରଚରିତ୍ରକୁ ସେ କଳାକୃତିରେ ଜୀବନ୍ତ କରୁଛନ୍ତି। କୋଭିଡ ଲକ୍‌ଡାଉନ ସମୟରେ ପାଳ(ଗୋରୁଖାଦ୍ୟ)ରେ ଜଗନ୍ନାଥ, ଗଣେଶ ଏବଂ ଆଦିବାସୀଙ୍କ ଚିତ୍ର ପ୍ରସ୍ତୁତ କରିବାକୁ ଆରମ୍ଭ କରିଥିଲେ। ଏଥିରେ ରଙ୍ଗୀନ କାଗଜ ଓ ଫେବିକଲ ଅଠା ବ୍ୟବହାର କରି ୧୮ପ୍ରକାର ଗଣେଶ, ୧୨ପ୍ରକାର ଜଗନ୍ନାଥ ଚିତ୍ର ଏବଂ ବିଭିନ୍ନ ପଶୁପକ୍ଷୀ, ଫୁଲଫଳ ପ୍ରସ୍ତୁତି କରିଥିଲେ। ଏହି ସବୁ କଳାକୃତିକୁ ବିଭିନ୍ନ ପ୍ରଦର୍ଶନୀ ମେଳାରେ ପ୍ରଦର୍ଶନ କରିବା ବେଳେ ଲୋକେ ପସନ୍ଦ କରିଥିଲେ ା ପାଳର ଉପଯୋଗ କରି କିପରି କଳାକୃତି କରାଯାଇପାରେ ତାହା ସେ କରି ଦେଖାଉଛନ୍ତି ବୋଲି କହିଛନ୍ତି ଗୌରୀଶଙ୍କର।
ଏସବୁ ସହ ଗୌରୀଶଙ୍କର ଜଣେ କଳାକାର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ବିଭିନ୍ନ ସମ୍ବଲପୁରୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ସମ୍ବଲପୁରୀ ଫିଲ୍ମ ଶଳାବୁଢା, ଝରଣ ଭଲି ଚଳଚ୍ଚିତ୍ରରେ ସେ କଳା ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏହାବ୍ୟତୀତ ସେ ଜଣେ ମଞ୍ଚ ପ୍ରସ୍ତୁତି କଳାକାର ା ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଜିଲାର ବିଭିନ୍ନ ସାଂସ୍କୃତିକ, ମନୋରଞ୍ଜନ କାର୍ଯ୍ୟକ୍ରମରେ ମଞ୍ଚ ପ୍ରସ୍ତୁତ କରନ୍ତି। ୨୦୦୮ରେ ବଲାଙ୍ଗୀର କୋଶଳ କଳାମଣ୍ଡରେ ହେଉଥିବା ଲୋକଉସତ୍ବ ଚମତ୍କାର ମଞ୍ଚ ସଜାଇ ପ୍ରଶଂସିତ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri