କାରାଗାରରେ ଖୁନ୍ଦାଖୁନ୍ଦି କଏଦୀ

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ବ୍ରିଟିଶ ଶାସନ ଅମଳର କାମାକ୍ଷାନଗର ଉପକାରାଗାରରେ ସ୍ଥାନ ଅଭାବରୁ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏଠାରେ କ୍ଷମତା ତୁଳନାରେ ପ୍ରାୟ ଦେଢ଼ଗୁଣା ଅଧିକ କଏଦୀ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି। ଆବଶ୍ୟକ ଅର୍ଥ ଥିଲେ ମଧ୍ୟ ଉପଯୁକ୍ତ ଜମି ମିଳୁ ନ ଥିବାରୁ କାରାଗାର ସମ୍ପ୍ରସାରଣ ହୋଇପାରୁନାହିଁ, ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ଜେଲ କର୍ତ୍ତୃପକ୍ଷ।
ଏକଦା ଢେଙ୍କାନାଳ ଥିଲା ମାଓବାଦୀ ପ୍ରଭାବିତ। ସ୍ବାଧୀନତା ଆନ୍ଦୋଳନରେ ଅନ୍ୟତମ ଅନ୍ତୁଡ଼ିଶାଳ ଭାବେ ପରିଚିତ ଏହି ଜିଲାରେ ବିଚାରାଧୀନ କଏଦୀଙ୍କୁ ରଖିବା ଲାଗି ୧୯୨୮ରେ କାମାକ୍ଷାନଗରରେ ପ୍ରତିଷ୍ଠା କରାଯାଇଥିଲା ଉପ କାରାଗାର। ଅନେକ ସଂଗ୍ରାମୀ, ମାଓବାଦୀ ଏଠାରେ ଜେଲଦଣ୍ଡ ଭୋଗିଛନ୍ତି। ଇତିମଧ୍ୟରେ ୯୪ ବର୍ଷ ବିତିଯାଇଥିଲେ ମଧ୍ୟ ସବ୍‌ଜେଲ ଭିତ୍ତିଭୂମି ବଦଳିନାହିଁ। ଜେଲରେ ୬୨ ପୁରୁଷ, ୭ ମହିଳା କଏଦୀ ରହିବା ବ୍ୟବସ୍ଥା ଥିବାବେଳେ ଏବେ ରହୁଛନ୍ତି ୧୦୨ ଜଣ କଏଦୀ (୯୭ ପୁରୁଷ ଏବଂ ୫ ମହିଳା)। ସେମାନଙ୍କ ମଧ୍ୟରେ ଅଛନ୍ତି ଦଣ୍ଡାଦେଶ ପାଇଥିବା ୮ ଅପରାଧୀ। ତେବେ ଆବଶ୍ୟକ ସେଲ୍‌ ନ ଥିବାରୁ ଗୋଟିଏ ପ୍ରକୋଷ୍ଠରେ ଏକାଧିକ କଏଦୀ ରହିବାକୁ ବାଧ୍ୟ ହେଉଛନ୍ତି।
କାରାଗାର ମୁଖ୍ୟ ପାଚେରିଠାରୁ ୨୦ ଫୁଟ୍‌ ଦୂରତାରେ କଏଦୀଙ୍କ ରହିବା ପାଇଁ ଘର ନିର୍ମାଣ କରିବା ଲାଗି ନିୟମ ରହିଛି। ହେଲେ ସବ୍‌ଜେଲ ପରିସରରେ ଆବଶ୍ୟକ ଜମିନାହିଁ। ତେଣୁ ଅର୍ଥ ଥିଲେ ବି ଆବଶ୍ୟକ ସେଲ୍‌ ନିର୍ମାଣ ହୋଇପାରୁନାହିଁ। ଏହାକୁ ବାଦ୍‌ଦେଲେ ଏଠାରେ ୩ ଅଧିକାରୀ, ୧୨ ଗାର୍ଡ ରହିବା ପରିବର୍ତ୍ତେ ୨ ଅଧିକାରୀ, ୪ ଗାର୍ଡ, ୨ ସ୍ବତନ୍ତ୍ର ଗାର୍ଡ, ୨ ମହିଳା ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି। ଆବଶ୍ୟକ କର୍ମଚାରୀ ନ ଥିବାରୁ କାର୍ଯ୍ୟଚାପ ବଢୁଛି। ଜରୁରୀ ସମୟରେ ସେମାନେ ଛୁଟି ନେବା କାଠିକର ପାଠ ହେଉଛି। ଏହି ଉପକାରାଗାର ଉପରେ କାମାକ୍ଷାନଗର, ଭୁବନ, ପରଜଙ୍ଗ, କଙ୍କଡ଼ାହାଡ଼, ତୁମୁସିଙ୍ଗା ଥାନା ନିର୍ଭରଶୀଳ। ସେହିପରି ଭୁବନ କାମାକ୍ଷାନଗର, ପରଜଙ୍ଗ କୋର୍ଟର ବିଭିନ୍ନ ମାମଲାର ଅଭିଯୁକ୍ତଙ୍କୁ ଏଠାକୁ ଅଣାଯାଉଛି। ଦିନକୁ ଦିନ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢୁଥିବାରୁ ଏହାର କ୍ଷମତା ବଢ଼ାଇବା ସହ ଏହାକୁ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ଜେଲ ମାନ୍ୟତା ଦେବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ଜେଲର ରାମଚନ୍ଦ୍ର ସାହୁ କୁହନ୍ତି, ବହୁ ବର୍ଷ ପୁରାତନ କାରାଗାର ପ୍ରକୋଷ୍ଠ ଜରାଜୀର୍ଣ୍ଣ ହୋଇପଡ଼ିଛି। ସବ୍‌ଜେଲରେ ନୂତନ ପ୍ରକୋଷ୍ଠ ନିର୍ମାଣ ପାଇଁ ଜାଗା ଅଭାବ ରହିଛି। ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri