କାରାଗାରରେ ଖୁନ୍ଦାଖୁନ୍ଦି କଏଦୀ

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ବ୍ରିଟିଶ ଶାସନ ଅମଳର କାମାକ୍ଷାନଗର ଉପକାରାଗାରରେ ସ୍ଥାନ ଅଭାବରୁ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏଠାରେ କ୍ଷମତା ତୁଳନାରେ ପ୍ରାୟ ଦେଢ଼ଗୁଣା ଅଧିକ କଏଦୀ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି। ଆବଶ୍ୟକ ଅର୍ଥ ଥିଲେ ମଧ୍ୟ ଉପଯୁକ୍ତ ଜମି ମିଳୁ ନ ଥିବାରୁ କାରାଗାର ସମ୍ପ୍ରସାରଣ ହୋଇପାରୁନାହିଁ, ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ଜେଲ କର୍ତ୍ତୃପକ୍ଷ।
ଏକଦା ଢେଙ୍କାନାଳ ଥିଲା ମାଓବାଦୀ ପ୍ରଭାବିତ। ସ୍ବାଧୀନତା ଆନ୍ଦୋଳନରେ ଅନ୍ୟତମ ଅନ୍ତୁଡ଼ିଶାଳ ଭାବେ ପରିଚିତ ଏହି ଜିଲାରେ ବିଚାରାଧୀନ କଏଦୀଙ୍କୁ ରଖିବା ଲାଗି ୧୯୨୮ରେ କାମାକ୍ଷାନଗରରେ ପ୍ରତିଷ୍ଠା କରାଯାଇଥିଲା ଉପ କାରାଗାର। ଅନେକ ସଂଗ୍ରାମୀ, ମାଓବାଦୀ ଏଠାରେ ଜେଲଦଣ୍ଡ ଭୋଗିଛନ୍ତି। ଇତିମଧ୍ୟରେ ୯୪ ବର୍ଷ ବିତିଯାଇଥିଲେ ମଧ୍ୟ ସବ୍‌ଜେଲ ଭିତ୍ତିଭୂମି ବଦଳିନାହିଁ। ଜେଲରେ ୬୨ ପୁରୁଷ, ୭ ମହିଳା କଏଦୀ ରହିବା ବ୍ୟବସ୍ଥା ଥିବାବେଳେ ଏବେ ରହୁଛନ୍ତି ୧୦୨ ଜଣ କଏଦୀ (୯୭ ପୁରୁଷ ଏବଂ ୫ ମହିଳା)। ସେମାନଙ୍କ ମଧ୍ୟରେ ଅଛନ୍ତି ଦଣ୍ଡାଦେଶ ପାଇଥିବା ୮ ଅପରାଧୀ। ତେବେ ଆବଶ୍ୟକ ସେଲ୍‌ ନ ଥିବାରୁ ଗୋଟିଏ ପ୍ରକୋଷ୍ଠରେ ଏକାଧିକ କଏଦୀ ରହିବାକୁ ବାଧ୍ୟ ହେଉଛନ୍ତି।
କାରାଗାର ମୁଖ୍ୟ ପାଚେରିଠାରୁ ୨୦ ଫୁଟ୍‌ ଦୂରତାରେ କଏଦୀଙ୍କ ରହିବା ପାଇଁ ଘର ନିର୍ମାଣ କରିବା ଲାଗି ନିୟମ ରହିଛି। ହେଲେ ସବ୍‌ଜେଲ ପରିସରରେ ଆବଶ୍ୟକ ଜମିନାହିଁ। ତେଣୁ ଅର୍ଥ ଥିଲେ ବି ଆବଶ୍ୟକ ସେଲ୍‌ ନିର୍ମାଣ ହୋଇପାରୁନାହିଁ। ଏହାକୁ ବାଦ୍‌ଦେଲେ ଏଠାରେ ୩ ଅଧିକାରୀ, ୧୨ ଗାର୍ଡ ରହିବା ପରିବର୍ତ୍ତେ ୨ ଅଧିକାରୀ, ୪ ଗାର୍ଡ, ୨ ସ୍ବତନ୍ତ୍ର ଗାର୍ଡ, ୨ ମହିଳା ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି। ଆବଶ୍ୟକ କର୍ମଚାରୀ ନ ଥିବାରୁ କାର୍ଯ୍ୟଚାପ ବଢୁଛି। ଜରୁରୀ ସମୟରେ ସେମାନେ ଛୁଟି ନେବା କାଠିକର ପାଠ ହେଉଛି। ଏହି ଉପକାରାଗାର ଉପରେ କାମାକ୍ଷାନଗର, ଭୁବନ, ପରଜଙ୍ଗ, କଙ୍କଡ଼ାହାଡ଼, ତୁମୁସିଙ୍ଗା ଥାନା ନିର୍ଭରଶୀଳ। ସେହିପରି ଭୁବନ କାମାକ୍ଷାନଗର, ପରଜଙ୍ଗ କୋର୍ଟର ବିଭିନ୍ନ ମାମଲାର ଅଭିଯୁକ୍ତଙ୍କୁ ଏଠାକୁ ଅଣାଯାଉଛି। ଦିନକୁ ଦିନ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢୁଥିବାରୁ ଏହାର କ୍ଷମତା ବଢ଼ାଇବା ସହ ଏହାକୁ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ଜେଲ ମାନ୍ୟତା ଦେବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ଜେଲର ରାମଚନ୍ଦ୍ର ସାହୁ କୁହନ୍ତି, ବହୁ ବର୍ଷ ପୁରାତନ କାରାଗାର ପ୍ରକୋଷ୍ଠ ଜରାଜୀର୍ଣ୍ଣ ହୋଇପଡ଼ିଛି। ସବ୍‌ଜେଲରେ ନୂତନ ପ୍ରକୋଷ୍ଠ ନିର୍ମାଣ ପାଇଁ ଜାଗା ଅଭାବ ରହିଛି। ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?