Posted inଜାତୀୟ

ପରପାରିରେ କଲ୍ୟାଣ ସିଂ

ନୂଆଦିଲ୍ଲୀ, ୨୧।୮: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା କଲ୍ୟାଣ ସିଂଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ମାସେରୁ ଊର୍ଦ୍ଧ୍ୱ ସମୟ ଅସୁସ୍ଥ ଥାଇ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏସ୍‌ଜିପିଜିଆଇ)ରେ ଚିକିତ୍ସିତ ହେଉଥିଲେ। ସେପ୍‌ସିସ ଏବଂ ବିଭିନ୍ନ ଅଙ୍ଗ ଅଚଳ ହୋଇଯିବା କାରଣରୁ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ଡାଏଲିସିସ୍‌ରେ ରଖାଯାଇଥିଲା। ତାଙ୍କ ରକ୍ତଚାପ କମିଯିବା ସହ ସ୍ବାଭାବିକ ଭାବେ ପରିସ୍ରା ହେଉ ନ ଥିବା ଡାକ୍ତର କହିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲ ଯାଇ କଲ୍ୟାଣଙ୍କୁ ଭେଟିଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। କଲ୍ୟାଣ ସିଂ ଥିଲେ ଜଣେ ରାଷ୍ଟ୍ରନେତା, ବର୍ଷୀୟାନ ପ୍ରଶାସକ, ତୃଣମୂଳ ସ୍ତରର ନେତା ତଥା ଜଣେ ମହାନ ବ୍ୟକ୍ତିତ୍ୱ। ଉତ୍ତରପ୍ରଦେଶର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ଏଥିସହ ସେ କଲ୍ୟାଣ ସିଂଙ୍କ ପୁଅ ରାଜବୀରଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି।
ହିନ୍ଦୁ ଜାତୀୟତାବାଦୀ ନେତା ତଥା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଆନ୍ଦୋଳନର ପୁରୋଧା କଲ୍ୟାଣ ସିଂ ଦୁଇଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଦୁଇଥର ପାର୍ଲାମେଣ୍ଟକୁ ଯାଇଥିଲେ। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯୯୨ ଡିସେମ୍ବରରେ ବାବ୍ରୀ ମସ୍‌ଜିଦ ଭଙ୍ଗାଯାଇଥିଲା। ସ୍କୁଲ୍‌ରେ ପଢ଼ିବା ସମୟରୁ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସଦସ୍ୟ ହୋଇଥିଲେ। ୧୯୬୭ରେ ସେ ଉତ୍ତରପ୍ରଦେଶର ଅତ୍ରାଉଲି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ଭାରତୀୟ ଜନସଂଘ, ଜନତା ପାର୍ଟି, ରାଷ୍ଟ୍ରୀୟ କ୍ରାନ୍ତି ପାର୍ଟି ଏବଂ ଭାଜପାରୁ ସେ ୯ ଥର ବିଧାନସଭାକୁ ଯାଇଥିଲେ। ୧୯୯୧ରେ ସେ ୟୁପି ମୁଖ୍ୟମନ୍ତ୍ରୀ ହୋଇଥିଲେ। ବାବ୍ରୀ ମସ୍‌ଜିଦ ଭଙ୍ଗ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହା ପରେ ୧୯୯୭ରେ ପୁଣିଥରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ୧୯୯୯ରେ ଦଳ ତାଙ୍କୁ ଉକ୍ତ ପଦରୁ ହଟାଇଦେବାରୁ ସେ ଭାଜପା ଛାଡ଼ି ନିଜସ୍ବ ଦଳ ଗଢ଼ିଥିଲେ। ୨୦୦୪ରେ କଲ୍ୟାଣ ପୁଣିଥରେ ଭାଜପାକୁ ଫେରି ବୁଲନ୍ଦସହରରୁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଦଳ ଛାଡ଼ି ଏଟାହରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲୋକ ସଭା ନିର୍ବାଚନ ଲଢ଼ିଥିଲେ। ୨୦୧୪ରେ ଭାଜପାକୁ ଫେରି ରାଜସ୍ଥାନର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ବାବ୍ରୀ ଭଙ୍ଗ ମାମଲାରେ ଆପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ବିଚାରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୦୨୦ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡାକୁ ନେଇ ଆକ୍ସନ ମୋଡରେ ଭାରତ, ଭିଜା ସର୍ଭିସ ସସପେଣ୍ଡ କରି ନାଗରିକଙ୍କ ଏଣ୍ଟ୍ରି ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ,୨୧।୯: ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ...

ସାବଧାନ! ଆପଣଙ୍କ ପିଲା ଖାଉନାହାନ୍ତି ତ ଏହି ଚକୋଲେଟ୍‌, ହୋଇପାରେ ଏହି ଅଦ୍ଭୁତ ରୋଗ

ବେଙ୍ଗାଲୁରୁ,୧୧ା୮: କର୍ନାଟକର ରାଇଚୁର ପରେ ଏବେ ମାଙ୍ଗାଲୁରୁରେ ଚକୋଲେଟ୍‌ରେ ଡ୍ରଗ୍ସ ବିକ୍ରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ଜଣାପଡ଼ିଥିଲା...

ଆମ୍ବୁଲାନ୍ସରେ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୨୬।୫: ଖାଦ୍ୟ ଦେବାକୁ କହି ୨୨ ବର୍ଷୀୟା ମହିଳାଙ୍କୁ ଆମ୍ବୁଲାନ୍ସରେ ଗଣବଳାତ୍କାର କରାଯାଇଛି। ରାଜସ୍ଥାନର ଜୟପୁରରୁ ଆସିଛି ଏଭଳି ଏକ ଅଭିଯୋଗ। ଘଟଣାଟି ୨୪ ତାରିଖରେ...

ମୋଦି, ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଚେନ୍ନାଇ,୧ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ...

ହିଜାବ ପିନ୍ଧି ପରୀକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଲେ କର୍ନାଟକ ଛାତ୍ରୀ

ନୂଆଦିଲ୍ଲୀ,୨୨ା୨:କର୍ନାଟକର ସରକାରୀ ସ୍କୁଲଗୁଡ଼ିକରେ ହିଜାବ ପରିଧାନ ଉପରେ କଟକଣା ଜାରି କରାଯାଇଛି। ତେବେ କେତେଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ...

କରୋନା ସଂକ୍ରମଣ ମହାରାଷ୍ଟ୍ରରେ ନେଲାଣି ୧୨ ହଜାରରୁ ଅଧିକ ଜୀବନ

ମୁମ୍ବାଇ,୨୧।୭: କରୋନା ଭାଇରସ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢି ଚାଲିଛି। ଏବେସୁଦ୍ଧା ସେଠାରେ କରୋନା ସଂକ୍ରମଣରେ ୧୨ ହଜାରରୁ ଅଧିକ ଜୀବନ ଗଲାଣି। ସୋମବାର ସୁଦ୍ଧା...

‘ମୁଁ ପ୍ରଚାରକୁ ଯାଇନାହିଁ, ପରାଜୟ ବିଷୟରେ କହିପାରିବି ନାହିଁ’

ଅହମ୍ମଦାବାଦ,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ଭାଜପା ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛି। ଏଠାରେ ଭାଜପା ନିଜର ୨୦...

ସ୍ୱୀକାର କରାଯିବନି ଦୁଇଟି ଭାରତ: ରାହୁଲ

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କର୍ନାଟକରେ ଚାଲିଛି । ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପରଠାରୁ ରାହୁଲ ଗାନ୍ଧୀ ଆଗ...

Advertisement
Archives

Model This Week