ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ପାରଳାଖେମୁଣ୍ଡି,୨୧ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଜେରା କରିଛି। ଦୀର୍ଘ ୩ ଘଣ୍ଟା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇଛି। ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଡିଏଫ୍‌ଓ ଏଡ଼ାଇ ଯାଇଥିବା ବେଳେ କେତେକ ପ୍ରଶ୍ନର ଉତ୍ତର ରଖିଛନ୍ତି। ଆବଶ୍ୟକସ୍ଥଳେ ତାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଜ୍ଞାନ ରଞ୍ଜନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ବେହେରାଙ୍କୁ ଗୁଡ଼ାଇତୁଡ଼ାଇ ବିଭିନ୍ନ ପ୍ରଶ୍ନ କରିଥିଲା। ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ବିଷୟରେ ତାଙ୍କୁ ପଚରାଉଚୁରା କରାଯାଇଥିଲା। ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନ ଥିବା ଡିଏଫ୍‌ଓ କହିଛନ୍ତି। ସେହିପରି ସୌମ୍ୟଙ୍କୁ ମାନସିକ ଚାପ ଦିଆଯାଇଥିବା ଓ ଜାଣିଶୁଣି ରାତି ଡ୍ୟୁଟି ପକାଯାଉଥିବା ନେଇ ଯେଉଁ ଅଭିଯୋଗ ଆସିଥିଲା ତାହାକୁ ମଧ୍ୟ ଡିଏଫ୍‌ଓ ଅସ୍ବୀକାର କରିଛନ୍ତି। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସୌମ୍ୟଙ୍କ ଜମାନବନ୍ଦୀ ନେବା ବେଳେ ଡିଏଫ୍‌ଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ବୀକାର କରିଥିଲେ ସୁଦ୍ଧା ସେଥିରେ କ’ଣ ସବୁ ଲେଖାଯାଇଥିଲା ସେ ସମ୍ପର୍କରେ ଜାଣିନାହାନ୍ତି ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ମିଶ୍ର କହିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତରେ ଡିଏଫ୍‌ଓ ଅସହଯୋଗ କରୁଛନ୍ତି। ବିଦ୍ୟାଭାରତୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କୁ ଏଯାଏ ପଚରାଉଚୁରା କରାଯାଇନାହିଁ। ସେମାନଙ୍କୁ ପଚରାଉଚରା କରି ସବୁ କଥାକୁ ତର୍ଜମା କଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମିଶ୍ର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଆଣିଲା ବିରଳ ତାରିଖ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମଙ୍ଗଳବାର ଥିଲା ବର୍ଷର ପ୍ରଥମ ସିମେଟ୍ରିକାଲ ବା ପଲିଣ୍ଡ୍ରୋମ୍‌। ଅର୍ଥାତ୍‌ କ୍ୟାଲେଣ୍ଡରର ଏପରି ଏକ ତାରିଖ ଯାହାକି ସାଂଖିକ ଦୃଷ୍ଟିରୁ ବିରଳ। ମଙ୍ଗଳବାର...

ଅଚାନକ ହସ୍ପିଟାଲ ପରିଦର୍ଶନ କଲେ ଏସ୍‌ପି, ପଚାରି ବୁଝିଲେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା

ଛତ୍ରପୁର,୧୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଗୁରୁବାର ଅଚାନକ ଛତ୍ରପୁର ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରୋଗୀଙ୍କୁ ଉତ୍ତମ...

କାଳିଆ ଯୋଜନା: ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ

ଭଦ୍ରକ ଅଫିସ, ୨୪।୮- କାଳିଆ ଯୋଜନାରେ ଟଙ୍କା ପାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସତେ ଯେପରି ଏକପ୍ରକାର...

‘ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କୁ ମାନୁନାହାନ୍ତି’

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ଘରୋଇ ସ୍କୁଲ ଏବଂ କଲେଜଗୁଡ଼ିକ ରାଜ୍ୟ ସରକାରଙ୍କୁ ଭ୍ରୂକ୍ଷେପ କରୁନାହାନ୍ତି। କରୋନା ପରିସ୍ଥିତିରେ ଯେତେବେଳେ ଲୋକେ ରୋଜଗାର ହରାଇଛନ୍ତି ଏବଂ ବଞ୍ଚିବାକୁ ସଂଗ୍ରାମ...

କଚ୍ଛପ ଗତିରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ଆରଡବ୍ଲ୍ୟୁଡି ସବଡିଭିଜନ ଅଧୀନରେ ଚାଲିଥିବା ୫ଟି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ଅହେତୁକ ବିଳମ୍ବ ଦେଖାଦେଇଛି। ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା...

କାମରେ ଆସୁନି ପାତ୍ରପୁଟ ମାଟିବନ୍ଧ

ମାଥିଲି,୫ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ପାତ୍ରପୁଟଠାରେ ଥିବା ମାଟିବନ୍ଧ ଲୋକଙ୍କ କାମରେ ଆସୁନାହିଁ। ପାଣି ଅଛି ହେଲେ ଚାଷୀଙ୍କ କାମରେ ଲାଗୁନାହିଁ। ଏହି...

ସହାୟତା ଅପେକ୍ଷାରେ ପକ୍ଷାଘାତ ପୀଡ଼ିତ ଦମ୍ପତି

ପୋଲସରା,୧୦ା୪: ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ହେଲେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଉଛନ୍ତି ମଦନଙ୍କ...

ଆଜି ରାଜ୍ୟରେ ୨୮୭ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରବିବାର ୨୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୬୨ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ...

Advertisement
Archives

Model This Week