କାଳୀପୂଜା ରକେଟ୍‌ ଓ ଚନ୍ଦ୍ର ଅଭିଯାନ

ରାମାୟଣ ଅନୁସାରେ, ରାବଣଙ୍କୁ ବଧ ସହ ୧୪ ବର୍ଷ ବନବାସ ଶେଷ କରି ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ଦେବୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ଧରି ଅଯୋଧ୍ୟାକୁ ଫେରିଲେ, ରାଜ୍ୟବାସୀ ପ୍ରଦୀପ ଜାଳି ତାଙ୍କୁ ସ୍ବାଗତ କରିଥିଲେ। ବିଜୟୀଙ୍କୁ ପ୍ରଦୀପ ଜାଳି ସ୍ବାଗତ କରିବା ପ୍ରଥା ପରେ ପରେ ଆଲୋକର ପର୍ବ ହିସାବରେ ପାଳିତ ହେଲା। ଦୀପାବଳିରେ ପ୍ରଦୀପ ଜାଳି ବିଜୟ ପର୍ବ ପାଳନ କରାଯାଏ। ପ୍ରକୃତରେ ଏହା ହେଉଛି ଅନ୍ଧକାର ବିପକ୍ଷରେ ଆଲୋକର ବିଜୟ ଏବଂ ଅଜ୍ଞାନ ବିପକ୍ଷରେ ଜ୍ଞାନର ବିଜୟ। ପ୍ରଦୀପ ଜାଳିବା ପ୍ରଥାରୁ ଏହାର ନାମ ଦୀପାବଳି ରଖାଯାଇଛି। କିନ୍ତୁ ଆମ ପିଲାମାନେ ଆଜି ଦୀପ ଜାଳିବା ବଦଳରେ ବାଣ ଫୁଟେଇବାକୁ ଗୁରୁତ୍ୱ ଦେଉଛନ୍ତି। କାରଣ, ବାଣର ଶବ୍ଦ ଓ ରଙ୍ଗିନ ଆଲୋକ ସେମାନଙ୍କୁ ଆନନ୍ଦ ଦିଏ। କିନ୍ତୁ ଦୁଃଖର କଥା, ବାରୁଦ ତିଆରି କରିବାଠାରୁ ବାଣ ଫୁଟିଲା ପର୍ଯ୍ୟନ୍ତ ଜୀବନ ପ୍ରତି ବିପଦ ରହିଥାଏ। ନିକଟରେ ସାରା ଦେଶରେ ବାଣ ତିଆରି ବେଳେ ଅନେକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଣ ଫୁଟିଲା ପରେ ପରିବେଶ ଖରାପ ହୁଏ। ବାରୁଦରୁ ବାହାରୁଥିବା ରାସାୟନିକ ଧୂଆଁ ବାୟୁମଣ୍ଡଳରେ ବିଷ ଭରିଦିଏ।
ବାରୁଦ ଆଖିରେ ପଡିଲେ କିମ୍ବା ପେଟ ଭିତରକୁ ଗଲେ ରୋଗ ସୃଷ୍ଟି କରେ। ଅଧିକାଂଶ ରାସାୟନିକ ବାଣର ଧ୍ୱନିସ୍ତର ୧୪୦ ଡେସିବଲ୍‌ରୁ ଅଧିକ। ତେଣୁ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା କ୍ଷେତ୍ରରେ ରାସାୟନିକ ବାଣର ଅନେକ ଭୂମିକା ରହିଛି। ଅତଏବ, ବାଣ ବାବଦରେ ଆମେ ଖର୍ଚ୍ଚ କରୁଥିବା ଟଙ୍କା ଆମ ପାଇଁ ସମସ୍ୟା ସୃଷ୍ଟି କରେ। ପରିବେଶ କହିଲେ ଆମେ ବା-ପା-ମା-ଆ (ବାୟୁ-ପାଣି-ମାଟି-ଆକାଶ) ବୁଝୁ। ତେଣୁ ବାଣ ଫୁଟେଇ ବା-ପା-ମା-ଆ ପ୍ରତି ବିପଦ ସୃଷ୍ଟି କରିବା ଉଚିତ ନୁହେଁ।
ପ୍ରତିବର୍ଷ ଭାରତରେ ବାଣ ଫୁଟେଇବାରେ ଅନେକ ଟଙ୍କା ଖର୍ଚ୍ଚ ହୁଏ। ଗତ ୧୦ ବର୍ଷର ଖର୍ଚ୍ଚକୁ ଦେଖିଲେ ୨୦୧୫ ମସିହାରେ ପାଖାପାଖି ୪୦୦୦-୫୫୦୦ କୋଟି, ୨୦୧୬ରେ ୪୫୦୦-୬୦୦୦ କୋଟି, ୨୦୧୭ରେ ୪୫୦୦-୬୦୦ କୋଟି, ୨୦୧୮ରେ ୪୦୦୦-୭୦୦୦ କୋଟି ଓ ୨୦୧୯ରେ ୪୫୦୦-୬୦୦୦ କୋଟି ଟଙ୍କା ବାଣ ଫୁଟେଇବାରେ ଯାଇଛି। ୨୦୨୦ ଓ ୨୦୨୧ ମସିହାରେ କରୋନା ମହାମାରୀ ସକାଶେ ବେଶି ଖର୍ଚ୍ଚ ହୋଇ ନ ଥିଲା। ତଥାପି କରୋନା ସମୟରେ ଅତି କମ୍‌ରେ ୧୫୦୦କୋଟି ଟଙ୍କାର ବାଣ ଫୁଟିଥିଲା। ୨୦୨୨ରେ ଅନୂ୍ୟନ ପ୍ରାୟ ୬୦୦୦ କୋଟି, ୨୦୨୩ରେ ୮୦୦୦ କୋଟି ଓ ଗତବର୍ଷ ୫୦୦୦ କୋଟି ଟଙ୍କାର ବାଣ କାରବାର ହୋଇଛି। ଗୋଟିଏ ଭାରତୀୟ ପରିବାର ବାଣ ବାବଦରେ ହାରାହାରି ୫୦୦୦ ଟଙ୍କା ଖର୍ଚ୍ଚ କରିଥାଏ। କୋଟି କୋଟି ଟଙ୍କାର ବାଣ ଫୁଟିବା କଥା କହିଲେ, ଆମର ଚନ୍ଦ୍ରଯାନ କଥା ମନେପଡ଼େ। ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ସହାୟତାରେ ଭାରତ ୩ ଥର ଚନ୍ଦ୍ରକୁ ମହାକାଶଯାନ ପଠେଇ ସାରିଛି। ବୈଜ୍ଞାନିକମାନେ ପ୍ରଥମ ଅଭିଯାନରୁ ସଫଳତାର ସ୍ବାଦ ଚାଖିଥିଲେ ଓ ଦେଶର ଗୌରବ ବଢେଇଥିଲେ ଏବଂ ତୃତୀୟ ଅଭିଯାନର ସଫଳତା ଭାରତକୁ ଶ୍ରେଷ୍ଠ ଆସନରେ ବସେଇଥିଲା। କିନ୍ତୁ ଦିନେ ଭାରତକୁ ଗରିବ ବୋଲି କହି ଚନ୍ଦ୍ରଯାତ୍ରାକୁ ବିଭିନ୍ନ ମହଲରେ ଅଗ୍ରାହ୍ୟ କରାଯାଉଥିଲା। ହେଲେ ସେଇ ଦେଶରେ ଗୋଟିଏ ରାତିର ବାଣ ପୋଡିବା ବଜେଟ ଚନ୍ଦ୍ରଯାନ ପଠେଇବା ଖର୍ଚ୍ଚଠାରୁ ମଧ୍ୟ ଅଧିକ।
ଭାରତ ଅତି ଅଳ୍ପ ଖର୍ଚ୍ଚରେ ଚନ୍ଦ୍ରକୁ ମହାକାଶଯାନ ପଠେଇପାରେ। ୨୦୦୮ମସିହାରେ ଭାରତର ପ୍ରଥମ ଚନ୍ଦ୍ରଯାନ ସକାଶେ ଖର୍ଚ୍ଚ ହେଇଥିଲା ୩୮୬ କୋଟି ଟଙ୍କା।
ଏହା ଥିଲା ମୁଣ୍ଡପିଛା ୩ ଟଙ୍କା ୨୦ ପଇସା।  ୨୦୧୯ମସିହାରେ ଦ୍ୱିତୀୟ ଚନ୍ଦ୍ରଯାନ ପାଇଁ ଖର୍ଚ୍ଚ ଥିଲା ୯୭୮ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୭ ଟଙ୍କା ୧୦ ପଇସା। ୨୦୨୩ରେ ତୃତୀୟ ଚନ୍ଦ୍ରଯାନ ପାଇଁ ଖର୍ଚ୍ଚ ଥିଲା ୬୧୫ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୪ ଟଙ୍କା ୩୦ପଇସା। ଏତେ କମ୍‌ ଟଙ୍କାରେ ବି ଭାରତର ଚନ୍ଦ୍ରଯାତ୍ରା ମହାକାଶ ଗବେଷଣାରେ ବିପ୍ଳବ ସୃଷ୍ଟି କରିପାରିଛ। ଆଜି ଦେଶର ଅର୍ଥନୈତିକ ବିକାଶରେ ମହାକାଶ ଗବେଷଣା ସହାୟତା କରୁଛ। ଆମେ ମହାକାଶ ବିଜ୍ଞାନୀଙ୍କ ଉପରେ ବିଶ୍ୱାସ ନ କରିବା ପାଇଁ କେଇଟା ମାତ୍ର କାରଣ ଥାଇପାରେ, କିନ୍ତୁ ସେମାନଙ୍କ ଦକ୍ଷତା ଉପରେ ପୂରା ଭରସା କରିବା ପାଇଁ ଯଥେଷ୍ଟ କାରଣ ରହିଛି।
ଯଦି ଆମ ପିଲାମାନେ ରକେଟ୍‌ ବାଣ ଫୁଟେଇ ପରିବେଶକୁ ଦୂଷିତ ନ କରି ସେଇ ଟଙ୍କାରେ ବର୍ଷକୁ ଥରେ ମହାକାଶଯାନ ପଠେଇବା କାମରେ ସହାୟତା କରନ୍ତେ ତେବେ ଭାରତ ମହାକାଶ ଗବେଷଣାରେ ସାରା ପୃଥିବୀରେ ଅଧିକରୁ ଅଧିକ ଗୌରବ ଅର୍ଜନ କରିପାରନ୍ତା। ଏବେ ପିଲାମାନେ ଭାବନ୍ତୁ, ହାବେଳି ବାଣରେ ନିଆଁ ଲଗେଇ ପରିବେଶକୁ ନଷ୍ଟ କରିବେ ନା ଚନ୍ଦ୍ରକୁ ମହାକାଶଯାନ ପଠେଇବା ପାଇଁ ଅଗ୍ନି ସଂଯୋଗ କରିବେ।

ମୁଖ୍ୟ ପ୍ରାଧ୍ୟାପକ (ଫିଜିକ୍‌ସ୍‌), ବିଜ୍ଞାନ ଏକାଡେମୀ ସଦସ୍ୟ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ମୋ: ୯୪୩୯୫୦୧୬୫୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?