କଳିଙ୍ଗା ଘାଟି ଭୂସ୍ଖଳନ ଘଟଣା:ଦାରିଙ୍ଗବାଡିରୁ ଭୁବନେଶ୍ୱର ଯିବାକୁ ପଡୁଛି ଆଉ ୩୫କିମି ଅଧିକ ବାଟ

ଦାରିଙ୍ଗବାଡି, ୨୨।୯(ଅରୁଣ ସାହୁ):କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ଭୂସ୍ଖଳନ ଘଟଣା ପରେ ଜିଲାର ଦୁର୍ଗମ ଓ ଘାଟି ପାହାଡ଼ ଉପରେ ରହିଥିବା ଦାରିଙ୍ଗବାଡିବାସୀଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇଛି। ଯେଉଁ ଯାତ୍ରୀମାନେ ବସ ଉପରେ ନିର୍ଭର କରୁଛନ୍ତି। ସେମାନଙ୍କୁ ପୂର୍ବରୁ ୨୬୫ କିମି ବସରେ ଯାତ୍ରା କରିବାକୁ ପଡୁଥିଲା।ଏବେ ଆଉ ୩୫କିମି ବୁଲି ବୁଲି ଯିବାକୁ ପଡୁଛି।

ପ୍ରକାଶ ଯେ, ପୂର୍ବରୁ ଦାରିଙ୍ଗବାଡିରୁ କ. ନୂଆଗାଁ, ରାଇକିଆ, ଜି. ଉଦୟଗିରି,କଳିଙ୍ଗା ଦେଇ ଭଞ୍ଜନଗର ଦେଇ ଭୁବନେଶ୍ୱର ଯାଉଥିଲେ କିନ୍ତୁ ଏବେ ଦାରିଙ୍ଗବାଡିରୁ ବାହାରିଥିବା ବସ ଗୁଡିକ ଟିକାବାଲି ବ୍ଲକ ତେଙ୍ଗ ଛକ ଦେଇ ଚକାପାଦ, ଗଞ୍ଜାମ ବଦାଙ୍ଗି ଦେଇ ଭଞ୍ଜନଗର ବାହାରୁଛି ଫଳରେ ଯାତ୍ରୀ ମାନେ ଜରୁରୀ କାର୍ଯ୍ୟରେ ସ୍ବତନ୍ତ୍ର ଗାଡି ଭଡା ସୂତ୍ରରେ ନେଇ ଦାରିଙ୍ଗବାଡିରୁ ଗଞ୍ଜାମ ସୋରଡ଼ା, ଆସିକା ଦେଇ ବହୁ ଖର୍ଚ୍ଚାନ୍ତ ହୋଇ ଯାଉଥିବା ଜଣାପଡିଛି। ସେହିପରି ବସରେ ଯାତ୍ରୀ ସଂଖ୍ୟା ବହୁତ କମ ଯୋଗୁ ବହୁତ କ୍ଷତି ସହିବାକୁ ପଡୁଥିବା ବସ କଣ୍ଡକ୍ଟର ମନୋରଞ୍ଜନ ବାଡ଼ତିଆ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

ବାଙ୍କୀ-ଡମପଡ଼ା ବ୍ଲକରେ ଲାଗିଲା ୧୬୩ ଧାରା

ବାଙ୍କୀ,୧୧।୮: ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଏବଂ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

ଟ୍ରାଞ୍ଜିଷ୍ଟ ହାଉସ ଭାଙ୍ଗିବା ବେଳେ ଉତ୍ତେଜନା

ଭୁବନେଶ୍ୱର,୧୧।୮: ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା…

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ କଲେଜ ଛାତ୍ରୀ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ଭାପୁର,୧୧।୮ (ପ୍ରଭାତ ବରାଡ): ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri