ନିଶ୍ଚିହ୍ନ ଅବସ୍ଥାରେ କଳିଙ୍ଗ ଇଞ୍ଜିନିୟରିଂ

ପାରାଦୀପ,୨୯ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରାଞ୍ଚଳର ଅଠରବାଙ୍କିଠାରେ ହୋଇଥିବା ଘରୋଇ କମ୍ପାନୀ କଳିଙ୍ଗ ଇଞ୍ଜିନିୟରିଂ ଏବେ ନିଶ୍ଚିହ୍ନ ଅବସ୍ଥାରେ ପହଞ୍ଚିଯାଇଛି। କମ୍ପାନୀର କୋଠାକୁ ଭାଙ୍ଗିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୋଟିସ ଲଗାଯାଇଛି। ଏନେଇ କମ୍ପାନୀ ପରିସରରେ ଥିବା ୨ଟି ପରିବାରକୁ ଖାଲି କରିଦିଆଯାଇଛି। ଏହାପରେ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
୩ ଜାନୁୟାରୀ ୧୯୬୨ରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦର ଆରମ୍ଭ କରାଯାଇଥିଲା। ତେବେ ଆର୍ଥିକ ଦୁରବସ୍ଥା ଯୋଗୁ ୧୯୬୬ରେ କେନ୍ଦ୍ର ସରକାର ଏହି ବନ୍ଦରକୁ ନିଜ ଅଧୀନକୁ ନେଇ ବୃହତ୍‌ ବନ୍ଦର ଘୋଷଣା କରିଥିଲେ। ସେତେବେଳେ ବନ୍ଦରର ବିଭିନ୍ନ କାମ ପାଇଁ ସେପରି ଭିତ୍ତିଭୂମି ନ ଥିଲା। ଏସବୁ ଯାନ୍ତ୍ରିକ କାମ ପାଇଁ ବିଜୁ ବାବୁଙ୍କ ଭଣଜା ଅଜିତ ମହାପାତ୍ର କଳିଙ୍ଗ ଇଞ୍ଜିନିୟରିଂ କମ୍ପାନୀ ଆରମ୍ଭ କରିଥିଲେ। ୧୯୭୮ରେ ବନ୍ଦର ପ୍ରଶାସନ ପାଖରୁ ଅଠରବାଙ୍କି ଓଭରବ୍ରିଜ୍‌ ନିକଟରେ ୨ ଏକର ଜାଗା ନେଇ କମ୍ପାନୀକୁ ଆରମ୍ଭ କରାଯାଇଥିଲା ବୋଲି ଅବସରପ୍ରାପ୍ତ କର୍ମଚାରୀ ଶରତ ସାହୁ କୁହନ୍ତି। ୧୯୭୯ରୁ ଏହା ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇଥିଲା। ଏଠାରେ ୧୬୫ ଜଣ କର୍ମଚାରୀ ନିଯୁକ୍ତି ପାଇଥିଲେ। କମ୍ପାନୀ ପରିସରରେ ଷ୍ଟାଫ୍‌ କ୍ବାଟର୍ସ, ଗେଷ୍ଟ ହାଉସ, ମନ୍ଦିର ଆଦି ନିର୍ମାଣ କରାଯାଇଥିଲା। ପାରାଦୀପ ବନ୍ଦର ସମେତ ପିପିଏଲ କମ୍ପାନୀର ସମସ୍ତ ଯାନ୍ତ୍ରିକୀକରଣ କାମ ଏହି କଳିଙ୍ଗ ଇଞ୍ଜିନିୟରିଂ କରିଥିଲା। ୨୦୧୩ରେ ଅଜିତଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପ୍ରୀତି ମହାପାତ୍ର କମ୍ପାନୀକୁ କିଛିଦିନ ପାଇଁ ଚଳାଇଥିଲେ। ମାତ୍ର ସେବେଠାରୁ କମ୍ପାନୀର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା। ଶେଷରେ ଜୁନ୍‌ ୨୦୧୮ରେ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଚଳିତବର୍ଷ ପ୍ରୀତିଙ୍କର ଦେହାନ୍ତ ହୋଇଛି। ତାଙ୍କର ଏକମାତ୍ର ଉତ୍ତରାଧିକାରୀ ଝିଅ ବିବାହ ପରଠୁ ରୋଗାକ୍ରାନ୍ତ ଥିବାରୁ ସେ ଏଥିରେ ମୁଣ୍ଡ ପୂରେଇ ନାହାନ୍ତି।
ଅପରପକ୍ଷେ ବନ୍ଦରର ଜାଗା ଭଡ଼ା, ବିଦ୍ୟୁତ ଓ ପାଣି ବିଲ୍‌ ଆଦି ଦିଆଯାଇନାହିଁ। ଏସବୁର ବକେୟା ପ୍ରାୟ ୭ କୋଟି ଟଙ୍କା ହେଲାଣି। ଏଥିସହ ୩୦ ବର୍ଷିଆ ଅବଧି ଶେଷ ହେବା ପରେ ସାନି ଏଗ୍ରିମେଣ୍ଟ ହୋଇନାହିଁ। ଅନେକ କର୍ମଚାରୀଙ୍କ ଦରମା ଓ ଭତ୍ତା ଆଦି ବାକି ରହିଛି। ଏନେଇ କେତେଜଣ କର୍ମଚାରୀ ଲେବର କୋର୍ଟରେ ଅଭିଯୋଗ କରିଛନ୍ତି। ଏହାବାଦ୍‌ କଳିଙ୍ଗ ଇଞ୍ଜିନିୟରିଂ ପାଇଁ ଏକ ଘରୋଇ ଫାଇନାନ୍ସ କମ୍ପାନୀ ପୁଞ୍ଜି ନିବେଶ କରିଥିଲେ। ତାଙ୍କର ମଧ୍ୟ କୋଟିଏରୁ ଊଦ୍ଧର୍‌ବ ଟଙ୍କା ବାକି ରହିଛି। ଏଭଳି ଅନେକ ସମସ୍ୟା ଉକ୍ତ କମ୍ପାନୀରେ ରହିଛି। ଏହାଭିତରେ ଥିବା ବିଭିନ୍ନ ମେଶିନ ଇତିମଧ୍ୟରେ ଅଚଳ ହୋଇଗଲାଣି। ବହୁ ଲୁହା ଯନ୍ତ୍ରାଂଶ ଚୋରି ହୋଇଗଲାଣି। କମ୍ପାନୀ ପାଖକୁ ଲାଗି ବନ୍ଦରର ପ୍ଲଟ ରହିଛି। ଏନେଇ ବନ୍ଦର ପ୍ରଶାସନ ଏବେ ସେହି ଜାଗା ଓ ସମସ୍ତ ସାମଗ୍ରୀକୁ ନିଜ ଅଧୀନକୁ ନେବାପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି।
ଏ ସମ୍ପର୍କରେ ବନ୍ଦର ସମ୍ପଦ ବିଭାଗର ବରିଷ୍ଠ ସହକାରୀ ପରିଚାଳକ ବିଶ୍ବଜିତ୍‌ ମିଶ୍ର କୁହନ୍ତି, କଳିଙ୍ଗ ଇଞ୍ଜିନିୟରିଂ ପାଖରୁ ବକେୟା ଅର୍ଥ ମିଳିବାର ସମ୍ଭାବନା କ୍ଷୀଣ ଥିବାରୁ କମ୍ପାନୀର ସମ୍ପତ୍ତିକୁ ଜବତ କରିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri