ନିଶ୍ଚିହ୍ନ ଅବସ୍ଥାରେ କଳିଙ୍ଗ ଇଞ୍ଜିନିୟରିଂ

ପାରାଦୀପ,୨୯ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରାଞ୍ଚଳର ଅଠରବାଙ୍କିଠାରେ ହୋଇଥିବା ଘରୋଇ କମ୍ପାନୀ କଳିଙ୍ଗ ଇଞ୍ଜିନିୟରିଂ ଏବେ ନିଶ୍ଚିହ୍ନ ଅବସ୍ଥାରେ ପହଞ୍ଚିଯାଇଛି। କମ୍ପାନୀର କୋଠାକୁ ଭାଙ୍ଗିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୋଟିସ ଲଗାଯାଇଛି। ଏନେଇ କମ୍ପାନୀ ପରିସରରେ ଥିବା ୨ଟି ପରିବାରକୁ ଖାଲି କରିଦିଆଯାଇଛି। ଏହାପରେ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
୩ ଜାନୁୟାରୀ ୧୯୬୨ରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦର ଆରମ୍ଭ କରାଯାଇଥିଲା। ତେବେ ଆର୍ଥିକ ଦୁରବସ୍ଥା ଯୋଗୁ ୧୯୬୬ରେ କେନ୍ଦ୍ର ସରକାର ଏହି ବନ୍ଦରକୁ ନିଜ ଅଧୀନକୁ ନେଇ ବୃହତ୍‌ ବନ୍ଦର ଘୋଷଣା କରିଥିଲେ। ସେତେବେଳେ ବନ୍ଦରର ବିଭିନ୍ନ କାମ ପାଇଁ ସେପରି ଭିତ୍ତିଭୂମି ନ ଥିଲା। ଏସବୁ ଯାନ୍ତ୍ରିକ କାମ ପାଇଁ ବିଜୁ ବାବୁଙ୍କ ଭଣଜା ଅଜିତ ମହାପାତ୍ର କଳିଙ୍ଗ ଇଞ୍ଜିନିୟରିଂ କମ୍ପାନୀ ଆରମ୍ଭ କରିଥିଲେ। ୧୯୭୮ରେ ବନ୍ଦର ପ୍ରଶାସନ ପାଖରୁ ଅଠରବାଙ୍କି ଓଭରବ୍ରିଜ୍‌ ନିକଟରେ ୨ ଏକର ଜାଗା ନେଇ କମ୍ପାନୀକୁ ଆରମ୍ଭ କରାଯାଇଥିଲା ବୋଲି ଅବସରପ୍ରାପ୍ତ କର୍ମଚାରୀ ଶରତ ସାହୁ କୁହନ୍ତି। ୧୯୭୯ରୁ ଏହା ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇଥିଲା। ଏଠାରେ ୧୬୫ ଜଣ କର୍ମଚାରୀ ନିଯୁକ୍ତି ପାଇଥିଲେ। କମ୍ପାନୀ ପରିସରରେ ଷ୍ଟାଫ୍‌ କ୍ବାଟର୍ସ, ଗେଷ୍ଟ ହାଉସ, ମନ୍ଦିର ଆଦି ନିର୍ମାଣ କରାଯାଇଥିଲା। ପାରାଦୀପ ବନ୍ଦର ସମେତ ପିପିଏଲ କମ୍ପାନୀର ସମସ୍ତ ଯାନ୍ତ୍ରିକୀକରଣ କାମ ଏହି କଳିଙ୍ଗ ଇଞ୍ଜିନିୟରିଂ କରିଥିଲା। ୨୦୧୩ରେ ଅଜିତଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପ୍ରୀତି ମହାପାତ୍ର କମ୍ପାନୀକୁ କିଛିଦିନ ପାଇଁ ଚଳାଇଥିଲେ। ମାତ୍ର ସେବେଠାରୁ କମ୍ପାନୀର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା। ଶେଷରେ ଜୁନ୍‌ ୨୦୧୮ରେ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଚଳିତବର୍ଷ ପ୍ରୀତିଙ୍କର ଦେହାନ୍ତ ହୋଇଛି। ତାଙ୍କର ଏକମାତ୍ର ଉତ୍ତରାଧିକାରୀ ଝିଅ ବିବାହ ପରଠୁ ରୋଗାକ୍ରାନ୍ତ ଥିବାରୁ ସେ ଏଥିରେ ମୁଣ୍ଡ ପୂରେଇ ନାହାନ୍ତି।
ଅପରପକ୍ଷେ ବନ୍ଦରର ଜାଗା ଭଡ଼ା, ବିଦ୍ୟୁତ ଓ ପାଣି ବିଲ୍‌ ଆଦି ଦିଆଯାଇନାହିଁ। ଏସବୁର ବକେୟା ପ୍ରାୟ ୭ କୋଟି ଟଙ୍କା ହେଲାଣି। ଏଥିସହ ୩୦ ବର୍ଷିଆ ଅବଧି ଶେଷ ହେବା ପରେ ସାନି ଏଗ୍ରିମେଣ୍ଟ ହୋଇନାହିଁ। ଅନେକ କର୍ମଚାରୀଙ୍କ ଦରମା ଓ ଭତ୍ତା ଆଦି ବାକି ରହିଛି। ଏନେଇ କେତେଜଣ କର୍ମଚାରୀ ଲେବର କୋର୍ଟରେ ଅଭିଯୋଗ କରିଛନ୍ତି। ଏହାବାଦ୍‌ କଳିଙ୍ଗ ଇଞ୍ଜିନିୟରିଂ ପାଇଁ ଏକ ଘରୋଇ ଫାଇନାନ୍ସ କମ୍ପାନୀ ପୁଞ୍ଜି ନିବେଶ କରିଥିଲେ। ତାଙ୍କର ମଧ୍ୟ କୋଟିଏରୁ ଊଦ୍ଧର୍‌ବ ଟଙ୍କା ବାକି ରହିଛି। ଏଭଳି ଅନେକ ସମସ୍ୟା ଉକ୍ତ କମ୍ପାନୀରେ ରହିଛି। ଏହାଭିତରେ ଥିବା ବିଭିନ୍ନ ମେଶିନ ଇତିମଧ୍ୟରେ ଅଚଳ ହୋଇଗଲାଣି। ବହୁ ଲୁହା ଯନ୍ତ୍ରାଂଶ ଚୋରି ହୋଇଗଲାଣି। କମ୍ପାନୀ ପାଖକୁ ଲାଗି ବନ୍ଦରର ପ୍ଲଟ ରହିଛି। ଏନେଇ ବନ୍ଦର ପ୍ରଶାସନ ଏବେ ସେହି ଜାଗା ଓ ସମସ୍ତ ସାମଗ୍ରୀକୁ ନିଜ ଅଧୀନକୁ ନେବାପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି।
ଏ ସମ୍ପର୍କରେ ବନ୍ଦର ସମ୍ପଦ ବିଭାଗର ବରିଷ୍ଠ ସହକାରୀ ପରିଚାଳକ ବିଶ୍ବଜିତ୍‌ ମିଶ୍ର କୁହନ୍ତି, କଳିଙ୍ଗ ଇଞ୍ଜିନିୟରିଂ ପାଖରୁ ବକେୟା ଅର୍ଥ ମିଳିବାର ସମ୍ଭାବନା କ୍ଷୀଣ ଥିବାରୁ କମ୍ପାନୀର ସମ୍ପତ୍ତିକୁ ଜବତ କରିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri