ନବମୀରେ କାଳିକା ନୃତ୍ୟ, ଦଶମୀରେ ଦହି ପଖାଳ

ଜଗତ୍‌ସିଂହପୁର ଅଫିସ, ୨୩ା୯: ପାଖେଇ ଆସୁଛି ଦୁର୍ଗା ପୂଜା। ଏ ନେଇ ଜଗତ୍‌ସିଂହପୁର ସହରରେ ପାର୍ବଣର ମାହୋଲ ଅନୁଭବ ହେଲାଣି । ବିଭିନ୍ନ ପୂଜା କମିଟି ଓ କ୍ଲବ ପକ୍ଷରୁ ପୂଜା କିପରି ଅଧିକ ଆକର୍ଷଣୀୟ ହୋଇପାରିବ, ସେନେଇ ତତ୍ପରତା ପ୍ରକାଶ ପାଇଛି। ବିଶେଷକରି ମୂର୍ତ୍ତି ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ବିଗତବର୍ଷଗୁଡିକ ପରି ଚଳିତବର୍ଷ ମଧ୍ୟ ମେଢ, ଆଲୋକ ସାଜସଜ୍ଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦିଆଯାଉଛି। ଏ ବର୍ଷ ଜଗତ୍‌ସିଂହପୁରର ମା’ ପୂର୍ଣ୍ଣମାସୀ ପୂଜା କମିଟି ପକ୍ଷରୁ ପୂର୍ବବର୍ଷ ପରି ମହିଷାସୁର ବଧ କରାଯିବ। ଗତଥର ମେଢ଼ରେ ମହିଷାସୁରଙ୍କୁ ମା’ପାଦରେ ଦଳି ନିଧନ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥର ମା’ଉଡି କରି ବଧ କରୁଥିବା ଦେଖିବାକୁ ମିଳିବ। ମୁଖ୍ୟତଃ ନବମୀରେ କାଳିକା ନୃତ୍ୟ ଓ ଦଶମୀରେ ଦହି ପଖାଳ ପ୍ରସାଦ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ଏଥିସହ ଭସାଣି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟର ଅନେକ ସ୍ଥାନରେ ଦୁର୍ଗା ପୂଜା ଶୈବ ଉପାସନାରେ ହୁଏ। କିନ୍ତୁ ପୂର୍ଣ୍ଣମାସୀ ପୂଜା କମିଟି ପକ୍ଷରୁ ଦୁର୍ଗାମାଧବ ଉପାସନାରେ ପୂଜା ହେଉଛି, ଯାହାକି ସ୍ବତନ୍ତ୍ର। କମିଟି ପକ୍ଷରୁ ଏଥରକୁ ମିଶାଇ ଏହି ପୂଜା ୧୬ ବର୍ଷରେ ପହଞ୍ଚତ୍ବ। ଏଥିମଧ୍ୟରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର କଟକରୁ କାରିଗର ଆସି ମା’ଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି। ଏ ବର୍ଷ ମହିଷାସୁର ବଧ ଦେଖିବାକୁ ବିଗତବର୍ଷ ପରି ଭିଡ ରହିବ ବୋଲି ଆଶା କରାଯାଉଛି। ଏଥିସହ ପେଚା ଉପରେ ଲକ୍ଷ୍ମୀ, ହଂସ ଉପରେ ସରସ୍ବତୀ, ମୟୂର ଉପରେ କାର୍ତ୍ତିକ ଏବଂ ମୂଷା ଉପରେ ଗଣେଶଙ୍କ ଅବସ୍ଥାନ ଦେଖିବାକୁ ମିଳିବ। ମେଢ଼ ମଧ୍ୟ ସୁନ୍ଦର ଓ ସୁଉଚ୍ଚ କରାଯାଇଛି। ଏଥିସହ ବିଭିନ୍ନ ପ୍ରକାର ବାଦ୍ୟରୋଳ ଓ ଆଲୋକ ସଜ୍ଜାରେ ମଣ୍ଡପ ଶୋଭା ପାଇବ। ପ୍ରତ୍ୟେକ ଦିନ ମା’ଙ୍କ ସୂର୍ଯ୍ୟପୂଜା, ଷୋଡ଼ଶ ଉପଚାର ପୂଜା, ଚଣ୍ଡିପାଠ, ପ୍ରାତଃ ଆଳତି, ଅନ୍ନ ନୀତି, ଓ ଅପରାହ୍ନରେ ସନ୍ଧ୍ୟା ଆଳତି ଏବଂ ଅନ୍ୟାନ୍ୟ ରୀତିନୀତି କରାଯିବ। ମହାଷ୍ଟମୀରେ ସନ୍ଧିପୂଜା ଓ ବଳି ଦିଆଯିବ। ନବମୀରେ ମା’ଙ୍କ କାଳିକା ନୃତ୍ୟ ଅନୁଷ୍ଠିତ ହେବ। ଦଶମୀରେ ମା’ଙ୍କ ଅପରାଜିତା ପୂଜା ବିଶେଷ ଆକର୍ଷଣ ସୃଷ୍ଟି କରିବ। ଦହିପଖାଳ ଭୋଗ ଲାଗି କରାଯିବା ପରେ ମା’ଙ୍କ ଘଟ ବିସର୍ଜନ ହେବ। ବିଜୟା ଦଶମୀ ଦିନ ମା’ଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କୁ ଦହି ପଖାଳ ଦିଆଯିବ। ୨ ବର୍ଷ ହେବ କୋଭିଡ୍‌ କଟକଣା ପାଇଁ ଭସାଣି ଉତ୍ସବ ହୋଇପାରି ନ ଥିଲା।

ମା’ଙ୍କ କୃପାରୁ ଶାନ୍ତିଶୃଙ୍ଖଳାର ସହ ଭକ୍ତିମୟ ପରିବେଶରେ ପ୍ରତିବର୍ଷ ଏହି ପୂଜା ହୋଇଆସୁଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଙ୍କ ଏଥିରେ ସହଯୋଗ ରହିଛି। ବିଶେଷକରି ସାନବଜାରର ପାଖାପାଖି ୪୫୦ ବ୍ୟବସାୟୀ ଓ ଦେଉଳୀ ଗ୍ରାମେଶ୍ୱର ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ ଯୋଗୁ ପ୍ରତିବର୍ଷ ପୂଜା ଭଲ ଭାବେ ହୋଇପାରୁଛି। ଆଶା ଏ ବର୍ଷ ମଧ୍ୟ ପୂଜା ଭଲରେ ହେବ।
– ରାଜକିଶୋର ଖଟୁଆ, ସଭାପତି

ପୁରୀ ଜିଲା ଅନ୍ତର୍ଗତ ଶାନ୍ତିଆନନ୍ଦା ଆଶ୍ରମର ଅଧିଷ୍ଠାତ୍ରୀ ଦେବୀ ମା’ପୂର୍ଣ୍ଣମାସୀ ଜଗତ୍‌ସିଂହପୁର ବସ୍‌ଷ୍ଟାଣ୍ଡରେ ପୂଜା ପାଇ ଆସୁଛନ୍ତି। ମା’ଙ୍କ ପୂଜାପାଠ ଆଦି କାର୍ଯ୍ୟକ୍ରମ କମିଟି କରି ଆସୁଛି। ନବମୀରେ କାଳିକା ନୃତ୍ୟ ଓ ଦଶହରା ଦିନ ମା’ଙ୍କ ଦହି ପଖାଳ ପାଇଁ ଭକ୍ତଙ୍କ ଭିଡ ଜମିଥାଏ।
-ପ୍ରଫୁଲ୍ଲ କୁମାର ଦୁବେ, ସମ୍ପାଦକ

ସୁନା, ଚାନ୍ଦିର ଅଳଙ୍କାର ନ ଥିଲେ ମଧ୍ୟ ଭକ୍ତି ଭାବରେ ମା’ଙ୍କ ପୂଜାର୍ଚ୍ଚନା କରାଯାଏ। ପୂଜାରେ ଯେମିତି କିଛି ତ୍ରୁଟି ନ ଘଟୁ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଏ। ମା’ଙ୍କ ପାଖରେ ପ୍ରାର୍ଥନା ଏ ବର୍ଷ ମଧ୍ୟ ସୁଖ ଓ ଶାନ୍ତିରେ ପୂଜା ଅନୁଷ୍ଠିତ ହେଉ।
-ମନୋଜ ମହାନ୍ତି, କାର୍ଯ୍ୟକାରୀ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri