୫୪ ବର୍ଷରେ ମଝିପଡ଼ା କାଳୀପୂଜା: ହିନ୍ଦୁ ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦିଏ

ସୋନପୁର,୨୪।୧୦(ନି.ପ୍ର.): ସୁବର୍ଣ୍ଣପୁର ସହର ମଝିପଡାରେ ୫୪ତମ ସାର୍ବଜନୀନ କାଳୀପୂଜା ୨୪ ତାରିଖ ସୋମବାର ରାତିରୁ ଆରମ୍ଭ ହେବ। ରାମଧୂନ କ୍ଲବ ମଝିପଡା ପକ୍ଷରୁ ଏହି ପୂଜା ମହୋତ୍ସବ ମହା ସମାରୋହରେ ଆୟୋଜିତ ହେବ ବୋଲି ପୂଜା କମିଟି ପକ୍ଷରୁ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ନିରାଡମ୍ବର ଭାବେ ପୂଜା ଆୟୋଜନ ହୋଇଥିଲା। ତେଣୁ ଚଳିତ ବର୍ଷ କାଳୀପୂଜା ମହୋତ୍ସବ ଆଡମ୍ବର ସହକାରେ ପାଳନ ହେଉଛି। ପୂଜାରେ ସାଜସଜ୍ଜା, ଆଲୋକ ସଜ୍ଜା, ରକ୍ତଦାନ ଶିବିର, ଦଣ୍ଡନୃତ୍ୟ, ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ, ନୃତ୍ୟ ପ୍ରତିଯୋଗିତା, ସମ୍ବଲପୁରୀ ଲୋକନୃତ୍ୟ ଏବଂ ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୧ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। ପୂଜା ମଣ୍ଡପ ଓ ପଡାର ସମସ୍ତ ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ୩୧ ତରିଖରେ ଶହୀଦ ପ୍ରତାପ କୁମାର ନାଏକଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ।
୫୪ ବର୍ଷ ପୂର୍ବରୁ ପଡାର ହିନ୍ଦୁ ଓ ମୁସଲିମ୍‌ ସମ୍ପ୍ରଦାୟର ଲୋକ ମିଳିତ ହୋଇ କାଳୀପୂଜା ଆରମ୍ଭ କରିଥିଲେ। ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଏହି ପୂଜା କମିଟିର କର୍ମମର୍ତ୍ତା ଓ ସଭ୍ୟ ରହି ଆସୁଛନ୍ତି। ଏହି ପଡାରେ ପ୍ରାୟ ୮୦ ମୁସଲିମ ପରିବାର ବସବାସ କରୁଛନ୍ତି। ପୂଜାରେ ସର୍ବଧର୍ମ ସମନ୍ବୟ ଓ ହିନ୍ଦୁ-ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ମା’ କାଳୀଙ୍କ ମୃଣ୍ମୟୀ ମୃର୍ତ୍ତି ବେଶ ଆକର୍ଷଣୀୟ ହୋଇଛି। ପୂଜା ଉପଲକ୍ଷେ ହାତୀଶାଳ କଲ୍ୟାଣ ମଣ୍ଡପରେ ରବିବାର ଠାରୁ ମୀନାବଜାର ଖୋଲିଛି। ଛୋଟ ପିଲା ମାନେ ମୀନାବଜାରର ବେଶ ମଜା ନେଉଛନ୍ତି। କମିଟି ଉପଦେଷ୍ଟା ତଥା ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାମଧୂନ କ୍ଲବର ସମ୍ପାଦକ ବିକାଶ ପଣ୍ଡା ସଂଯୋଜନା କରିଥିଲେ। କ୍ଲବ ସମ୍ପାଦକ ପୀୟୁଷ କୁମାର ପଣ୍ଡା, ପୂଜା କମିଟି ସଭାପତି ସୁରଜ ସାହୁ, ସମ୍ପାଦକ ପୂରନ ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁ, କମିଟିର ଉପଦେଷ୍ଟା ଲଡୁକିଶୋର ମଲ୍ଲିକ, ବରିଷ୍ଠ ସଭ୍ୟ ହରିନାରାୟଣ ସାହୁ, ଶେଷଦେବ ମେହେର, ମାଧବ ଦାସ, ଜଗତବନ୍ଧୁ ତ୍ରିପାଠୀ, ଭକ୍ତିରଞ୍ଜନ ଦଳେଇ, ଜାଭେଦ ଖାନ, ରାଜ ମହମ୍ମଦ, ଅରବାଜ ଖାନ ଓ ମନୋରଞ୍ଜନ ତ୍ରିପାଠୀ ସମ୍ମିଳନୀରେ ଉପସ୍ଥିତ ରହି ପୂଜା, ରକ୍ତଦାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନଭେମ୍ବର ୮ତାରିଖରେ ଭସାଣୀ ଶୋଭାଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri