୫୪ ବର୍ଷରେ ମଝିପଡ଼ା କାଳୀପୂଜା: ହିନ୍ଦୁ ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦିଏ

ସୋନପୁର,୨୪।୧୦(ନି.ପ୍ର.): ସୁବର୍ଣ୍ଣପୁର ସହର ମଝିପଡାରେ ୫୪ତମ ସାର୍ବଜନୀନ କାଳୀପୂଜା ୨୪ ତାରିଖ ସୋମବାର ରାତିରୁ ଆରମ୍ଭ ହେବ। ରାମଧୂନ କ୍ଲବ ମଝିପଡା ପକ୍ଷରୁ ଏହି ପୂଜା ମହୋତ୍ସବ ମହା ସମାରୋହରେ ଆୟୋଜିତ ହେବ ବୋଲି ପୂଜା କମିଟି ପକ୍ଷରୁ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ନିରାଡମ୍ବର ଭାବେ ପୂଜା ଆୟୋଜନ ହୋଇଥିଲା। ତେଣୁ ଚଳିତ ବର୍ଷ କାଳୀପୂଜା ମହୋତ୍ସବ ଆଡମ୍ବର ସହକାରେ ପାଳନ ହେଉଛି। ପୂଜାରେ ସାଜସଜ୍ଜା, ଆଲୋକ ସଜ୍ଜା, ରକ୍ତଦାନ ଶିବିର, ଦଣ୍ଡନୃତ୍ୟ, ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ, ନୃତ୍ୟ ପ୍ରତିଯୋଗିତା, ସମ୍ବଲପୁରୀ ଲୋକନୃତ୍ୟ ଏବଂ ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୧ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। ପୂଜା ମଣ୍ଡପ ଓ ପଡାର ସମସ୍ତ ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ୩୧ ତରିଖରେ ଶହୀଦ ପ୍ରତାପ କୁମାର ନାଏକଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ।
୫୪ ବର୍ଷ ପୂର୍ବରୁ ପଡାର ହିନ୍ଦୁ ଓ ମୁସଲିମ୍‌ ସମ୍ପ୍ରଦାୟର ଲୋକ ମିଳିତ ହୋଇ କାଳୀପୂଜା ଆରମ୍ଭ କରିଥିଲେ। ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଏହି ପୂଜା କମିଟିର କର୍ମମର୍ତ୍ତା ଓ ସଭ୍ୟ ରହି ଆସୁଛନ୍ତି। ଏହି ପଡାରେ ପ୍ରାୟ ୮୦ ମୁସଲିମ ପରିବାର ବସବାସ କରୁଛନ୍ତି। ପୂଜାରେ ସର୍ବଧର୍ମ ସମନ୍ବୟ ଓ ହିନ୍ଦୁ-ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ମା’ କାଳୀଙ୍କ ମୃଣ୍ମୟୀ ମୃର୍ତ୍ତି ବେଶ ଆକର୍ଷଣୀୟ ହୋଇଛି। ପୂଜା ଉପଲକ୍ଷେ ହାତୀଶାଳ କଲ୍ୟାଣ ମଣ୍ଡପରେ ରବିବାର ଠାରୁ ମୀନାବଜାର ଖୋଲିଛି। ଛୋଟ ପିଲା ମାନେ ମୀନାବଜାରର ବେଶ ମଜା ନେଉଛନ୍ତି। କମିଟି ଉପଦେଷ୍ଟା ତଥା ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାମଧୂନ କ୍ଲବର ସମ୍ପାଦକ ବିକାଶ ପଣ୍ଡା ସଂଯୋଜନା କରିଥିଲେ। କ୍ଲବ ସମ୍ପାଦକ ପୀୟୁଷ କୁମାର ପଣ୍ଡା, ପୂଜା କମିଟି ସଭାପତି ସୁରଜ ସାହୁ, ସମ୍ପାଦକ ପୂରନ ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁ, କମିଟିର ଉପଦେଷ୍ଟା ଲଡୁକିଶୋର ମଲ୍ଲିକ, ବରିଷ୍ଠ ସଭ୍ୟ ହରିନାରାୟଣ ସାହୁ, ଶେଷଦେବ ମେହେର, ମାଧବ ଦାସ, ଜଗତବନ୍ଧୁ ତ୍ରିପାଠୀ, ଭକ୍ତିରଞ୍ଜନ ଦଳେଇ, ଜାଭେଦ ଖାନ, ରାଜ ମହମ୍ମଦ, ଅରବାଜ ଖାନ ଓ ମନୋରଞ୍ଜନ ତ୍ରିପାଠୀ ସମ୍ମିଳନୀରେ ଉପସ୍ଥିତ ରହି ପୂଜା, ରକ୍ତଦାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନଭେମ୍ବର ୮ତାରିଖରେ ଭସାଣୀ ଶୋଭାଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri