ବାର୍‌ହା ଫାଶରେ ପଡ଼ି କଲରାପତରିଆ ମୃତ

ଢେଙ୍କାନାଳ ଅଫିସ୍‌/ସାତମାଇଲ/ହିନ୍ଦୋଳ(ଡି.ଏନ୍‌.ଏ.), ୨୧ା୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ଅନ୍ତର୍ଗତ କର୍ଣ୍ଣପୁର ବିଟ୍‌ ହାଉସ୍‌ର କୋଇ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ କରାଯାଇଛି। ଶିକାରୀ ବିଛାଇଥିବା ବାର୍‌ହା ଫାଶରେ ପଡ଼ି ବାଘଟିର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉକ୍ତ କଲରାପତରିଆର ଆନୁମାନିକ ବୟସ ୩ରୁ ୪ବର୍ଷ ମଧ୍ୟରେ ହୋଇଥିବା ବେଳେ ପ୍ରାୟ ୩ଦିନ ତଳେ ଏହାର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ପାଇ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି। ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ତନାଘନା କରିଛନ୍ତି।
ଅନ୍ୟପଟେ ଏହାକୁ ନେଇ କର୍ଣ୍ଣପୁର ଗ୍ରାମବାସୀଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇଛି। ଗତ ଗୁରୁବାର ବାଘ ମୃତଦେହ ଠାବ କରାଯାଇଛି। ତେବେ ବନ କର୍ମଚାରୀ କିଛି ନ ବୁଝି ଗ୍ରାମର ୩ଜଣଙ୍କୁ ଜବରଦସ୍ତ ଉଠାଇ ନେଇଛନ୍ତି। ସେମାନଙ୍କୁ ତୁରନ୍ତ ଖଲାସ କରିବା ଦାବିରେ କର୍ଣ୍ଣପୁର ବିଟ୍‌ ହାଉସ୍‌ ସମ୍ମୁଖରେ ହିନ୍ଦୋଳ-ଅନୁଗୋଳ ରାସ୍ତାକୁ ଗ୍ରାମବାସୀ ଅବରୋଧ କରିଥିଲେ। ଫଳରେ ଶୁକ୍ରବାର ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଡିଏସ୍‌ପି ଅଞ୍ଜନା ଟୁଡୁ ଏବଂ ହିନ୍ଦୋଳ ଥାନାଧିକାରୀ ପହଞ୍ଚତ୍ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା।
ହିନ୍ଦୋଳ ବନାଞ୍ଚଳରେ କଲରାପତରିଆ ବାଘବଂଶ ବୃଦ୍ଧି ପାଉଛି। ଏହାକୁ ନେଇ ବନ ବିଭାଗ ଉତ୍ସାହିତ ଥିବାବେଳେ ଶିକାରୀ ଫାଶରେ ବାଘମୃତ୍ୟୁ ଚିନ୍ତା ବଢ଼ାଇଛି। ପାଟ୍ରୋଲିଂ ଦାୟିତ୍ୱରେ ଥିବା କର୍ମଚାରୀମାନେ ଠିକ୍‌ ଭାବେ ଦାୟିତ୍ୱ ତୁଲାଉ ନ ଥିବାରୁ ଏଭଳି ଘଟଣା ଘଟିଥିବା ଆଲୋଚନା ହେଉଛି। ବାଘ ବିଚରଣ କରୁଥିବା କୋର୍‌ ଅଞ୍ଚଳରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବାକୁ ପରିବେଶପ୍ରେମୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିନେମାଟୋଗ୍ରାଫର ଗାଗାରିନ୍‌ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଓଡ଼ିଶା ଜନ୍ମିତ ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ବୁଧବାର ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ...

ଅନ୍ଧାରୀ ଛକ-ସାହାଡ଼ାକୋଳି ରାସ୍ତା ନିର୍ମାଣରେ ଦୁର୍ନୀତି

କୋରେଇ,୧୭।୩(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୩ଟି ରାସ୍ତାର ମରାମତି ଓ ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଛି। ଏଥିମଧ୍ୟରୁ ଏନ୍‌ଏଚ ୨୧୫ ଅନ୍ଧାରୀ ଛକ...

ଜେଲରେ ଅନଶନ, ୧୦ ଅସୁସ୍ଥ

ତାଳଚେର, ୮ା୧୨(ନି.ପ୍ର.)- ଖଣି ବନ୍ଦ ଆନ୍ଦୋଳନ ଯୋଗୁ ଗତ ୫ରେ କଲିୟାରୀ ପୋଲିସ ଡଅଁରା ଗ୍ରାମର ୧୯ ଜଣଙ୍କୁ ଗିରଫ କରିଥିଲା। ପୋଲିସର ଏହି ଗିରଫଦାରୀକୁ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଆଶିଷ

ବାଲୁଗାଁ, ୧୦।୩(ଡି.ଏନ୍‌.ଏ.): ବୟସ ମାତ୍ର ୫ବର୍ଷ। ହେଲେ ଏହି ବୟସରେ ପ୍ରଖର ସ୍ମରଣଶକ୍ତିର ଅଧିକାରୀ ହୋଇପାରିଛନ୍ତି ଖୋର୍ଦ୍ଧା ଜିଲାର ବିସ୍ମୟ ବାଳକ ଆଶିଷ କୁମାର ରଣସିଂହ।...

ରାସ୍ତାରେ ବାଘଛୁଆ, ଭିଡିଓ ଭାଇରାଲ

ଚୌଦ୍ୱାର,୨୭।୧୧(ଡି.ଏନ୍‌.ଏ.): କଟକ ବନଖଣ୍ଡ ଅଧୀନ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜର ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଫାର୍ମହାଉସ ରାସ୍ତାରେ ୨ଟି ବାଘଛୁଆ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ...

ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ

ଭଣ୍ଡାରିପୋଖରୀ,୧୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତ ମଣିନାଥପୁରସ୍ଥିତ ବୈତରଣୀ ନଦୀ ଘାଟରୁ ନିୟମିତ ବାଲି ଚୋରା ଚାଲାଣ ନେଇ ବିଭିନ୍ନ ସମୟରେ...

ବିବାଦ ପଛରେ ପଥରଖଣି

ଢେଙ୍କାନାଳ ଅଫିସ, ୭।୧: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନୂଆ ଓଡ଼ାପଡ଼ାର କ୍ରଶର ମାଲିକ ଯୁବରଞ୍ଜନ ପଣ୍ଡା ଓରଫ ରାଜାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ମାମଲାରେ...

ରାଜ୍ୟରେ ସଂକ୍ରମଣ ସ୍ଥିର ଅଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଏବେ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ୍‌ ଆସିଛି । ଯାହା ଆମ ପାଇଁ...

Advertisement
Archives

Model This Week