କଲଣ ବଜାର ମୁଖ୍ୟ ରାସ୍ତା ତାଡ଼ି ଦେଲେ

ରସୁଲପୁର,୧୫ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ବଜାର ମୁଖ୍ୟରାସ୍ତା ପିଚୁକୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀର ଠିକାଦର ତାଡ଼ି ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଉପରିସ୍ଥ ଖାଲ ଦୀର୍ଘଦିନ ଧରି ମରାମତି କରାଯାଉ ନ ଥିବାରୁ ଯାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି। ପାନୀୟ ଜଳ ଯୋଗାଣ ଆଳରେ ଲୋକଙ୍କ ଧନଜୀବନ ବିପନ୍ନ ହୋଇପଡୁଛି। ଏହି କ୍ଷତିକୁ ଭରଣା କରାଯାଉନାହିଁ, ଯାହାକୁ ନେଇ ଜନସାଧାରଣ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ତେଣୁ ଶ୍ରୀଘ୍ର ଏହାର ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶଯୋଗ୍ୟ, ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପ୍ରତ୍ୟେକ ଘରକୁ ପିଇବା ପାଣି ଯୋଗାଇ ଦିଆଯିବ। ଏହିକ୍ରମରେ କମ୍ପାନୀ ପକ୍ଷରୁ ରସୁଲପୁର ବ୍ଲକକୁ ଗୋଟିଏ ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ଜୋନ୍‌ ଅଧୀନରେ ରସୁଲପୁର ବ୍ଲକର ୨୮ ପଞ୍ଚାୟତ ଓ ଯାଜପୁର ବ୍ଲକ୍‌କୁ ସାମିଲ କରାଯାଇଛି। ଏହି ବ୍ଲକ ଅଧୀନରେ ୩୪ଟିକୁ ମିଶାଇ ମୋଟ୍‌ ୪୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ପ୍ରତି ପ୍ରକଳ୍ପ ଅଧୀନରେ ଗୋଟିଏ ଲେଖାଏ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯାଉଛି। ଏହି ଟାଙ୍କିରୁ ଏକାଧିକ ଗ୍ରାମର ଜନବସତିକୁ ପିଇବା ପାଣି ମିଳିବ। ତେବେ ପାନୀୟ ଜଳ ଯୋଗାଣକୁ ଆଧାରକରି କମ୍ପାନୀ ପକ୍ଷରୁ ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଟାଙ୍କି ସ୍ଥାପନ ବେଳେ ଜମିଜମା ସମ୍ପର୍କିତ ତଥ୍ୟ ହାସଲ ହେଉ ଅବା ପାଇପ୍‌ ବିଛାଇବା ବେଳେ ବିଭିନ୍ନ ବିଭାଗ ଅଧୀନସ୍ଥ ରାସ୍ତା, ନଦୀବନ୍ଧ, ଗ୍ରାମ୍ୟ ରାସ୍ତା ଆଦିକୁ ବିନା ଅନୁମତିରେ ମନଇଚ୍ଛା ତାଡ଼ି ଦିଆଯାଉଉଛି। ଏନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ପୂର୍ବ ଅନୁମତି ଗ୍ରହଣ କରାଯାଉ ନାହିଁ। ପାଇପ୍‌ ଲାଇନ ବିଛାଇବା ଓ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ମାନକୁ ଜଗିବା ଦାୟିତ୍ୱ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଭାବ ଯୋଗୁ କମ୍ପାନୀ ପକ୍ଷରୁ ମନଇଚ୍ଛା କାର୍ଯ୍ୟ କରାଯାଉଛି। ରାସ୍ତା ତାଡ଼ିବାକୁ ମାସାଧିକକାଳ ବିତି ଯାଉଥିବା ସତ୍ତ୍ୱେ ମରାମତି କରାଯାଉ ନାହିଁ। ଗାଁ ରାସ୍ତାରେ ହୋଇଥିବା ଖାଲଖମାରେ ପାଣିଜମି ରାସ୍ତା ଅପରିସ୍କାର ହେଉଛି। ଗାଡ଼ିମୋଟର ଯାତାୟାତ ଯୋଗୁ ରାସ୍ତା ଅଧିକ ଖରାପ ହେଉଛି। ଏନେଇ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପାଇପ୍‌ ବିଛାଇବା ବେଳେ ରାସ୍ତାରେ ଉପୁଜୁଥିବା କ୍ଷତିକୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଭରଣା କରାଯିବ ବୋଲି କୁହାଯାଉଛି। ଏନେଇ କମ୍ପାନୀର କ୍ଷେତ୍ର ଅଧିକାରୀ ସନ୍ତୋଷ ଯାଦବଙ୍କୁ ପଚାରିବାରୁ ସେ କହିଛନ୍ତି, ପାଇପ୍‌ ବିଛାଇବା ସମୟରେ ରାସ୍ତା ତାଡ଼ିବାକୁ ପଡୁଛି। ପାଇପ୍‌ ବିଛାଇବା ପରେ ହାଇଡ୍ରୋଲିକ ଟେଷ୍ଟ୍‌ କରାଯିବ। ଏହାପରେ ଖାଲ ମରାମତି କରାଯିବ। ବିନା ପରୀକ୍ଷାରେ ରାସ୍ତା ମରାମତି କରାଗଲେ ପାଇପ୍‌ ବିଛାଇବାରେ ତ୍ରୁଟି ବିଚ୍ୟୁତି ଥିଲେ ତାହାକୁ ପୁଣି ଥରେ ଖୋଳିବାକୁ ପଡ଼ିବ। ତେଣୁ କିଛିଦିନ ପାଇଁ ରାସ୍ତା ଖୋଳାଯାଇ ଛାଡ଼ି ଦିଆଯାଉଛି। ହେଲେ ଖୋଳା ଯାଉଥିବା ସ୍ଥାନଗୁଡିକୁ ନିଶ୍ଚିତ ମରାମତି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ରସୁଲପୁର ବ୍ଲକ ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ବାଗତିକା ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କମ୍ପାନୀ ପକ୍ଷରୁ ଖୋଳା ଯାଉଥିବା ରାସ୍ତା ମରାମତି କାର୍ଯ୍ୟ କରାଯିବ। ତେବେ କେଉଁ ସ୍ଥାନରେ ତ୍ରୁଟିବିଚ୍ୟୁତି ହେଉଛି ସେ ନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri