ଜିଲା ଶିକ୍ଷାଅଧିକାରୀଙ୍କୁ କଳାହାଣ୍ଡି ଘରୋଇ ସଂଘର ଦାବିପତ୍ର: ସିଓଆର ଓ ଆରଟିଇ ପ୍ରତିପୂରଣ ପାଇଁ …

ଭବାନୀପାଟଣା,୧୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସିଓଆର ଓ ଆରଟିଇ ପ୍ରତିପୂରଣ ଏକ ଦାଵି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି। ଏଥିରେ ଆରଟିଇ ଅର୍ଥ ମଞ୍ଜୁର ହୋଇ ପଡି ରହିଥିବା ସତ୍ତ୍ୱେ ସ୍କୁଲଗୁଡିଙ୍କୁ ପ୍ରତିପୂରଣ ଦିଆଯାଉ ନ ଥିବାରୁ ସରକାର ଶୀଘ୍ର ବକେୟା ରାଶି ପ୍ରଦାନ କରିବାକୁ ସଂଘ ଦାବି କରିଛି ।ଘରୋଇ ସ୍କୁଲଗୁଡିକ ସରକାର ଙ୍କ ଆରଟିଇ ନିୟମ ମୁତାବକ ୨୫ ପ୍ରତିଶତ ମାଗଣା ଶିକ୍ଷାଦାନ ଦେଇଥାନ୍ତି |। ଯାହାକୁ ସରକାର ସମୟାନୁସାରେ ପ୍ରତିପୂରଣ କରିବାକୁ ନିୟମ ରହିଛି କିନ୍ତୁ ବର୍ଷ ବର୍ଷ ଧରି ଏହି ପ୍ରାପ୍ୟ ନ ଦେବାରୁ ସ୍କୁଲ ଗୁଡିକ ଉପରେ ଆର୍ଥିକ ବୋଝ ବଢ଼ିଯାଉଛି । ନିଜ ଭିତ୍ତିଭୂମି ଥିବା ଘରୋଇ ସ୍କୁଲ କୁ ଆଜୀବନ ଓ ଭଡା ଘରେ ପରିଚାଳନା ହେଉଥିବା ସ୍କୁଲକୁ ୧୦ ବର୍ଷ ସିଓଆର ଦେବାକୁ ଦାବି ହୋଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଜିଲା ଘରୋଇ ସ୍କୁଲ ସଂଘର ଚେୟାରମ୍ୟାନ ଡ. ଶିବରାମ ନାୟକ, ସମ୍ପାଦକ ୟୌସୁଫ ଅହମ୍ମଦ, ଡ. ଯାହାଙ୍ଗୀର ଖାନ, ଜେ. ମନହର, ବୁନିତା ଗୌଡ଼, ଯଶୋବନ୍ତି ମେହେର, ଶଶିକାନ୍ତ ସୁନାନୀଙ୍କ ସମେତ ୧୩ଟି ବ୍ଲକ୍‌ର ଅଧ୍ୟକ୍ଷ, ସମ୍ପାଦକ ଓ ନିର୍ଦ୍ଦେଶକବୃନ୍ଦ ଉପସ୍ଥିତ ଥିଲେ। ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିଲେ ଅଭିଯୁକ୍ତ, ୧ ବର୍ଷ ପରେ ଘରକୁ ଫେରିଥିବାବେଳେ ହଠାତ୍‌ ପହଞ୍ଚିଲା ପୋଲିସ, ତା’ପରେ…

ଦିଗପହଣ୍ଡି,୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ପିଣ୍ଟୁ ଜେନା(୨୯)ଙ୍କୁ ସୋମବାର କେ.ନୂଆଗାଁ ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି…

ସାଇବର ଅପରାଧରୁ ଦୂରେଇ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ: ନନ୍ଦିପଦା ପୋଲିସ ତରଫରୁ…

ହାଟଡିହୀ/ଛେନାପଦୀ,୧୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ତରଫରୁ ଓରାଳି ହାଇସ୍କୁଲ ପରିସରରେ ସୋମବାର ଅପରାହ୍ନରେ ଛାତ୍ରୀଛାତ୍ରଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନଲାଇନ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

ପରିବହନ ବିଭାଗର କଠୋର ଆଭିମୁଖ୍ୟ: ବୈଧ ବୀମା ନଥିବା ଗାଡ଼ି…

ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ,…

ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ

ରିଷିଡା, ୧୦।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷ (କଳା ଓ ବିଜ୍ଞାନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri