କଳାହାଣ୍ଡି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ

କେସିଙ୍ଗା,୯ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ପ୍ରାଥମିକ ଶିକ୍ଷକ ସଂଘର ନୂତନ ଜିଲାସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ରବିବାର ବୋରିଙ୍ଗ ପଦରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇଥିବା ବେଳେ ରାଜ୍ୟ ଉପସଭାପତି ଦୀପକ ରଞ୍ଜନ ଦାସ, ଜିଲା ସଭାପତି ବୀରେନ୍ଦ୍ର ବାଗ ଯୋଗଦେଇଥିଲେ।

କେସିଙ୍ଗା ବ୍ଲକ ସଭାପତି ସୁରେନ୍ଦ୍ରକୁମାର ଦୋରା ସ୍ବାଗତ ଅଭିଭାଷଣ ଦେଇଥିଲେ। ଏହି ବ୍ଲକର ଶିକ୍ଷକ ସଂଘର ସମ୍ପାଦକ ତପନ କୁମାର ଦାଶଙ୍କ ସମେତ ଜିଲା କୋର୍‌ କମିଟି ସଦସ୍ୟ, ୧୩ଟି ବ୍ଲକର ସଭାପତି ସମ୍ପାଦକ ଏବଂ କାଉନସିଲ ମେମ୍ବର୍ସ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଜିଲା ସଭାପତି ଭାବେ ପଦ୍ମଲୋଚନ ନାଏକ, ଜିଲା କାର୍ଯ୍ୟକାରୀ ସଭାପତି ଭାବେ ଉପେନ୍ଦ୍ର ପଧାନ, ଜିଲା ଉପସଭାପତି ସୁରେନ୍ଦ୍ର କୁମାର ଦୋରା, ଉପସଭାନେତ୍ରୀ ବସୁମତୀ ସାହୁ, ଜିଲା ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ, ଜିଲା ଯୁଗ୍ମସମ୍ପାଦକ ତରଙ୍ଗ ଚଣ୍ଡୀ, ସୁବାସ ବାଗ, ବେଣୁଧର ବିଶ୍ୱାଳ, ଜିଲା ସାଂଗଠନିକ ସମ୍ପାଦକ ଶିବପ୍ରସାଦ ଦାଶ, ଜିଲା ସଂଯୋଜକ କ୍ଷୀରସାଗର ସାହୁ, ଜିଲା କୋଷାଧ୍ୟକ୍ଷ ତପନ କୁମାର ବେହେରା ନିର୍ବାଚିତ ହୋଇଥିଲେ। ସିଆରସିସି ଗୋବିନ୍ଦ ବାଗ ଏବଂ ବରିଷ୍ଠ ଶିକ୍ଷକ ବିକ୍ରମଦେବ ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ ଚନ୍ଦ୍ରଧ୍ୱଜ ନାଗ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକର ସମସ୍ତ ସିଆରସିସି, ବ୍ଲକର ସଭାପତି ଓ ସଂପାଦକ, ଜିଲା କର୍ମକର୍ତ୍ତା, ରାଜ୍ୟ ସଭାପତି ଓ ରାଜ୍ୟ ଉପସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ

କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?