ମୁମ୍ବାଇ,୩୧।୧୦- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଶୁକ୍ରବାର ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ ଗୌତମ କିଚ୍ଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ବିବାହୋତ୍ସବରେ ବହୁତ କମ୍ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। କାଜଲ ଓ ଗୌତମ ବରଣମାଳା ପିନ୍ଧିଥିବା ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟ ବେଶ୍ ଖୁସି ଥିବା ନଜର ଆସିଛି। ରିଲେଶନସିପ୍କୁ ନେଇ ଉଭୟ କିଛିଦିନ ହେବ ବେଶ୍ ଚର୍ଚ୍ଚାରେ ଥିଲେ।


