Posted inଫୁରସତ

କାହ୍ନୁ ଢୋଲିଆ

ଓଡ଼ିଶାର ପୁରପଲ୍ଲୀରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ସେହି ଅଞ୍ଚଳ ଲୋକମାନଙ୍କର ଚିତ୍ତବିନୋଦନ କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି। ନିଜ କଳାକୁ ନେଇ କିନ୍ତୁ ଏମାନେ ବେଶ୍‌ ସନ୍ତୁଷ୍ଟ। ଏହିଭଳି କେତେଜଣ କଳାକାର ଅଛନ୍ତି ଯେଉଁମାନେ କି ପାରମ୍ପରିକ ବାଦ୍ୟ ବଜାଇ ସ୍ଥାନୀୟ ଲୋକଙ୍କର ମନୋରଞ୍ଜନ କରିଥାନ୍ତି। ଯେଉଁମାନଙ୍କ ଭିତରେ ଜଣେ ହେଲେ ବାଦ୍ୟକାର କାହ୍ନୁ ଚରଣ ମଲ୍ଲିକ। ବୟସ ପ୍ରାୟ ୬୦ ବର୍ଷ। ପିତା ପଞ୍ଚୁ ମଲିକ, ମା’ ଲାବଣ୍ୟ ମଲିକ। ଘର ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ରେଙ୍ଗଳର ଇଚ୍ଛାପୁର ଗାଁରେ। ସେ କୁହନ୍ତି, ପିଲାଟି ଦିନରୁ ବିଭିନ୍ନ ବାଦ୍ୟ ବଜାଇବାର ରୁଚି ଥିଲା। ପ୍ରାୟ ୧୨ ବର୍ଷ ବୟସରୁ ଢୋଲବାଦ୍ୟ ଶିଖିଥିଲି। ଏଥିଯୋଗୁ ଆମ ଗାଁରେ ଯେତେବେଳେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା ସେଠାକୁ ଯାଇ ବାଦ୍ୟକାରଙ୍କ ବିଭିନ୍ନ ବାଦନଶୈଳୀକୁ ଅନୁସରଣ କରିଥାଏ। ଘରକୁ ଆସି ସେମିତି କେତେକ ବାଦ୍ୟକୁ ବଜାଇବାର ଅଭ୍ୟାସ ଜାରି ରଖିଲି। କିନ୍ତୁ ଖୁବ୍‌ କମ୍‌ ଦିନରେ ବିଭିନ୍ନ ବାଦ୍ୟର ତାଳକୁ ଶିଖିପାରିଥିଲି। ତେଲଙ୍ଗାବାଜା, ସମ୍ବଲପୁରୀ, ନାଗାବାଦ୍ୟ, ଯୋଡ଼ିନାଗରା, ସିଂହବାଦ୍ୟ, ପଞ୍ଜାବୀ, ଦୁଲ୍‌ଦୁଲି ଓ ଢୋଲବାଦ୍ୟ ଆଦି ବଜାଇଥାଏ। ବିଶେଷକରି ଘୋଡ଼ାନାଚ, ପାଇକଆଖଡ଼ା କାର୍ଯ୍ୟକ୍ରମରେ ଓଡ଼ିଶା ବାହାରେ ମହାରାଷ୍ଟ୍ର, ଅନନ୍ତନାଗ, ଗୁଜରାଟ, ନୂଆଦିଲ୍ଲୀ, ସୁରଟ, ଆନ୍ଧ୍ର, କର୍ନାଟକର ବିଭିନ୍ନ ଅଞ୍ଚଳକୁ ଯାଇଛି। ସେହିପରି ଓଡ଼ିଶାର ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ରାୟଗଡ଼ା, ଢେଙ୍କାନାଳ, କଟକ, ନୟାଗଡ଼, ସୋନପୁର, ବ୍ରହ୍ମଗିରି, ବାଣପୁର, ତାପଙ୍ଗ, ବୋଲଗଡ଼, ବ୍ରହ୍ମପୁର, ବାଙ୍କୀ, ଫୁଲବାଣୀ, ସମ୍ବଲପୁର, ରାଉରକେଲା ଆଦି ଅନେକ ସ୍ଥାନରେ ନାନା ପ୍ରକାର ବାଦ୍ୟ ବଜାଇ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି। ଏମିତିରେ ପାଇକମାନଙ୍କ ବୀରବାଦ୍ୟର ତାଳକୁ ଖୁବ୍‌ ନିଖୁଣ ଭାବରେ ପରିବେଷଣ କରିଥାଏ। ଏଥିପାଇଁ କେତେକ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ମିଳିଛି। ଏହି ବାଦ୍ୟ ବଜାଇବାରେ ବିତିଗଲାଣି ପ୍ରାୟ ୪ ଦଶନ୍ଧି । ହେଲେ ଜଣେ ପାଇକବାଦ୍ୟ କଳାକାର ଭାବେ ସରକାରୀ ସ୍ତରରେ ଏଯାଏ ମିଳିପାରିନି ସ୍ବୀକୃତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri