ନାବାଳିକା ବଳାତ୍କାରୀଙ୍କୁ ୬ ବର୍ଷ ଜେଲ୍‌

ସୁନ୍ଦରଗଡ଼,୨୭।୧୧(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ୍‌ ତଥା ସ୍ବତନ୍ତ୍ର ପକ୍‌ସୋ କୋର୍ଟର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି ଅଭିଯୁକ୍ତ ଅନିଲ କୁମାର ମହାନ୍ତ(୨୫)ଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ପାଇଁ ଆଦେଶ ଏବଂ ଜରିମାନା ଅନାଦାୟ ହେଲେ ଅଧିକ ୧ ବର୍ଷ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ରହିଛି। ଏତଦ୍‌ବ୍ୟତୀତ ପୀଡିତାଙ୍କୁ ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ୨୦୧୫ ସେପ୍ଟେମ୍ବର ୨୨ରେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ପୀଡିତାଙ୍କ ମା’ ସେଠାରେ ପହଞ୍ଚିବାରୁ ଅଭିଯୁକ୍ତ ସେଠାରୁ ପଳାଇଥିଲେ। ଏ ସମ୍ପର୍କରେ ପୀଡିତାଙ୍କ ବାପା ଲହୁଣୀପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ ଅଫିସ,୧୪।୨ : ଢେଙ୍କାନାଳ ସହର କଲେଜ ବାଇପାସ୍‌ଠାରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସିଟି ହସ୍ପିଟାଲ...

୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଗଲା

ଆର.ଉଦୟଗିରି, ୧୫ା୧(ଡି.ଏନ.ଏ.)- ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି...

ଟୋକନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ପ୍ରତିବାଦ

କଲମପୁର,୧୦।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି । ଟୋକନ ଦାବିରେ ଶୁକ୍ରବାର ସକାଳୁ...

ଅଧାବାଟରୁ ବରଙ୍କୁ ଉଠାଇ ନେଲା ପୋଲିସ, ମଙ୍ଗୁଳା ରହିଲେ କନ୍ୟା

ଆଠଗଡ଼,୧୨।୩(ସ୍ବ.ପ୍ର.): କଟକ ଜିଲା ବାଙ୍କି ଥାନା ଅନ୍ତର୍ଗତ କଦଳୀବାଡ଼ି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ ନେଇ ୨୦୧୮ ଫେବୃୟାରୀ ୭ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ...

କନ୍ଧମାଳର ଗୌରବ: ପ୍ରଥମ ଫ୍ଲାଇଂ ଅଫିସର ହେଲେ ସାଇପ୍ରଣିତା

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଭଳି ପଛୁଆ ଜିଲାକୁ ସାରା ଦେଶରେ ପରିଚିତ କରାଇଛନ୍ତି ଅଞ୍ଚଳର ଜଣେ ଝିଅ। ଏହି ଜିଲାର ଝିଅ କୌଣସି ଗୁଣରେ...

ବଡ଼ଦିନ ପାଇଁ ସଜେଇ ହେଲାଣି ଚର୍ଚ୍ଚ: କ୍ରିସ୍‌ମାସ୍‌ କ୍ୟାରୋଲରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ସରିଲାଣି କ୍ରିସ୍‌ମାସ ପ୍ରସ୍ତୁତି। ବଡ଼ଦିନକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରଙ୍ଗିନ ଆଲୋକମାଳାରେ ଝଲସିଲାଣି ସହର। ଚର୍ଚ୍ଚଗୁଡ଼ିକରେ ଉତ୍ସବର ପରିବେଶ ସାଙ୍ଗକୁ ଆରମ୍ଭ...

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୭।୭(ସ୍ବ.ପ୍ର.): ତୈଳଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ...

CORONAVIRUS UPDATE: ବଢୁଛି କରୋନା ଭୟ, ରାଜ୍ୟରେ ଦିନକରେ ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୫୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ...

Advertisement


Archives

Model This Week