୧୬ ବର୍ଷ ପରେ ମିଳିଲା ନ୍ୟାୟ

ଭବାନୀପାଟଣା,୨୮।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଦଲଦେଇ ଗ୍ରାମର ୪ଜଣ ଆଦିବାସୀ ୧୬ବର୍ଷ ପରେ ସରକାରୀ ଜମି ଫେରିପାଇଛନ୍ତି। ଏହି ଜମିରେ ଏବେ ସେମାନେ ପନିପରିବା ଚାଷ କରୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ପ୍ରକାଶ ଯେ, ବାଦଲଦେଇ ମୌଜାର ନିରନ ମାଝି, ହିରନ ମାଝି, କୁନ୍ଦ ମାଝି ଓ ଲମେ ମାଝିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକଙ୍କୁ ୨ ଏକର ଲେଖାଏଁ ଚାଷ ଜମି ଦିଆଯାଇ ୧୯୯୮ ଡିସେମ୍ବର ୧୬ରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। ୨୦୦୧ରେ ନୂତନ ବନ୍ଦୋବସ୍ତ ସମୟରେ ସେମାନଙ୍କ ସଚେତନ ଅଭାବ ଯୋଗୁ ଦରଖାସ୍ତ ଆବେଦନ କରିପାରି ନ ଥିଲେ। ସେଥିପାଇଁ ସେମାନେ ପାଇଥିବା ଜମିକୁ ସରକାର ତାଙ୍କ ସରକାରୀ ଖାତା ରଖିତକୁ ନେଇଯାଇଥିଲେ। ସେମାନେ ଜାଣିବା ପରେ ବନ୍ଦୋବସ୍ତ ପଟ୍ଟା ପାଇଁ ବ୍ରହ୍ମପୁର ଅତିରକ୍ତ କମିଶନରଙ୍କ ନିକଟରେ ଏକ ମାମଲା ଦାୟର କରିଥିଲେ। କମିଶନର ଓଏସଏଣ୍ଡଏସ ଆକ୍ଟ ୧୯୯୮ ଅନୁଯାୟୀ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବା ପାଇଁ ଜୁନାଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୭ରୁ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ନିଜ ନାମରେ ପଟ୍ଟା ପାଇବା ପାଇଁ ଜୁନାଗଡ ତହସିଲଦାରଙ୍କ ଅଦାଲତରେ ବାରମ୍ବାର ଦରଖାସ୍ତ କରି ବିଫଳ ହୋଇଥିଲେ। ପରେ ଆଇନଜିବୀ ଅଶୋକ ପାତ୍ରଙ୍କୁ ଯୋଗାଯୋଗ କରି କଳାହାଣ୍ଡି ଜିଲାପାଳଙ୍କ ଏସଆରପି ଅଦାଲତରେ ଦରଖାସ୍ତ ଆବେଦନ କରିଥିଲେ। କିନ୍ତୁ କୌଣସି ବିଚାର ହୋଇ ନ ଥିଲା। ଡିସେମ୍ବର ୨୦୨୨ରେ ଜୁନାଗଡ ବ୍ଲକ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପୁଣି ସେମାନେ ଅଭିଯୋଗ କରିଥିଲେ। ଜିଲାପାଳ ପି.ଅନ୍ବେଷା ରେଡ୍ଡୀ ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଜୁନାଗଡ ତହସିଲଦାରଙ୍କୁ ତୁରନ୍ତ ସେମାନଙ୍କୁ ପଟ୍ଟା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଆଇନଜୀବୀ ଅଶୋକ ପାତ୍ରଙ୍କ ଦ୍ୱାରା ଆଦିବାସୀମାନଙ୍କ ପକ୍ଷରୁ ପଟ୍ଟା ପାଇବା ନିମନ୍ତେ ଜୁନାଗଡ ତହସିଲରେ ମାମଲା ନଂ. ୨୧୭/୨୧୮/୨୧୯/୨୨୦/୨୦୨୨ ଆବଦେନ କରିଥିଲେ। ଜିଲାପାଳଙ୍କ ହସ୍ତକ୍ଷେପ ପରେ ୧୬ବର୍ଷ ପରେ ୪ ଆଦିବାସୀ ପରିବାର ପୁଣିଥରେ ସରକାରୀ ଜମି ପଟ୍ଟା ପାଇବାକୁ ସକ୍ଷମ ହୋଇଛନ୍ତି। ଏହି ଘଟଣା କେବଳ ଗୋଟେ ନୁହେଁ ଜିଲାରେ ଏଭଳି ବିଭିନ୍ନ ତହସିଲରେ ବର୍ଷ ବର୍ଷ ଧରି ଅଭିଯୋଗଗୁଡିକ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଯୋଗୁ ଲୋକେ ଅଯଥା ଖର୍ଚ୍ଚାନ୍ତ ହୋଇ ଅପେକ୍ଷା କରି ରହୁଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri