୧୬ ବର୍ଷ ପରେ ମିଳିଲା ନ୍ୟାୟ

ଭବାନୀପାଟଣା,୨୮।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଦଲଦେଇ ଗ୍ରାମର ୪ଜଣ ଆଦିବାସୀ ୧୬ବର୍ଷ ପରେ ସରକାରୀ ଜମି ଫେରିପାଇଛନ୍ତି। ଏହି ଜମିରେ ଏବେ ସେମାନେ ପନିପରିବା ଚାଷ କରୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ପ୍ରକାଶ ଯେ, ବାଦଲଦେଇ ମୌଜାର ନିରନ ମାଝି, ହିରନ ମାଝି, କୁନ୍ଦ ମାଝି ଓ ଲମେ ମାଝିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକଙ୍କୁ ୨ ଏକର ଲେଖାଏଁ ଚାଷ ଜମି ଦିଆଯାଇ ୧୯୯୮ ଡିସେମ୍ବର ୧୬ରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। ୨୦୦୧ରେ ନୂତନ ବନ୍ଦୋବସ୍ତ ସମୟରେ ସେମାନଙ୍କ ସଚେତନ ଅଭାବ ଯୋଗୁ ଦରଖାସ୍ତ ଆବେଦନ କରିପାରି ନ ଥିଲେ। ସେଥିପାଇଁ ସେମାନେ ପାଇଥିବା ଜମିକୁ ସରକାର ତାଙ୍କ ସରକାରୀ ଖାତା ରଖିତକୁ ନେଇଯାଇଥିଲେ। ସେମାନେ ଜାଣିବା ପରେ ବନ୍ଦୋବସ୍ତ ପଟ୍ଟା ପାଇଁ ବ୍ରହ୍ମପୁର ଅତିରକ୍ତ କମିଶନରଙ୍କ ନିକଟରେ ଏକ ମାମଲା ଦାୟର କରିଥିଲେ। କମିଶନର ଓଏସଏଣ୍ଡଏସ ଆକ୍ଟ ୧୯୯୮ ଅନୁଯାୟୀ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବା ପାଇଁ ଜୁନାଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୭ରୁ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ନିଜ ନାମରେ ପଟ୍ଟା ପାଇବା ପାଇଁ ଜୁନାଗଡ ତହସିଲଦାରଙ୍କ ଅଦାଲତରେ ବାରମ୍ବାର ଦରଖାସ୍ତ କରି ବିଫଳ ହୋଇଥିଲେ। ପରେ ଆଇନଜିବୀ ଅଶୋକ ପାତ୍ରଙ୍କୁ ଯୋଗାଯୋଗ କରି କଳାହାଣ୍ଡି ଜିଲାପାଳଙ୍କ ଏସଆରପି ଅଦାଲତରେ ଦରଖାସ୍ତ ଆବେଦନ କରିଥିଲେ। କିନ୍ତୁ କୌଣସି ବିଚାର ହୋଇ ନ ଥିଲା। ଡିସେମ୍ବର ୨୦୨୨ରେ ଜୁନାଗଡ ବ୍ଲକ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପୁଣି ସେମାନେ ଅଭିଯୋଗ କରିଥିଲେ। ଜିଲାପାଳ ପି.ଅନ୍ବେଷା ରେଡ୍ଡୀ ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଜୁନାଗଡ ତହସିଲଦାରଙ୍କୁ ତୁରନ୍ତ ସେମାନଙ୍କୁ ପଟ୍ଟା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଆଇନଜୀବୀ ଅଶୋକ ପାତ୍ରଙ୍କ ଦ୍ୱାରା ଆଦିବାସୀମାନଙ୍କ ପକ୍ଷରୁ ପଟ୍ଟା ପାଇବା ନିମନ୍ତେ ଜୁନାଗଡ ତହସିଲରେ ମାମଲା ନଂ. ୨୧୭/୨୧୮/୨୧୯/୨୨୦/୨୦୨୨ ଆବଦେନ କରିଥିଲେ। ଜିଲାପାଳଙ୍କ ହସ୍ତକ୍ଷେପ ପରେ ୧୬ବର୍ଷ ପରେ ୪ ଆଦିବାସୀ ପରିବାର ପୁଣିଥରେ ସରକାରୀ ଜମି ପଟ୍ଟା ପାଇବାକୁ ସକ୍ଷମ ହୋଇଛନ୍ତି। ଏହି ଘଟଣା କେବଳ ଗୋଟେ ନୁହେଁ ଜିଲାରେ ଏଭଳି ବିଭିନ୍ନ ତହସିଲରେ ବର୍ଷ ବର୍ଷ ଧରି ଅଭିଯୋଗଗୁଡିକ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଯୋଗୁ ଲୋକେ ଅଯଥା ଖର୍ଚ୍ଚାନ୍ତ ହୋଇ ଅପେକ୍ଷା କରି ରହୁଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଧା ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ପୂରଣ ହେଲା

ମୋରଡ଼ା, ୧୪।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଗଁା ପଞ୍ଚାୟତ ଲୋଧା କଲୋନୀ ସାହିର ଅଜିତ ମଲିକ ଓ ଦୁର୍ଗୀ ମଲିକଙ୍କ ଝିଅ...

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଅଟୋରିକ୍ସା, ହ୍ବିଲ୍‌ଚେୟାର

ଭଦ୍ରକ ଅଫିସ, ୨୦ା୧୦: ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ ଥିବା ବେଳେ ଭୋଟ ଦେବା ଲାଗି ବୁଥ୍‌କୁ ଆସିବାକୁ ଅସମର୍ଥ ଥିବା...

ଲକ୍‌ଡାଉନ୍‌ କଟକଣାକୁ ଫୁ: ବ୍ୟାଙ୍କ ସମ୍ମୁଖରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିରାକାରପୁର,୮ା୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ସହିତ ସତର୍କତା ଅବଲମ୍ବନ କରାଯାଉଛି। ହେଲେ...

ପାରାଦୀପରୁ ଆସୁଛି ଅପମିଶ୍ରିତ ଏଫ୍‌ଓ

ଯାଜପୁର ଅଫିସ,୪ା୬:ପାରାଦୀପ ବନ୍ଦରରୁ ଯାଜପୁର ଜିଲା ଦେଇ ଯାଇଥିବା ୫୩ ନଂ.ଜାତୀୟ ରାଜପଥ କଳାବଜାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପାରାଦୀପ ବନ୍ଦର ଠାରୁ ୫ କିମି...

ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍‌, ଚାଲିଛି ଥର୍ମାଲ ସ୍କ୍ରିନିଂ

ଜି.ଉଦୟଗିରି,୧୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ମହାଗୁଡ଼ାସାହିରୁ ଜଣେ ସ୍ଥାନୀୟ କରୋନା ପଜିଟିଭ୍‌ ଚିହ୍ନଟ ପରେ ଏହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସହ ଉକ୍ତ...

ସମସ୍ୟା ଘେରରେ ମୁଣ୍ଡାପଙ୍ଗା ଗାଁ

କୋଟଗଡ,୧୪ା୧୨(ଡି.ଏନ.ଏ)-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଏବେ ମଧ୍ୟ କେତେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନାହିଁ। ଏହା ଦେଖିବାକୁ ମିଳିଛି...

ବିପଦସଙ୍କୁଳ ଚବେରି ନଦୀ ପୋଲ, ଭୁଶୁଡ଼ିବା ଆଶଙ୍କା

ଦଶମନ୍ତପୁର, ୨୭।୯(ଡି.ଏନ୍‌.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଏ.ମାଲକାନଗିରି ପଞ୍ଚାୟତ ସଦର ମହକୁମାରୁ ମାତ୍ର ଅଧ କିମି ଦୂରରେ ଥିବା ଚବେରି ନଦୀ ପୋଲ ଏବେ...

‘ସାଇଲେଣ୍ଟ କୋଭିଡ୍‌ ଓ୍ବାରିଅର’ ହର୍ଷିଲ

କଟକ ଅଫିସ,୨୫ା୭: ଲକ୍‌ଡାଉନ ବେଳର ଚିତ୍ର ଆଙ୍କି ବିଶ୍ୱସ୍ତରରେ କୃତିତ୍ୱ ହାସଲ କରିଛନ୍ତି କଟକର ୯ ବର୍ଷୀୟ ହର୍ଷିଲ ଅଗ୍ରୱାଲ। ଲଣ୍ଡନର ୱାର୍ଲଡ ବୁକ୍‌ ଅଫ୍‌...

Advertisement
Archives

Model This Week