କନ୍ୟା ସନ୍ତାନଙ୍କ ସଂଖ୍ୟା କମୁଛି

ସୋନପୁର,୨୮।୧(ନି.ପ୍ର.): ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୨୦-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍‌ବେଗଜନକ ରହିଛି। ଏହି ରିପୋର୍ଟ ଅନୁସାରେ ଭାରତରେ ୧୦୦୦ ପୁଅରେ ୯୨୯, ଓଡିଶାରେ ୮୯୪ ଓ ସୁବର୍ଣ୍ଣପୁର ଜିଲାରେ ୯୭୪ ଝିଅ ଜନ୍ମ ହୋଇଛନ୍ତି। ଅର୍ଥାତ୍‌ ସୁବର୍ଣ୍ଣପୁର ଜିଲାରେ ଝିଅ ଓ ପୁଅ ଜନ୍ମ ବ୍ୟବଧାନ ୨୬ ରହିଛି। ଏଭଳି ଲିଙ୍ଗଗତ ବ୍ୟବଧାନ ସମସ୍ୟା ସୃଷ୍ଟି କରିଛି। ବାହାଘର ପାଇଁ ଝିଅ ଖୋଜା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଝିଅପୁଅ ଜନ୍ମହାରରେ ଏଭଳି ବ୍ୟବଧାନ ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ପୁଅଙ୍କୁ ଆଉ ଝିଅ ମିଳିବନି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ନ୍ୟାଶନାଲ ଫ୍ୟାମିଲି ହେଲଥ୍‌ ସର୍ଭେ-୪(ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୧୫-୨୦୧୬ ଅନୁସାରେ ସୁବର୍ଣ୍ଣପୁର ଜିଲାରେ ଝିଅ ଜନ୍ମହାର ଅଧିକ ଥିଲା। ୧୦୦୦ ପୁଅରେ ୧୦୩୭ ଝିଅ ଜନ୍ମ ହୋଇଥିଲେ। ୨୦୧୫-୧୬ରେ ଅଧିକ ୩୭ ଝିଅ ଜନ୍ମ ହେଉଥିବା ବେଳେ ୬ ବର୍ଷ ମଧ୍ୟରେ ବଡ ପରିବର୍ତ୍ତନ ଆସିଛି। ୬ ବର୍ଷରେ ଜିଲାରେ ଝିଅ ଜନ୍ମ ସଂଖ୍ୟା ୬୩ ହ୍ରାସ ପାଇଛି। ଗ୍ରାମାଞ୍ଚଳଠାରୁ ସହରରେ ଏହି ସଂଖ୍ୟା ସାମାନ୍ୟ ଅଧିକ। ଏଭଳି ଲିଙ୍ଗଗତ ବ୍ୟବଧାନକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ ବୋଲି କେବଳ ସଭା ସମିତିରେ କୁହାଯାଉଛି। କିନ୍ତୁ ସଚେତନ କାର୍ଯ୍ୟକ୍ରମ ଯଥେଷ୍ଟ ହେଉନି। ଛତୁ ଫୁଟିଲା ଭଳି ସୁବର୍ଣ୍ଣପୁର ଜିଲା ଓ ପଡୋଶୀ ଜିଲାରେ ଅଲଟ୍ରାସାଉଣ୍ଡ କେନ୍ଦ୍ର ଖୋଲିବା ଏବଂ ଲିଙ୍ଗ ନିରୂପଣ ଘଟଣା ବୃଦ୍ଧି ପାଇବା ଏହାର ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ଜିଲା ସଦର ଡାକ୍ତରଖାନାରେ ଦାମୀ ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ତାହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ନ କରି ବେସରକାରୀ କେନ୍ଦ୍ରଗୁଡିକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପିଏନ୍‌ଡିଟି(ବେଆଇନ ଲିଙ୍ଗ ନିରୂପଣ ଆଇନ) ପରାମର୍ଶଦାତା କମିଟିରେ ଏହାର ନିରାକରଣ ପାଇଁ ନିୟମିତ ଭାବେ ବୈଠକ ହେଉଛି। ଜିଲାପାଳ କମିଟିର ଅଧ୍ୟକ୍ଷ ଅଛନ୍ତି। ଏପରି କି ବେଆଇନ ଲିଙ୍ଗ ନିରୂପଣ ଏବଂ ଭ୍ରୁଣହତ୍ୟା ସଂକ୍ରାନ୍ତରେ ଖବର ଦେଲେ ସେମାନଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ହେଲେ ଏଭଳି ଚତୁରତାର ସହ ଲିଙ୍ଗ ନିରୂପଣ ହେଉଛି ଯେ, ଝିଅ ଜନ୍ମ ଅନୁପାତ ହ୍ରାସ ପାଇବା ସହ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ମତପ୍ରକାଶ ପାଇଛି।
ଅଲଟ୍ରାସାଉଣ୍ଡ ମେଶିନ ଗର୍ଭବତୀ ମହିଳାଙ୍କ ଗର୍ଭାଶୟର ପରିସ୍ଥିତି ଓ ଗର୍ଭାଶୟରେ ଥିବା ଶିଶୁର ଅବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ରାଜ୍ୟ ସରକାର ମାଗଣାରେ ଗର୍ଭବତୀ ମହିଳାଙ୍କ ଅଲଟ୍ରାସାଉଣ୍ଡ କରି ପରୀକ୍ଷା ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ଜିଲା ସଦର ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ଜିଲାବାସୀ ବେସରକାରୀ ମେଶିନରେ ପରୀକ୍ଷା କରାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରି କି ଜିଲା ଓ ଜିଲା ବାହାରର କିଛି ବେସରକାରୀ ଅଲଟ୍ରାସାଉଣ୍ଡ ବ୍ୟବସାୟୀମାନେ ଏହାର ଫାଇଦା ନେବାକୁ ଯାଇ ଲିଙ୍ଗ ନିରୂପଣ କରିବାକୁ ପଛାଉ ନାହାନ୍ତି ବୋଲି କୁହାଯାଉଛି।
ସାମାଜିକ କର୍ମୀ ତଥା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ସଭାନେତ୍ରୀ ମୀନା ମହାରଣା କୁହନ୍ତି, ଝିଅ ଜନ୍ମ ହ୍ରାସ ମଣିଷକୃତ। ଶିକ୍ଷିତ ଲୋକମାନେ ଅଧିକ ସଂଖ୍ୟାରେ ଏହି କାର୍ଯ୍ୟ କରୁଛନ୍ତି। ନିଜ ଗୋଡରେ ନିଜେ କୁରାଢି ମାରି ଆଗକୁ ବିପଦକୁ ଡାକୁଛେ। ଏହା ସାମାଜିକ ଜୀବନକୁ ପ୍ରଭାବିତ କରିବ। ଲିଙ୍ଗ ନିରୂପଣ ଏବଂ ଭ୍ରୁଣହତ୍ୟାକୁ ରୋକା ଯାଇପାରୁ ନାହିଁ। ଏଭଳି ବେଆଇନ କାର୍ଯ୍ୟକୁ ସମସ୍ତଙ୍କ ସହଯୋଗରେ ହିଁ ରୋକା ଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri