କନ୍ୟା ସନ୍ତାନଙ୍କ ସଂଖ୍ୟା କମୁଛି

ସୋନପୁର,୨୮।୧(ନି.ପ୍ର.): ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୨୦-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍‌ବେଗଜନକ ରହିଛି। ଏହି ରିପୋର୍ଟ ଅନୁସାରେ ଭାରତରେ ୧୦୦୦ ପୁଅରେ ୯୨୯, ଓଡିଶାରେ ୮୯୪ ଓ ସୁବର୍ଣ୍ଣପୁର ଜିଲାରେ ୯୭୪ ଝିଅ ଜନ୍ମ ହୋଇଛନ୍ତି। ଅର୍ଥାତ୍‌ ସୁବର୍ଣ୍ଣପୁର ଜିଲାରେ ଝିଅ ଓ ପୁଅ ଜନ୍ମ ବ୍ୟବଧାନ ୨୬ ରହିଛି। ଏଭଳି ଲିଙ୍ଗଗତ ବ୍ୟବଧାନ ସମସ୍ୟା ସୃଷ୍ଟି କରିଛି। ବାହାଘର ପାଇଁ ଝିଅ ଖୋଜା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଝିଅପୁଅ ଜନ୍ମହାରରେ ଏଭଳି ବ୍ୟବଧାନ ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ପୁଅଙ୍କୁ ଆଉ ଝିଅ ମିଳିବନି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ନ୍ୟାଶନାଲ ଫ୍ୟାମିଲି ହେଲଥ୍‌ ସର୍ଭେ-୪(ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୧୫-୨୦୧୬ ଅନୁସାରେ ସୁବର୍ଣ୍ଣପୁର ଜିଲାରେ ଝିଅ ଜନ୍ମହାର ଅଧିକ ଥିଲା। ୧୦୦୦ ପୁଅରେ ୧୦୩୭ ଝିଅ ଜନ୍ମ ହୋଇଥିଲେ। ୨୦୧୫-୧୬ରେ ଅଧିକ ୩୭ ଝିଅ ଜନ୍ମ ହେଉଥିବା ବେଳେ ୬ ବର୍ଷ ମଧ୍ୟରେ ବଡ ପରିବର୍ତ୍ତନ ଆସିଛି। ୬ ବର୍ଷରେ ଜିଲାରେ ଝିଅ ଜନ୍ମ ସଂଖ୍ୟା ୬୩ ହ୍ରାସ ପାଇଛି। ଗ୍ରାମାଞ୍ଚଳଠାରୁ ସହରରେ ଏହି ସଂଖ୍ୟା ସାମାନ୍ୟ ଅଧିକ। ଏଭଳି ଲିଙ୍ଗଗତ ବ୍ୟବଧାନକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ ବୋଲି କେବଳ ସଭା ସମିତିରେ କୁହାଯାଉଛି। କିନ୍ତୁ ସଚେତନ କାର୍ଯ୍ୟକ୍ରମ ଯଥେଷ୍ଟ ହେଉନି। ଛତୁ ଫୁଟିଲା ଭଳି ସୁବର୍ଣ୍ଣପୁର ଜିଲା ଓ ପଡୋଶୀ ଜିଲାରେ ଅଲଟ୍ରାସାଉଣ୍ଡ କେନ୍ଦ୍ର ଖୋଲିବା ଏବଂ ଲିଙ୍ଗ ନିରୂପଣ ଘଟଣା ବୃଦ୍ଧି ପାଇବା ଏହାର ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ଜିଲା ସଦର ଡାକ୍ତରଖାନାରେ ଦାମୀ ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ତାହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ନ କରି ବେସରକାରୀ କେନ୍ଦ୍ରଗୁଡିକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପିଏନ୍‌ଡିଟି(ବେଆଇନ ଲିଙ୍ଗ ନିରୂପଣ ଆଇନ) ପରାମର୍ଶଦାତା କମିଟିରେ ଏହାର ନିରାକରଣ ପାଇଁ ନିୟମିତ ଭାବେ ବୈଠକ ହେଉଛି। ଜିଲାପାଳ କମିଟିର ଅଧ୍ୟକ୍ଷ ଅଛନ୍ତି। ଏପରି କି ବେଆଇନ ଲିଙ୍ଗ ନିରୂପଣ ଏବଂ ଭ୍ରୁଣହତ୍ୟା ସଂକ୍ରାନ୍ତରେ ଖବର ଦେଲେ ସେମାନଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ହେଲେ ଏଭଳି ଚତୁରତାର ସହ ଲିଙ୍ଗ ନିରୂପଣ ହେଉଛି ଯେ, ଝିଅ ଜନ୍ମ ଅନୁପାତ ହ୍ରାସ ପାଇବା ସହ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ମତପ୍ରକାଶ ପାଇଛି।
ଅଲଟ୍ରାସାଉଣ୍ଡ ମେଶିନ ଗର୍ଭବତୀ ମହିଳାଙ୍କ ଗର୍ଭାଶୟର ପରିସ୍ଥିତି ଓ ଗର୍ଭାଶୟରେ ଥିବା ଶିଶୁର ଅବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ରାଜ୍ୟ ସରକାର ମାଗଣାରେ ଗର୍ଭବତୀ ମହିଳାଙ୍କ ଅଲଟ୍ରାସାଉଣ୍ଡ କରି ପରୀକ୍ଷା ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ଜିଲା ସଦର ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ଜିଲାବାସୀ ବେସରକାରୀ ମେଶିନରେ ପରୀକ୍ଷା କରାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରି କି ଜିଲା ଓ ଜିଲା ବାହାରର କିଛି ବେସରକାରୀ ଅଲଟ୍ରାସାଉଣ୍ଡ ବ୍ୟବସାୟୀମାନେ ଏହାର ଫାଇଦା ନେବାକୁ ଯାଇ ଲିଙ୍ଗ ନିରୂପଣ କରିବାକୁ ପଛାଉ ନାହାନ୍ତି ବୋଲି କୁହାଯାଉଛି।
ସାମାଜିକ କର୍ମୀ ତଥା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ସଭାନେତ୍ରୀ ମୀନା ମହାରଣା କୁହନ୍ତି, ଝିଅ ଜନ୍ମ ହ୍ରାସ ମଣିଷକୃତ। ଶିକ୍ଷିତ ଲୋକମାନେ ଅଧିକ ସଂଖ୍ୟାରେ ଏହି କାର୍ଯ୍ୟ କରୁଛନ୍ତି। ନିଜ ଗୋଡରେ ନିଜେ କୁରାଢି ମାରି ଆଗକୁ ବିପଦକୁ ଡାକୁଛେ। ଏହା ସାମାଜିକ ଜୀବନକୁ ପ୍ରଭାବିତ କରିବ। ଲିଙ୍ଗ ନିରୂପଣ ଏବଂ ଭ୍ରୁଣହତ୍ୟାକୁ ରୋକା ଯାଇପାରୁ ନାହିଁ। ଏଭଳି ବେଆଇନ କାର୍ଯ୍ୟକୁ ସମସ୍ତଙ୍କ ସହଯୋଗରେ ହିଁ ରୋକା ଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri