ପୂର୍ବତନ ଆରଆଇଙ୍କୁ ୨ବର୍ଷ ଜେଲ

ବଲାଙ୍ଗୀର ଅଫିସ, ୨୮ା୧: ଲାଞ୍ଚ ମାମଲାରେ ଅଭିଯୁକ୍ତ ଥିବା ବଲାଙ୍ଗୀର ଆଗଲପୁର ତହସିଲ ଅନ୍ତର୍ଗତ ଭରସୁଜା ପୂର୍ବତନ ରାଜସ୍ବ ନିରୀକ୍ଷକ ସିଦ୍ଧେଶ୍ୱର ମେହେରଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍‌ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏଥିସହ ୫ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି। ଅର୍ଥ ଅନାଦାୟ ଅଧିକ ୧ ମାସ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି। ୨୦୧୪ ମସିହାରେ ପୂର୍ବତନ ଆରଆଇ ମେହେର ଜଣେ ବ୍ୟକ୍ତିଙ୍କଠାରୁ ଜବରଦଖଲ ମାମଲାରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡିଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା(୯୨/୧୪) ରୁଜୁ କରାଯାଇଥିଲା। ଏହି ମାମଲା ପରେ ପୂର୍ବତନ ଆରଆଇ ମେହେରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏହି ମାମଲାକୁ ସ୍ବତନ୍ତ୍ର ପବ୍ଳିକ୍‌ ପ୍ରସିକ୍ୟୁଟର ଜୟକୃଷ୍ଣ ସାହୁ ପରିଚାଳନା କରିଥିଲେ। ଭିଜିଲାନ୍ସ ଇନ୍ସପେକ୍ଟର ଶରତ ଚନ୍ଦ୍ର ମହାପାତ୍ର ଏହି ମାମଲାର ତଦନ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଙ୍କୁ ଛୁରାମାଡ଼ ମାମଲା ଦୋଷୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ,୧୦ା୧୨-୨୦୧୮ରେ ଫୁଲବାଣୀ ଟାଉନ ଥାନାର ତତ୍କାଳୀନ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ତରୁଣ ତପନ ବେହେରାଙ୍କୁ ହୋଇଥିବା ଛୁରାମାଡ଼ ମାମଲାର ବିଚାର କରି ସୋମବାର ମୁଖ୍ୟ ବିଚାର...

ଗୋବିନ୍ଦଙ୍କ ଝିଅ-କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଅଡିଓ ଭାଇରାଲ

ବଲାଙ୍ଗୀର ଅଫିସ, ୫ା୧: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁ ଏବଂ କ୍ରାଇମବ୍ରାଞ୍ଚ ଟିମ୍‌ ଅଧିକାରୀଙ୍କ...

ରସାୟନ ବିଜ୍ଞାନ ପରେ ଗଣିତ ପ୍ରଶ୍ନପତ୍ରରେ ତ୍ରୁଟି

ବ୍ରହ୍ମପୁର ଅଫିସ,୧୯ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ଗଣିତ ବିଭାଗ ‘ଆଡଭାନ୍ସ କାଲକୁଲେଶନ’ ବିଷୟରେ...

ଖାନ୍‌ନଗର: ବାପା-ପୁଅ ପଜିଟିଭ

କଟକ ଅଫିସ,୨୦ା୭-ଖାନ୍‌ନଗର ସାହିରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଏହା ପ୍ରଥମ ଘଟଣା। ଉଭୟ ଆକ୍ରାନ୍ତ ବାପା-ପୁଅ। ଆକ୍ରାନ୍ତ ବାପା ହେଉଛନ୍ତି ସ୍ଥାନୀୟ...

ମ୍ୟାଚ୍‌ ଲାଗି ଟିକେଟ କିଣିବାକୁ ଅସମ୍ଭାଳ ଭିଡ

କଟକ ଅଫିସ,୯।୬: ଜୁନ ୧୨ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ଗୁରୁବାରଠାରୁ ଅଫ୍‌ଲାଇନରେ ଟିକେଟ ମିଳୁଛି ।...

କଷ୍ଟ ଦେଉଛି କ୍ରଶର ଗୁଣ୍ଡ

କାମାକ୍ଷାନଗର, ୩୦।୭ (ଡି.ଏନ୍‌.ଏ.) ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷଙ୍କ ପରିଚାଳନାରେ ଥିବାବେଳେ ରାସ୍ତାର ଉନ୍ନତୀକରଣ ହୋଇପାରୁ ନ ଥିଲା। ଖାଲଖମାରେ ଭର୍ତ୍ତି ହୋଇଥିବା ସଡ଼କ...

ବିଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର,୨୬।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ୨୦ନଂ. ଜାତୀୟ ରାଜପଥ ସାଇଁକୁଳ ଓଭରବ୍ରିଜ ନିକଟ ଏକ ବିଲରୁ ଗୁରୁବାର ପୋଲିସ ଜଣେ ଅଜଣା ମହିଳାଙ୍କ...

ପରସ୍ପରଠୁ ଦୂରତ୍ୱ ରଖି ଶିବିରରେ ବସିଲେ

ସମ୍ବଲପୁର, ୭।୫ (ବ୍ୟୁରୋ)- ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ଆଇନ ଆଧାରିତ କରୋନା ସଚେତନତା ଶିବିର ଗୁରୁବାର ଏଡିଆର କେନ୍ଦ୍ର କୋଠା ପରିସରରେ...

Advertisement
Archives

Model This Week